ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା ଦାନା ବାତ୍ୟାର ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।

ନିକଟରେ ବାତ୍ୟା ଦାନା ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ନିଜର ପ୍ରକୋପ ପକାଇଥିଲା। ଅନେକ ଉପକୂଳ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପରେ ମଧ୍ୟ ବାତ୍ୟାରେ ଜଣେ ମୃତ ହେଇଥିବା ସୂଚନା ମିଳିଛି। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସମୁଦ୍ରରୁ ଜଳପ୍ରପାତ ସ୍ଥଳ ଭାଗ ଛୁଇଁ ଥିବା ଦେଖିବାକୁ ମିଳିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସାଇପ୍ରସ୍ ଦେଶର ଏକ ଘଟଣାକୁ ନିକଟରେ ଆସିଥିବା […]

Continue Reading

HACCP ଲୋଗୋ ଥିବା ବାଲାଜି କମ୍ପାନୀ ଦ୍ଵାରା ନିର୍ମିତ ଏକ ଉତ୍ପାଦନ କୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ପୋଷ୍ଟରେ ଓଡ଼ିଶାରେ ଉତ୍ପାଦିତ ବାଲାଜି କମ୍ପାନୀର ଗୋଟିଏ ଉତ୍ପାଦନର ଫୋଟୋ ଅଛି ଯେଉଁଥିରେ HACCP ର ଲୋଗୋ ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବାଲାଜି କମ୍ପାନୀ ନିଜ ଉତ୍ପାଦନରେ ହଲାଲ ସାର୍ଟିଫିକେଟ୍ ଲୋଗୋ ସହିତ ମାର୍କେଟ୍ ରେ ଉତ୍ପାଦନ ଗୁଡ଼ିକ ବିକୁଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। HACCP ଲୋଗୋ ହଲାଲ ସାର୍ଟିଫାଏଡ୍ ଉତ୍ପାଦନର ପ୍ରମାଣ ନୁହେଁ। […]

Continue Reading

କ’ଣ ଆଳୁ ଦର ବୃଦ୍ଧି ହେବା ପରେ ରାଜ୍ୟରେ ଜଣେ ପାରିବା ଦୋକାନୀ ବିଜେପି ସରକାରଙ୍କୁ ନିନ୍ଦା କରିଛନ୍ତି? ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। 

ନିକଟରେ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଇଛି। ଆଳୁ ଯାହା ସାମାନ୍ୟ ଲୋକଙ୍କର ଏକ ପ୍ରାଥମିକ ଆହାର ବୋଲି ଜଣା ଯାଏ, ତାହାର ଦରରେ ବୃଦ୍ଧି ହେବା ପରେ ସୋସିଆଲ ମିଡିଆରେ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି।  ଏହା ମଧ୍ୟରେ ଆଳୁ, ପିଆଜ, ଅଦା ଏବଂ ରସୁଣ ଦୋକାନର ଏକ ଫୋଟୋ ଭାଇରାଲ ହେଉଛି। ଏହି ଦୋକାନରେ ଗୋଟିଏ କଳା ବୋର୍ଡରେ ଲେଖା ଯାଇଛି, “ଆଳୁ ୪୪ ଟଙ୍କା। ଦୁଇଥର ପଦ୍ମ, ଦୁଇ ଗୁଣା ବିକାଶ” ଏହି […]

Continue Reading

କ’ଣ ମୋହନ ମାଝୀଙ୍କ ଶପଥ ଗ୍ରହଣ ସଭାରେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଯାଇଥିଲେ? 

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରା ଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ପାର୍ଟି ସଦସ୍ୟ ଯୋଗଦାନ ଦେଇଥିଲେ। ଏହି ଘଟଣା ଜଡ଼ିତ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରଗାନ ଆରମ୍ଭ ହେବା ପରେ ସମସ୍ତ […]

Continue Reading

ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟରେ ମଦ ବ୍ୟାପାର ନିଷେଧ କରିବା ନିଷ୍ପତ୍ତି ନେଇଛନ୍ତି କି? 

