
ଓଡ଼ିଶାର କଟକ ସ୍ଥିତ ଦେବି ନଦୀରେ କୁମ୍ଭୀର ଆକ୍ରମଣ ହୋଇଛି ବୋଲି ଏକ ଭିଡିଓ ବ୍ୟାପକ ଭାବରେ ସେୟାର କରାଯାଉଛି। ଭିଡିଓରେ ଥିବା ଭିଜୁଆଲରେ ଜଣେ କୁମ୍ଭୀର ଏକ ପାଣିମଧ୍ୟରେ ଜଣେ ମୃତ ମହିଳାକୁ ଖାଉଥିବାର ଦେଖାଯାଉଛି। ଏହି ଭିଡିଓକୁ ଅଲଗା ଅଲଗା ପ୍ଲାଟଫୋର୍ମରେ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭଇରାଲ ଭିଡିଓ ଓଡ଼ିଶାର ନୁହେଁ ବୋଲି ସ୍ପଷ୍ଟ ହୋଇଛି।
28 ଜୁଲାଇରେ Bibhuranjan Patra ନାମକ ଜଣେ ୟୁଟୁବ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, Crocodile Attack in Debi River Cuttack, Odisha… be careful (ଓଡ଼ିଶାର ଦେବି ନଦୀ କଟକ ଠାରେ କୁମ୍ଭୀର ଆକ୍ରମଣ … ସାବଧାନ ରୁହ) । ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 800ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏହା ଛଡ଼ା ଏହି ଭାଇରାଲ ଭିଡିଓ Odisha News Live ପେଜରେ ମଧ୍ୟ ଏହା ସେୟାର କରାଯାଇଛି। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1000ରୁ ଅଧିକ ଲୋକ ଦେଖିସାରିଛନ୍ତି। ତଳେ ଲିଙ୍କ ଦେଖନ୍ତୁ।
https://archive.org/details/screencast-www.facebook.com-2021.08.01-10_02_30
ତେବେ କଟକ ଦେବି ନଦୀରେ ମହିଳାକୁ କୁମ୍ଭୀର ଆକ୍ରମଣ କରିଥିବା ଭିଡିଓ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ପୂର୍ବରୁ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। worldstarhiphop ପେଜରେ ଭାଇରାଲ ଭିଡିଓ ପାଇଲୁ। ଖବର ଅନୁାସାରେ କୁମ୍ଭୀରଟି ଗାଧୋଉଥିବା ଜଣେ ମହିଳକୁ ଆକ୍ରମଣ କରିଥିଲା। 21 ଜୁନ୍ 2021 ରେ ଲାଗୁନା ଡେଲ କାର୍ପିନେରୋ ଉପକୂଳରେ ଏକ କୁମ୍ଭୀର ଜଣେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା ଲାଗୁନା ଡେଲ କାର୍ପିନେରୋ ମେକ୍ସିକୋର ଟାମୁଲିପାସ୍ ରାଜ୍ୟ ଟାମ୍ପିକୋ ସିଟିରେ ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- worldstarhiphop। Archive
Google Mapରେ ଆମେ Laguna del Carpintero Tampico ଲେଖି ସର୍ଚ୍ଚ କରିଲୁ। ସର୍ଚ୍ଚରେ ସ୍ପଷ୍ଟ ହେଲା ଯେ, ଏହି ସ୍ଥାନ ମେକ୍ସିକୋରେ ଅଟେ। ଏହା ପରେ ଆମେ ଅଧିକ ସୂଚନା ପାଇଁ ଅନୁସନ୍ଧାନ କରିଲୁ। 23 ଜୁନ୍ 2021 ରେ youtube ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଭିଡିଓରେ ଶିର୍ଷକରେ ଲେଖାଯାଇଛି ଯେ, ‘ ‘କୁମ୍ଭୀର ମହିଳାକୁ ଖାଉଛି। ଏପରିକି ୟୁଟ୍ୟୁବ୍ ଭିଡିଓର ଅବସ୍ଥାନକୁ ‘ଟାମ୍ପିକୋ(TAMPICO) ଭାବରେ ଟ୍ୟାଗ୍ କରାଯାଇଥିଲା। ତେଣୁ ଟାମ୍ପିକୋ ମେକ୍ସିକୋର ଏକ ସହର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
