
କୋରୋନା ମାହାମାରିର ଏ ପ୍ରର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ଘରୋଇ ଉପଚାରରେ କୋରୋନା ଭାଇରସକୁ ଠିକ କରିବା ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଭାରତରେ କୋରୋନା ସଂକ୍ରମଣର ରୋଗି ଦିନ କୁ ଦିନ ବଢ଼ିବାରେ ଲାଗିଛନ୍ତି। ଓଡ଼ିଶାରେ 1 ଏପ୍ରିଲ ପର୍ଯ୍ୟନ୍ତ 4 ଟି କୋରୋନା ସଂକ୍ରମଣ ରୋଗି ଚିହ୍ନଟ କରାଯାଇଛି। ଏହା ଛଡ଼ା ଇଟାଲୀ ଏବଂ ଆମେରିକାରେ କୋରୋନା ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ Dilip kumar Sarangi ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଦାବି କରିଛନ୍ତି ଯେ, କୋରୋନା ଭଇରସ୍ ଫୁସଫୁସ ପର୍ଯ୍ୟନ୍କ ପହଞ୍ଚିବା ପାଇଁ 4 ଦିନ ସମୟ ନେଇ ଥାଏ, ଗଳା ଦରଜ ଓ କାଶ ହେଇ ଥାଏ। ଏହି ସମୟରେ ଯଦି ପ୍ରଚୁର ପରିମାଣ ପାଣି ପିଆ ଯାଏ ଲୁଣ ଓ ଭିନେଗାର ପକାଇ ଗରମ ପାଣି ରେ ଗରର କରାଯାଏ ଭାଇରସ ପ୍ରାୟ ନଷ୍ଟ ହେଇ ଯାଏ। ପୋଷ୍ଟରେ ମେସେଜକୁ ଅଧିକ ରୁ ଅଧିକ ସେୟାର କରିବା ପାଇଁ ନିବଦନ କରିଯାଇଛି ଏବଂ କୁହା ଯାଇଛି ଯେ, ଏହି ମେସେଜ ଦ୍ୱାରା କାହାର ଜିବନ ବଞ୍ଚିଯାଇପାରେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook। Archive
ତେବେ କଣ କୋରୋନା ଭାଇସର ଗଳାରୁ ଫୁସଫୁସ କୁ ଆସିବା ପାଇଁ 4 ଦିନ ସମୟ ନିଏ। କଣ ଲୁଣ ଏବଂ ଭିନେଗାର ଗରମ ପାଣିରେ ପକାଇ ଗରର କରିଲେ କୋରୋନା ଭାଇରସ ନଷ୍ଟ ହୋଇଥାଏ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଗୁଗୁଲରେ ଏହି ସମ୍ପର୍କରେ ସର୍ଚ କରିଲୁ। ସର୍ଚରେ ଜାଣିବାକୁ ପାଇଲୁ ଯେ ,WHO ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। WHO ଅନୁଯାୟୀ ଗରମ ପାଣିରେ ଗାଧୋଇଲେ ଅଥବା ଗରମ ପାଣି ପିବା ଦ୍ୱରା କିମ୍ବା ଖରାରେ ଠିଆ ହେଲେ କୋରୋନା ଭୂତାଣୁ ମରିବେ ନାହିଁ। କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କୌଣସି ଗରମ ପାଣି , ଗରମ ପଦାର୍ଥ କିମ୍ବା ଗରମରେ ରହିଲେ କୋରୋନା ଭାଇସର ନ ହେବାର କୌଣସି ସମ୍ପର୍କ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ-WHO । Archive
ମାର୍ଚ୍ଚ 16ରେ ପ୍ରେସ ଇନଫୋର୍ମେଶନ ବ୍ୟୁରୋ (PIB) ଯାଞ୍ଚ କରି ଭାଇରଲ ଦେଉଥିବା ଦାବିକୁ ଗୁଜବ ବୋଲି କହିଛି। ବିଭାଗ ତରଫରୁ କୁହା ଯାଇଛି ଯେ, ଲୁଣ ଏବଂ ଭିନେଗାର ଗରମ ପାଣିରେ ମିଶାଇ ଗରର କରିଲେ କୋରୋନା ରୋଗର ଉପଚାର ହେବ ନାହିଁ। ଭାଇରାଲ ଦାବି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଏହା ସହ ସ୍ପଷ୍ଟ କରିଛି ଯେ, ଦେହ ଅସୁସ୍ଥ କିମ୍ବା ଥଣ୍ଡା ଜ୍ୱର ଥିଲେ ତୁରସ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା କୁହାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-PIB । Archive
କରୋନା ଜୀବାଣୁ ରୋକିବା ପାଇଁ ଏପର୍ଯ୍ୟନ୍ତ WHO ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ଦ୍ୱାରା କିଛି ପଦକ୍ଷେପ ଜାରି କରାଯାଇଛି। ଏଗୁଡ଼ିକ ହେଲା
- ବାରମ୍ବାର ହାତ ଧୋଇ ଦିଅନ୍ତୁ ।
- ଲୋକଙ୍କଠାରୁ ଦୂରରେ ରୁହନ୍ତୁ ।
- ବାରମ୍ବାର ଆଖି, ନାକ ଏବଂ ପାଟି ସ୍ପର୍ଶ କରନ୍ତୁ ନାହିଁ ।
- ଶ୍ୱାସକ୍ରିୟା ସ୍ୱଚ୍ଛତା ଅଭ୍ୟାସ କରନ୍ତୁ।
- ଯଦି ଜ୍ୱର, କାଶ ଏବଂ ନିଶ୍ୱାସ ନେବାରେ ଅସୁବିଧା ହେଉଛି, ତୁରନ୍ତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।
- ସଚେତନ ରୁହନ୍ତୁ ଏବଂ ଆପଣଙ୍କର ଡାକ୍ତରଙ୍କ ପରାମର୍ଶକୁ ଅନୁସରଣ କରନ୍ତୁ |
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ ଗରମ ପାଣିରେ ଲୁଣ ଏବଂ ଭିନେଗାର ପକାର ଗରର କରିଲେ କୋରୋନା ସଂକ୍ରମଣରୁ ମୁକ୍ତି ହେବାର ଦାବି ମିଥ୍ୟା ଅଟେ। WHO ଏବଂ PIB ଏହି ଦାବିକୁ ଖଣ୍ଡନ କରିଛନ୍ତି।

Title:କ’ଣ ରଗମ ପାଣିରେ ଲୁଣ ଏବଂ ଭିନେଗାର ପକାଇ ଗରର କରିଲେ କୋରୋନା ସଂକ୍ରମଣରୁ ମୁକ୍ତି ମିଳିବ?
Fact Check By: Saritadevi SamalResult: False