ଓଡ଼ିଶାରେ ବିଜେପି ବିଧାନସଭା ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ ହେଇଛନ୍ତି। ରାଜ୍ୟରେ ପ୍ରଥମ ଥର ପାଇ ବିଜେପି ସରକାର ଆସିବା ପରେ ଅନେକ ଯୋଜନା ଏବଂ ନୂତନ ସରକାରର ପଦକ୍ଷେପ କ’ଣ ରହିବା ନେଇ ଚର୍ଚ୍ଚା ଲାଗି ରହିଛି।  ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ମଦ ବ୍ୟାପାର ବନ୍ଦ […]

Continue Reading

କ’ଣ ଓଡ଼ିଶାରେ ବିଜେପି ନିର୍ବାଚନ ଜିତିବା ପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳିତ କରିଛି? ଜାଣନ୍ତୁ ସତ୍ୟତା। 

୨୦୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ଜିତି ସରକାର ଗଢିବା ପାଇଁ ପ୍ରସ୍ତୁତ ଅଛି। ବିଜେପି ୭୮ ସିଟ୍ ଜିତିଥିବା ବେଳେ ବିଜେଡ଼ି କେବଳ ୫୧ ସିଟ୍ ଜିତି ପାରିଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷ ଶାସନକୁ ଭାଙ୍ଗି ବିଜେପି ବର୍ତ୍ତମାନ ଓଡ଼ିଶାରେ ଶାସନ କରିବା ପାଇଁ ଯାଉଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ସରକାର ଦ୍ଵାରା ଆରମ୍ଭ କରା ଯାଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (BSKY) କୁ ବିଜେପି ଅଚଳିତ କରିଛି ବୋଲି […]

Continue Reading

କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଛନ୍ତି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ବିଶାଳ ରେଲି କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପରେ ଓଡ଼ିଶାକୁ ସର୍ବଶ୍ରେଷ୍ଟ ରାଜ୍ୟରେ ପରିଣତ କରି ଦେବ। ବର୍ତ୍ତମାନ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଏପରି ସେୟାର କରା ଯାଉଛି ଯେ […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ବସ୍ ରେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥାର ଏହି ଭିଡିଓ ଦିଲ୍ଲୀର ଅଟେ? ଜାଣନ୍ତୁ ସତ୍ୟତା। 

ଅନ୍ୟ ଯାତ୍ରୀଙ୍କର ଉପସ୍ଥିତିରେ ଏକ ବସ୍ ରେ ଜଣେ ଯୁବକ-ଯୁବତୀଙ୍କର ଅଶ୍ଳୀଳ ଅବସ୍ଥା ବା ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବା ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସମାନ ବସ୍ ରେ ଯାତ୍ରା କରୁଥିବା ଅନ୍ୟ ଏକ ଯାତ୍ରୀ ଏହି ଭିଡିଓ ଶୁଟ୍ କରିଥିଲେ।  ଦାବି କରା ଯାଉଛି ଯେ ଏହା ଦିଲ୍ଲୀ ସହରର ଏକ ଘଟଣା ଅଟେ। ଭିଡିଓ ସେୟାର କରି ଜଣେ ଲେଖିଛନ୍ତି, “ଦିଲ୍ଲୀ ମେଟ୍ରୋ ପରେ ଜଣେ ଯୁବକ ଏବଂ […]

Continue Reading

କ’ଣ ବିଜେପି କାର୍ଯ୍ୟକର୍ତ୍ତା ପିଙ୍କି ପ୍ରଧାନ ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରଚାର କରୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ବିଜେପି କାର୍ଯ୍ୟକର୍ତ୍ତା ପିଙ୍କି ପ୍ରଧାନଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ସେ କିଛି ଲୋକଙ୍କ ମଧ୍ୟରେ ଗୀତ ଗାଈ ନାଚୁଛନ୍ତି। ଭିଡିଓରେ ଆମେ କଂଗ୍ରେସ ସମର୍ଥନର ଏକ ଗୀତ ମଧ୍ୟ ଶୁଣିବାକୁ ପାଇଲୁ।  ଏହି ଭିଡିଓ ସେୟାର କରି ଏପରି କୁହା ଯାଉଛି ଯେପରିକି ପିଙ୍କି ପ୍ରଧାନ ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରଚାର କରୁଛନ୍ତି।  କିନ୍ତୁ ଗ୍ଫ୍ୟାକ୍ତ କ୍ରିଷେଣ୍ଡୋ […]

