
ଆଗାମି ଗଣତନ୍ତ୍ର ଦିବସ ପାଇଁ ଅନେକ ଜାଗାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ସୋସିଆଲ ମିଡିଆରେ ଅନେକ ଖବର ମଧ୍ୟ ଭାଇରାଲ ହେବାରେ ଲିଗିଛି। ଏହିପରି ଏକ ଖବର ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ, ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ। ଆମ ଅନୁସନ୍ଧାନରେ ଭାଇରାଲ ଖବର ମିଥ୍ୟା ପ୍ରମାଣିତ ହେଲା।
10 ଜାନୁଆରିରେ Sanjay Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଖବର ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଜୋଗଦେବେ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି , ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ଭାରତର ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବେ। କୋରନାର ନୂଆ ଷ୍ଟ୍ରେନ ପରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ ହେବା ପରେ ଭାରତ ସରକାରଙ୍କ ଆମନ୍ତ୍ରଣକୁ ରକ୍ଷା କରି ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଦଦେବେ ସାଣ୍ଟୋଖି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଗଣତନ୍ତ୍ର ଦିବସରେ ସୁରିନାମର ଭାରତୀୟ ବଂଶୋଦ୍ଭବ ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସାଣ୍ଟୋଖି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ସର୍ଚ୍ଚ କରିଲୁ। 14 ଜାନୁଆରିରେ Hindustantimes ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଏକ ସମ୍ବାଦିକ ସମ୍ମିଳନୀରେ ବୌଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ, ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ପାଇଁ କୋଭିଡ -19 ପରିସ୍ଥିତି ଯୋଗୁଁ ଚଳିତ ବର୍ଷ ମୁଖ୍ୟ ଅତିଥି ଭାବରେ କୌଣସି ବିଦେଶୀ ଅତିଥି ନ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Hindustantimes । Archive
19 ଜାନୁଆରିରେ Financialexpress ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଇତିହାସରେ ପ୍ରଥମଥର ଭାରତ କୌଣସି ବିଦେଶି ଅତିଥି ବିନା ସ୍ୱତନ୍ତ୍ର ଦିବସ ମନାଇବ। କୋରୋନା ମହାମାରିକୁ ନଜରରେ ରଖି ବିଦେଶି ମନ୍ତ୍ରୀ କିମ୍ବା ଅତିଥିଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Financialexpress । Archive
ଶେଷକଥା–
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କୋରୋନା ମହାମାରିକୁ ନଜରରେ ରଖି 2021 ସ୍ୱତନ୍ତ୍ର ଦିବରରେ କୌଣସି ବିଦେଶି ମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯାଇ ନାହିଁ। ଭାଇରାଲ ହେଉଥିବା ପୋଷ୍ଟ ମିଥ୍ୟା ଅଟେ।

Title:ଏହି ବର୍ଷ ଗଣତନ୍ତ୍ର ଦିବସରେ ସୁରିନାମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସାଣ୍ଟୋଖୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ ?
Fact Check By: Saritadevi SamalResult: False