riviera-maya ପେଜରେ ଏକ ଖବର ପାଇଲୁ। ଯେଉଁଥିରେ ଲେଖାଯାଇଛି ଯେ, ଜଣେ ମହିଳାଙ୍କ କୁମ୍ଭୀର ଆକ୍ରମଣ ହେବାର କ such ଣସି ଘଟଣା ରିପୋର୍ଟ କରାଯାଇଥିଲା କି ନାହିଁ। ଆମେ ଦୁଇଟି ଆର୍ଟିକିଲ୍ ପାଇଲୁ ଯାହା ନିଶ୍ଚିତ କରେ ଯେ ଏହି ଘଟଣା ପ୍ରକୃତରେ ଟାମ୍ପିକୋ ମେକ୍ସିକୋରେ ଘଟିଛି। ‘ଅନେକ ଅଂଚଳବାସୀ ଏହି ଆକ୍ରମଣର ସାକ୍ଷୀ ହୋଇଥିଲେ। ଭିଡିଓରେ ଦର୍ଶାଯାଇଛି ଯେ ଲାଗୁନ୍ ଜଳରେ କୁମ୍ଭୀରଟିମହିଳାକୁ ଟାଣୁଥିବାର ଦେଖାଯାଉଛି। ’ଆକ୍ରମଣ ହୋଇଥିବା ମହିଳାଙ୍କ ମୃତଦେହକୁ ସେଠାରେ ଥିବା ଅଧିକାରୀମାନେ ଉଦ୍ଧାର କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- riviera-maya । Archive
ବିଭିନ୍ନ ସମ୍ବାଦ ପ୍ରବନ୍ଧ ଏବଂ ଭିଡିଓ ରିପୋର୍ଟ ଅନୁଯାୟୀ, ଓଡିଶାର ଦେବୀ ନଦୀରେ କୁମ୍ଭୀରମାନେ ବାରମ୍ବାର ଦେଖାଯାଉଥିଖବର ପ୍ରକାଶିତ ହୋଇଛି। News ଖବର ଅନୁସାରେ 22 ଜୁଲାଇ 2021 ରେ ଦେବି ନଦୀରେ 10 ଫୁଟ କୁମ୍ଭୀରର ଦେଖିବାକୁ ମିଳିଥିଲା। ନିକଟସ୍ଥ ଲୋକଙ୍କୁ ଜଙ୍ଗଲ ଅଧିକାରୀମାନେ ନଦୀରେ ପ୍ରବେଶ ନକରିବାକୁ ପରାମର୍ଶ ଦେଇଥିଲେ। ଆମେ ଅଧିକ ଅନୁସନ୍ଧାନରେ ସର୍ଚ୍ଚ କରିଲୁ ଯେ, ଜଣେ ମହିଳା କୁମ୍ଭୀର ଆକ୍ରମଣ କରିଥିବା ଏପରି କୌଣସି ଖବର ପ୍ରକାଶିତ ହୋଇ ନାହିଁ । ଦେବୀ ନଦୀରେ କୁମ୍ଭୀରର ଜହ୍ନରେ ଜଣେ ମୃତ ମହିଳାଙ୍କ ବିଷୟରେ କୌଣସି ଖବର ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମେ ଏପରି କିଛି ଘଟଣା ଘଟିଛି ନା ନାହିଁ ତାହା ଜାଣିବା ପାଇଁ GOVINDPUR POLICE STATION ସହ ସମ୍ପର୍କ କରିଲୁ। ଥାନାର କନେଷ୍ଟେବଲ(ଲେଙ୍କା) ଏହା ସ୍ପଷ୍ଟ କରିଛନ୍ତି ଯେ, ଦେବି ନଦୀରେ କୁମ୍ଭିର ମହିଳାକୁ ଆକ୍ରମଣ କରିଥିବା ଭିଡିଓ ମିଥ୍ୟା ଅଟେ। ଏପରି କୌଣସି ଘଟଣା ଘଟି ନାହିଁ। ଏହା ସହ ସେ ଏପରି ମିଥ୍ୟା ଖବର ଭାଇରାଲ ନ କରିବା ପାଇଁ ଅନୁରୋଧ କରିଛନ୍ତି।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, କଟକ ଦେବି ନେଦୀରେ ମହିଳାକୁ କୁମ୍ଭୀର ଆକ୍ରମଣ କରିଥିବା ଦାବରେ ଭାଇରାଲ ଭିଡିଓ ଓଡ଼ିଶାର ନୁହେଁ ବରଂ ମେକ୍ସିକୋର ଅଟେ।

Title:ମେକ୍ସିକୋର ଭିଡିଓକୁ କଟକ ଦେବି ନେଦୀରେ କୁମ୍ଭୀର ମହିଳାକୁ ଆକ୍ରମଣ କରିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।
Fact Check By: Saritadevi SamalResult: False