Continue Reading

କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ ଅଫିସ୍ ରେ ବସି ଫାଇଲ୍ ଚେକ୍ କରୁଛି। ସେଠାର କର୍ମଚାରି ମାନେ ତାକୁ କଦଳୀ ଦେବା ପରେ ମଧ୍ୟ ମାଙ୍କଡଟି ଫାଇଲ୍ ଯାଞ୍ଚ କରିବା ବନ୍ଦ କରୁ ନାହିଁ। ଦାବି କରା ଯାଇଛି ଯେ ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

କ’ଣ ଆଙ୍ଗନବାଡ଼ି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଓଡ଼ିଶା ପୋଲିସ ନିର୍ମମ ଭାବରେ ମାରୁଛି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପୋଲିସର ନିଷ୍ଠୁରତା ଦର୍ଶାଉଥିବା ଗୋଟିଏ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ ମହିଳା ଆଙ୍ଗନବାଡ଼ି କାର୍ଯ୍ୟକର୍ତ୍ତା ମାନେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ସେଠାରେ ବନ୍ଦୋବସ୍ତରେ ଥିବା ପୋଲିସ ସେମାନଙ୍କୁ ନିର୍ମମ ଭାବରେ ବାଡ଼ିରେ ମାରୁଛି।  ଦାବି କରା ଯାଉଛି ଯେ ଏହି ଭିଡିଓ ଓଡ଼ିଶା ରାଜ୍ୟର ଅଟେ ଆଉ ନବୀନ ସରକାର ଏପରି ମାଁ ମାନଙ୍କୁ ସମ୍ମାନ ଦେଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ଓଡିଶା ଟ୍ରେନ୍ ଦୁର୍ଘଟଣା ପୀଡିତଙ୍କ ପାଇଁ ରକ୍ତ ଦାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ବାଲେଶ୍ଵରର ବାହାନଗାରେ ହେଇଥିବା ଏକ ବିଶାଳ ଟ୍ରେନ୍ ଦୁର୍ଘଟଣାରେ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଗୁରୁତ ଭାବରେ ଆଘାତ ହୋଇଛନ୍ତି। ଏହା ନେଇ ଦେଶର ଅନେକ ନେତା ଏବଂ ଜନସାଧାରଣ ଲୋକେ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଜେପି ନେତା ସମ୍ବିତ ପାତ୍ର ଏବଂ ବାବା ରାମଦେବ ରକ୍ତଦାନ କରୁଛନ୍ତି। ଦାବି କରା […]

Continue Reading

କ’ଣ ଭୟଙ୍କର କୁଆ ପଥର ବର୍ଷାର ଏହି ଭିଡିଓ ଓଡିଶାର ଯାଜପୁର ସହର ଅଟେ? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍ଥାନରେ ବର୍ଷାର ପରିସ୍ଥିତି ଲାଗି ରହିଛି। କିଛି ସ୍ଥାନରେ କୁଆ ପଥର ବର୍ଷା ହେଉଥିବା ଖବର ମଧ୍ୟ ସାମନାଲୁ ଆସିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଆଦିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଚାଷ ଜମି ପରି ସ୍ଥାନରେ ଭୟଙ୍କର କୁଆ ପଥର ବର୍ଷା ହେଉଛି। ଦାବି କରା ଯାଉଛି ଯେ ଏହି ଘଟଣା ରାଜ୍ୟର ଯାଜପୁର ଜିଲ୍ଲାରେ ଘଟିଛି। କିନ୍ତୁ […]

Continue Reading

କ’ଣ ଅଜଗର ସାପ ରାସ୍ତା ପାର କରୁଥିବା ଏହି ଭିଡିଓ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି ଯେ ଓଡ଼ିଶାର କୋରାପୁଟରେ ଏକ ବଡ଼ ସାପ ଦେଖାଯାଇଛି। ଏହି ଭିଡିଓ ଆଞ୍ଚଳିକ ଗଣମାଧ୍ୟମ ‘ଓଟିଭି ନ୍ୟୁଜ୍’ର ଏକ ରିପୋର୍ଟ ଅଟେ। ରିପୋର୍ଟରେ ଏକ ବିଶାଳ ଅଜଗର ସାପ ରାସ୍ତା ପାର କରୁଥିବା ଦେଖାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅଜଗର ସାପର ଏହି ଭିଡିଓ କୋରାପୁଟରୁ ନୁହେଁ ବରଂ କର୍ଣ୍ଣାଟକା ରାଜ୍ୟରୁ ଆସିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର […]

