ପାକିସ୍ତାନରୁ ବାହାରୁଥିବା ଖବର ଇମରାନ ଖାନ ପ୍ରଶାସନକୁ ଗଭୀର ଭାବେ ଲଜ୍ଜିତ କରିଛି। ଏକ ଆଶ୍ଚର୍ଯ୍ୟଜଣକ ପ୍ରକାଶରେ, ପାକିସ୍ତାନର ପୂର୍ବତନ କୂଟନୀତିଜ୍ଞ ଆଗା ହିଲାଲି ଗଣମାଧ୍ହୟମରେ ସ୍ଵୀକାର କରିଛନ୍ତି ଯେ ୨୬ ଫେବ୍ରୁଆରି ୨୦୧୯ ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ଭାରତ ଦ୍ଵାରା ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଭିଡିଓରେ ଆପଣ ହିଲାଳି କହୁଛନ୍ତି ଯେ, “ଭାରତ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରି ଏକ ଯୁଧ୍ୟ କାର୍ଯ୍ୟ କରିଥିଲା ଯେଉଁଥିରେ ୩୦୦ ଜନଙ୍କସର ମୃତ୍ୟୁ ହେଇଥିବା ସୂଚନା ମିଳିଥିଲା। ଆମର ଲକ୍ଷ ସେମାନଙ୍କର ଠାରୁ ଭିନ୍ନ ଥିଲା। ଆମେ ସେମାନଙ୍କର ହାଇ କମାଣ୍ଡକୁ ଲକ୍ଷ କରିଥିଲୁ। ଏହା ଆମର ବୈଧ ଲକ୍ଷ ଥିଲା କାରଣ ସେମାନେ ଭାରତ ସେନା ବାହିନୀ ଅଟନ୍ତି।“

Archive Link

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ଏହି ଭିଡିଓକୁ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ପାକିସ୍ତାନ ନ୍ୟୁଜ ଚ୍ୟାନାଲ ହମ୍ ନ୍ୟୁଜ ନିଜର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇ ଥିବା ଗୋଟିଏ ଭିଡିଓରେ ଏହି କ୍ଲିପ୍ ଦେଖିବାକୁ ମିଳିଲା। ଏହି ଭିଡିଓର ପାଖାପାଖି ୪ ମିନିଟରେ ହିଲାଲି କହିଛନ୍ତି ଯେ, “ଗୋଟିଏ ମଦରସାରେ ଯେଉଁଠାରେ ୩୦୦ ଛାତ୍ର ଅଧ୍ୟୟନ କରୁଥିଲେ ସେଠାରେ ଆକ୍ରମଣ କରିବା ଭାରତର ଲକ୍ଷ ଥିଲା। ଏହା ମାନେ ୩୦୦ ଲୋକଙ୍କୁ ମାରିବାର ଇରାଡା ଥିଲା। କିନ୍ତୁ ସେଇଟା ହେଲା ନାହିଁ। ସେଥିପାଇଁ ସେମାନେ ଯାଇକି ଗୋଟିଏ ଫୁଟବଲ୍ ଫିଲ୍ଡରେ ଆକ୍ରମଣ କରିଥିଲେ। ଭାରତ ଯାହା କରିଥିଲା ସେଇଟା ଏକ ଯୁଧ୍ୟ କାର୍ଯ୍ୟ ଥିଲାଆମର ଲକ୍ଷ ସେମାନଙ୍କର ଠାରୁ ଭିନ୍ନ ଥିଲା। ଆମେ ସେମାନଙ୍କର ହାଇ କମାଣ୍ଡକୁ ଲକ୍ଷ କରିଥିଲୁ। ତାଙ୍କ ଆକ୍ରମଣରେ କିଛି କାଉ ଏବଂ ୧୧ ଟି ମେଣ୍ଢା ଶହିଦ ହେଇଛନ୍ତି

ଏହା ପରେ ଟୁଇଟରରେ ଏହି ବିଷୟ ସର୍ଚ କରିଲା ପରେ ଆମକୁ ୧୧ ଜାନୁଆରୀରେ ଇଣ୍ଡିଆ ଟୁଡେର ଟୁଇଟର ହେଣ୍ଡେଲରେ ସ୍ପଷ୍ଟ କରି ଲେଖା ଯାଇଅଛି ଯେ ପାକିସ୍ତାନ କୂଟନୀତିଜ୍ଞଙ୍କ ଗୋଟିଏ ଭିଡିଓ ଯେଉଁଥିରେ ସେ କହୁଛନ୍ତି ଯେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ଭାରତ ଅନେକଙ୍କୁ ହତ୍ୟା କରିଛି, ଏହି ଭିଡିଓ ଏଡିଟ୍ କରି ଭ୍ରମ ସୃଷ୍ଟି କରା ଯାଇଅଛି। ଏହି ଘଟନାଟି ଆମ ଦର୍ଶକଙ୍କ ନଜରକୁ ଆଣିବା ଆମ ଦାୟିତ୍ଵ।

Archive

ଏହା ପରେ ଆମେ ଟୁଇଟରରେ ଜଫର ହିଲାଲିଙ୍କ ଟୁଇଟରେ ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୧୦ ଜାନୁଆରୀରେ ତାଙ୍କ ଗୋଟିଏ ଟୁଇଟ ମିଳିଲା ଯେଉଁଥିରେ ସେ କହିଛନ୍ତି ଯେ ଭାରତ ସରକାର ହମ୍ ନ୍ୟୁଜ ଚ୍ୟାନାଲ ସହିତ ହେଇଥିବା ତାଙ୍କ ସାକ୍ଷାତର ଭିଡିଓକୁ ଏଡିଟ୍ କରି ବାଲାକୋଟ ଆକ୍ରମଣ ବିଷୟରେ ମୋଦୀଙ୍କ ମିଥ୍ୟା ପ୍ରଚାର କରୁଛି।

Archive

ଶେଷକଥା:

ବାଲାକୋଟ ଏୟାର ଷ୍ଟ୍ରାଇକ୍ ରେ ୩୦୦ ଆତଙ୍କବାଦୀ ନିହତ ହେଇଥିବା ପାକିସ୍ତାନ ସ୍ଵୀକାର କରିଥିବା ରିପୋର୍ଟ ମିଥ୍ୟା ଅଟେ। ତେଣୁ ଆମେ ଆମର ଦର୍ଶକ ମାନଙ୍କୁ ଅନୁରୋଧ କରୁଛୁ ଯେ ଏପରି ମିଥ୍ୟା ଖବର, ଫୋଟୋ ବା ଭିଡିଓ ଇତ୍ୟାଦି ନିଶ୍ଚିତ ନକରି ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ନାହିଁ।

Avatar

Title:କ’ଣ ପାକିସ୍ତାନ ମନ୍ତ୍ରୀ ଜଫର ହିଲାଲି ସ୍ବୀକାରିଛନ୍ତି ଯେ ଭାରତର ବାଲାକୋଟ ଉପରେ ଆକ୍ରମଣରେ ୩୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେଇଛି?

Fact Check By: Siddharth Sahu

Result: Explainer