Continue Reading

କୋଲକତାର ରେଳ ଟ୍ରାକର ଭିଡିଓ ଓଡ଼ିଶାରେ ରେଲୱେ କବଜା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ରେଳ ଜମି ଏନକାଉଣ୍ଟର ସମ୍ପର୍କରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକମାନେ ବେଆଇନ ଭାବେ ରେଳ ଟ୍ରାକ୍ ଦଖଲ କରୁଥିବା ଦେଖିବାକୁ ମିଳୁଛି। ଲୋକମାନେ ପୋଷାକ ଶୁଖାଇବା ଏବଂ ଟ୍ରାକରେ ପନିପରିବା ବିକ୍ରି କରୁଥିବା ଦେଖାଯାଉଛନ୍ତି। ଲୋକମାନେ ସେମାନଙ୍କର ରୋଷେଇ ଘର, ବାଥରୁମ ଏବଂ ଖେଳ ପଡିଆ ରେଳ ଟ୍ରାକ୍ ଉପରେ ତିଆରି କରିଛନ୍ତି।  ଏହି ଭିଡିଓ ଓଡ଼ିଶାର ବୋଲି ଦାବି କରାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଓଡ଼ିଶାର ରେଳ ଟ୍ରାକର […]

Continue Reading

କ’ଣ ଏହା ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ କାର୍ଯ୍ୟ କରୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ କିଛି ମହିଳା ମାନେ ଏକାଠି ବସିଛନ୍ତି, ଯାହା ମଧ୍ୟରେ କିଛି ଜଣ ବିଦେଶରୁ ଆସିଥିବା ଜଣା ପଡୁଛି। ଦ୍ଵିତୀୟ ଫୋଟୋରେ କିଛି ଲୋକେ ବସ୍ ରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଅଛି।  ଦାବି କରା ଯାଉଛି ଯେ ଏହି ଫୋଟୋ ହେଉଛି ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ ଦାଦନ ଖଟୁଥିବା ଶ୍ରମିକଙ୍କ ଫୋଟୋ […]

Continue Reading

ଓଡ଼ିଶା ସରକାର 14 ଦିନ ଲକଡାଉନ ଘୋଷଣା କରି ନାହିଁ, ବର୍ଷେ ପୁରୁଣା ଭିଡିଓ ମିଥ୍ୟା ଦାବିରେ ଭାଇରାଲ

ଦେଶରେ କୋରୋନା ଭୟ ପୁଣିଥରେ ଦେଖା ଯାଉଛି। ଏଥିମଧ୍ୟରେ ସୋସିଆଲ ମିଡିଆରେ ସରକାର ଲକଡାଉନ କରିଥିବା ନେଇ କିଛି ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ 5 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଲକଡାଉନ ହେବା ନେଇ ଦାବି କରାଯାଇଛି। ଲକଡାଉନରେ କେତକ କଟକଣା ଲାଗାଯାଇଛି, ଯାହାକୁ ନେଇ ଏବେ ଚିନ୍ତାର ବିଷୟ ପାଲଟି ଯାଇଛି।  ZEO TV ନାମକ ଏକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ୫ ତାରିଖରୁ […]

Continue Reading

କ’ଣ ଭାଇରାଲ ଫୋଟୋରେ ହେଲିକପ୍ଟର ଦୁର୍ଘଟଣା ଓଡ଼ିଶାରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଦୁର୍ଘଟଣା ଓଡ଼ିଶାରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହେଲିକପ୍ଟର ଦୁର୍ଘଟଣା ଦର୍ଶାଉଥିବା ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଘଟଣା କେନ୍ଦୁଝର ଜିଲ୍ଲାର ଆନ୍ଦପୁର […]

Continue Reading

କ’ଣ ନିଶା ଅବସ୍ଥାରେ ରାସ୍ତାରେ ହଙ୍ଗାମା କରୁଥିବା ଦୁଇଟି ଯୁବତୀଙ୍କ ଭିଡିଓ ଓଡିଶାର ଅଟେ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଲା ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍କୁଟିରେ ବସୁଥିବା ସମୟରେ ଜଣେ ଯୁବତୀ ଟଳି ପଡ଼ୁଛନ୍ତି। ଭିଡିଓ ଦେଖି ବ୍ଯତୀତ ହେଉଛି ଯେ ସେ କୌଣସି ନିଶା ଦ୍ରବ୍ୟର ସେବନ କରିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡିଶାର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଓଡ଼ିଶାର ନୁହେଁ ବରଂ ପଞ୍ଜାବର ଚଣ୍ଡିଗଡ ସହରର ଅଟେ।  କ’ଣ ଦାବି କରା ଯାଇଛି […]

Continue Reading

କ’ଣ ବନ୍ୟା ପାଣିରେ ଏହି କୁମ୍ଭୀରଟି ଓଡିଶାର ବୈତରଣୀ ନଦୀରେ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

ପ୍ରବଳ ବର୍ଷା କାରଣରୁ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ସମସ୍ଯା ସୃଷ୍ଟି ହୋଇଛି। ନିକଟରେ ଗଣମାଧ୍ୟମରେ ବନ୍ୟା ପାଣିରେ କୁମ୍ଭୀର ଦେଖା ଯାଇଥିବାର ଅନେକ ସମ୍ବାଦ ଆସିଛି। ଗତ ମାସ ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ମଧ୍ୟ ଏକ ଆବାସିକ ସ୍ଥାନରେ କୁମ୍ଭୀରର ଆତଙ୍କ ଖବର ସାମନାକୁ ଆସିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ବନ୍ୟା ପାଣିରେ କୁମ୍ଭୀରକୁ ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ଫୋଟୋ ଓଡ଼ିଶାର ଧାମନଗର […]

Continue Reading

କ’ଣ ପୁରୀରେ ଜନ୍ମନେଲା ଭୂତ ଛୁଆ ? ଭାଇରାଲ ଭିଡିଓ ମଧ୍ୟପ୍ରଦେଶର ଅଟେ।

ସୋସିଆଲ ମିଡିଆରେ ଏକ ଶିଶୁର ଭିଡିଓ ଥିବା ଏକ ପୋଷ୍ଟ ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ, ଓଡ଼ିଶାରେ ଜନ୍ମ ହେଲା ଭୂତ ଛୁଆ। ଏବଂ ଏହା ପୁରୀର ନିମାପଡ଼ା ଠାରେ ଘଟିଛି।  news 38 timesରେ ଏହି ଖବର ପ୍ରକାସିତ କରାଯାଇଛି। ପ୍ରକାସିତଚ ଖବରରେ ଲେଖାଯାଇଛି ଯେ,ଏହି ଘଟଣାଟି ପୁରୀର ନିମାପଡ଼ା ଠାରେ ଘଟିଛି। ରାତି ୧୧ ଟା ସମୟ ହୋଇଥାଏ।ବର୍ଷା ଏତେ ଜୋରେ ହେଉଥିଲା ଯେ ଘରୁ କେହି ବାହାରି ପାରୁ ନଥିଲେ।ସେହି […]

Continue Reading

ମହାରାଷ୍ଟ୍ର ଉଜାନି ଡ୍ୟାମର ଭିଡିଓକୁ ଓଡ଼ିଶାର ହିରାକୁଦ ଡ୍ୟାମ ନାମରେ ଭାଇରାଲ କରାଯାଉଛି।

ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶରେ ଲୋକମାନେ ତ୍ରିରଙ୍ଗା ପତାକା ଏବଂ ତ୍ରିରଙ୍ଗା ରଙ୍ଗର ଲାଇଟ ଲଗାଇ ସ୍ୱାଧୀନତା ଦିବଶକୁ ନେଇ ଉତ୍ସାହିତ ହେଉଛନ୍ତି। ଏଥିମଧ୍ୟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଡ୍ୟାମରୁ ତ୍ରିରଙ୍ଗା ରଙ୍ଗର ପାଣି ବାହାରୁଥିବାର ଦେଖାଯାଉଛି। ତ୍ରିରଙ୍ଗା ରଙ୍ଗରେ ସଜାଇ ହୋଇଥିବା ଏହି ଡ୍ୟାମକୁ ଓଡ଼ିଶାର ହିରାକୁଦ ଡ୍ୟାମ ଦାବିରେ ଭାଇରାଲ କରାଯାଉଛି। Sushil Sunani ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

ଚୀନର ୟେଲୋ ନଦୀ ଡ୍ୟାମର ଏକ ଭିଡିଓକୁ ଓଡ଼ିଶାର ହୀରାକୁଦ ଡ୍ୟାମର ଦୃଶ୍ୟ ଦାବି ଶୀତ ଭାଇରାଲ କରା ଯାଉଛି। 

ଦେଶର ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ସ୍ଥିତି ହେଇଥିବା ସମୟରେ ଏହାର ପ୍ରଭାବ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି। ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇ ଲୋକଙ୍କ ଜୀବନ ଅସୁବିଧାରେ ପଡ଼ିଛି।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଗୋଟିଏ ଡ୍ୟାମ୍ ରୁ ତୀବ୍ର ବେଗରେ ପାଣି ଛଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ସମ୍ବଲପୁରର ହୀରାକୁଦ ଡ୍ୟାମର ଦୃଶ୍ୟ […]

Continue Reading

ଭାଇରାଲ ଭିଡିଓ ଓଡ଼ିଶାରେ ଆସିଥିବା ‘ଆସାନି’ ସାଇକ୍ଲୋନର ଅଟେ? 

ମେ 10 ରେ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପରେ ସାଇକ୍ଲୋନିକ୍ ଝଡ ‘ଆସାନି’ର ପ୍ରଭାବ ପୂର୍ବାନୁମାନ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲେ। କିନ୍ତୁ ସାଇକ୍ଲୋନିକ୍ ଆସାନି ଭୟଙ୍କର ହେବା ବଦଳରେ ଏକ ଅବସାଦରେ ଦୁର୍ବଳ ହୋଇଗଲା।  ସୋସିଆଲ ମିଡିଆରେ ଝଡ଼ର ଏକ ଭିଡିଓ ସେୟାର କରି ଦାବି ହେଉଛି ଯେ, ଏହି ଘୂର୍ଣ୍ଣିବଳୟର ଭୟଙ୍କର ଦୃଶ୍ୟ ହେଉଛି ଓଡିଶା ଗୋପାଳପୁରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟର। ଏଥିସହିତ ଅନ୍ୟ କିଛି ଉପଭୋକ୍ତା ଦାବି କରୁଛନ୍ତି ଯେ […]

Continue Reading

ନେପାଳର 2020 ଭିଡିଓକୁ ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା ଦାବିରେ ଭାଇରାଲ ହେଉଛି।

ବୌଦ୍ଧରେ କୁଆ ପଥର ବର୍ଷା ହୋଇଥିବାର ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ବେଳେ । ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଡୋରଦାର କୁଆ ପଥର ବର୍ଷା ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ବୌଦ୍ଧରେ ତୁହାକୁ ତୁହା କୁଆପଥର ବର୍ଷା । ଦେଖନ୍ତୁ ତାଜା ଭିଡିଓ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ବୋଲି ପ୍ରମାଣିତ ହେଲା। ଭାଇରାଲ ଭିଡିଓ ନେପାଳର ଅଟେ। ଏହି ଭିଡିଓକୁ ଦିୱାକର ବାର୍ଟାଲା ନାମକ […]

Continue Reading

ମେକ୍ସିକୋର ଭିଡିଓକୁ କଟକ ଦେବି ନେଦୀରେ କୁମ୍ଭୀର ମହିଳାକୁ ଆକ୍ରମଣ କରିଥିବା ମିଥ୍ୟା ଦାବିରେ ଭାଇରାଲ ହେଉଛି।

ଓଡ଼ିଶାର କଟକ ସ୍ଥିତ ଦେବି ନଦୀରେ କୁମ୍ଭୀର ଆକ୍ରମଣ ହୋଇଛି ବୋଲି ଏକ ଭିଡିଓ ବ୍ୟାପକ ଭାବରେ ସେୟାର କରାଯାଉଛି। ଭିଡିଓରେ ଥିବା ଭିଜୁଆଲରେ ଜଣେ କୁମ୍ଭୀର ଏକ ପାଣିମଧ୍ୟରେ ଜଣେ ମୃତ ମହିଳାକୁ ଖାଉଥିବାର ଦେଖାଯାଉଛି। ଏହି ଭିଡିଓକୁ ଅଲଗା ଅଲଗା ପ୍ଲାଟଫୋର୍ମରେ ସେୟାର କରାଯାଇଛି। ଆମ ଅନୁସନ୍ଧାନରେ ଭଇରାଲ ଭିଡିଓ ଓଡ଼ିଶାର ନୁହେଁ ବୋଲି ସ୍ପଷ୍ଟ ହୋଇଛି। 28 ଜୁଲାଇରେ Bibhuranjan Patra ନାମକ ଜଣେ ୟୁଟୁବ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। […]

Continue Reading

କୋରୋନା କଟକଣା ନମାନି ପୁରିରେ ରଥଯାତ୍ରା ଉତ୍ସବର ଦୃଶ୍ୟ ?

12 ଜୁଲାଇରେ ଓଡ଼ିଶାର ପର୍ବ ରଥଜାତ୍ରା ଆୟୋଜିତ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତେବେ କୋରୋନା କଟଣାକୁ ନେଇ ଫଟୋ ମାଧ୍ୟରେ ପ୍ରଶ୍ନ କରାଯାଉଛି। ଏହି ପରି ଲୋକଙ୍କ ଭିଡ଼ଥିବା ରଥଯାତ୍ରାର ଫଟୋ  ମିଥ୍ୟା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 12 ଜୁଲାଇରେ India 24 Live News ନାମକ ଖବର ପେଜରେ ଭାଇରାଲ ଫଟୋ […]

Continue Reading

2017 ଭିଡିଓକୁ ବାଲେଶ୍ୱରରେ ୟଶ୍ ସାଇକ୍ଲୋନ ତାଣ୍ଡବ ଦାବିରେ ଭାଇରାଲ।

26 ମେ ରେ ୟଶ ସାଇକ୍ଲୋନ ପଶ୍ଚିମବଙ୍ଗ ଏବଂ ଓଡିଶାରେ ପ୍ରବଳ ଘୂର୍ଣ୍ଣିବଳୟ ସୃଷ୍ଟି କରିଥିଲା। ଏହାର ଭିଡିଓ ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ କରୁଛନ୍ତି। ତେବେ ସେଥିମଧ୍ୟରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ମଧ୍ୟ ଅଟେ। ଏହି ପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ  ବ୍ରିଜକୁ ସମୁଦ୍ର ପାଣି ଭୟଙ୍କର ରୂପରେ ମାଡ଼ି ଆସୁଥିବାର ଦେଖାଯାଉଛି।   ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଜୁଆଲ୍ ୟଶ ବାତ୍ୟା ସମୟରେ ଓଡିଶାର […]

Continue Reading

ସାଇକ୍ଲୋନ୍ ଟାଉକଟା ଭିଡିଓକୁ ୟାଶ ସାଇକ୍ଲୋନ୍ ଦିଘା ଭୟଙ୍କର ସ୍ଥିତି ଦାବିରେ ଭାଇରାଲ କରାଯାଉଛି।

ୟାସ୍ ବାତ୍ୟା 26 ମଇରେ ପୂର୍ବ ଉପକୂଳ, ବିଶେଷ କରି ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ଆସିଥିଲା। ବାତ୍ୟାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଭିଡିଓ ସେୟାର କରାଯାଉଛି, ଯେଉଁଥିରେ ସମୁଦ୍ର କୂଳରେ ଘୂର୍ଣ୍ଣିବାତ୍ୟା କରୁଥିବା ତରଙ୍ଗ ଦେଖାଯାଇଛି ଏବଂ ଦାବି ହେଉଛି ଯେ ପଶ୍ଚିମ ବଙ୍ଗରେ ଦିଘାରେ ୟଶ ବାତ୍ୟା ବର୍ତ୍ତମାନ ପରିସ୍ଥିତି ଦର୍ଶାଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ ପୋଷ୍ଟ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  25 ମଇରେ […]

Continue Reading

ଫନି ମହାବାତ୍ୟା 2019 ମସିହାର ଭିଡିଓକୁ ବର୍ତ୍ତମାନ ୟଶ ବାତ୍ୟା ତାଣ୍ଡବ ଦାବିରେ ଭାଇରାଲ କରାଯାଉଛି।

ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେଲା ସାମୁଦ୍ରିକ ଝଡ ୟଶ । ଲ୍ୟାଣ୍ଡଫଲ କରିବା ସମୟରେ ପବନର ବେଗ ଅଧିକ ବଢ଼ିବାରେ ଲାଗିଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ୟଶ ବାତ୍ୟାର ଭିଡିଓ ପୋଷ୍ଟ ହେଉଛି। ଯେଉଁଥିରେ  ବାତ୍ୟା ଭୟଙ୍କର ଦେଖାଯାଉଛି। ଏହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ହସ୍ଟେଲ ସହିତ ଅନେକ ବଡ଼ବଡ଼ ଘର ଖସୁଥିବାର ଦେଖିବାକୁ ମିଳୁଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ପୁରୁଣା ବୋଲି […]

Continue Reading

କ’ଣ ହେଲିକପ୍ଟର ଦ୍ଵାରା ନିଆ ଲିଭେଇବାର ଏହି ଫୋଟୋ ବର୍ତ୍ତମାନ ସିମିଳିପାଳରେ ଘଟି ଥିବା ଘଟଣାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ତଳେ ଓଡିଶା ରାଜ୍ୟର ସିମିଳିପାଳ ଜଙ୍ଗଲରେ ଭୀଷଣ ନିଆ ଲାଗିଅଛି। ସରକାର ଏହି ନିଆକୁ ଲିଭାଇବାର ଚେଷ୍ଟା କରୁଛି। ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫୋଟୋ ଭାଇରାଲ ହେଉଛି। ଆଜି 6 ମାର୍ଚରେ ଜଣେ ଫେସବୁକ ୟୁଜର ତିନିଟା ଫୋଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ହେଲିକପ୍ଟରରେ ନିଆ ଲିଭେଇବାର ଅଭିଯାନ ହେଉଛି। ଦାବି ଅନୁଯାୟୀ ଏହି ଫୋଟୋ ସିମିଳିପାଳ ଅଗ୍ନିକାଣ୍ଡର ଫୋଟୋ ଅଟେ।  ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଥ୍ୟା […]

Continue Reading

ଅନ୍ୟ ରାଜ୍ୟର ପୁରୁଣା ଭିଡିଓକୁ ଓଡ଼ିଶାର ଯାଜପୁର ଜିଲ୍ଲା ଗାଁ ଦାଣ୍ଡରେ କୁମ୍ଭୀର ଆତଙ୍କ ଦାବିରେ ଭାଇରାଲ କରାଯାଉଛି।

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିମଧ୍ୟରେ ଜିଲ୍ଲାମାନଙ୍କରେ  ହେଇଥିବା ବନ୍ୟା ଏବଂ ଅନ୍ୟ ଜଳପୂର୍ଣ୍ଣ ସ୍ଥିତିର ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ କୌଣସି ଆତଙ୍କିତ ଭିଡିଓ ପୋଷ୍ଟ ହେବାମାତ୍ରେ ତାହା ହୁ ହୁ ହୋଇ ଭାଇରାଲ ହେବାରେ ଲାଗେ। ଯାହାକୁ ସୋସିଆଲ ମିଡିଆରୋ ଲୋକ ସତ ବୋଲି ମାନନ୍ତି। ଏପରି ଏକ ଭିଡିଓ ସୋସିଆଲି ମିଡିଆରେ ଭାଇରାଲ ହେବାରେ ଲେଗିଛି। ଯାଜପୁର ଜିଲ୍ଲାରେ ଏକ କୁମ୍ଭୀର ବନ୍ୟା ଜଳରେ  ଭାସି […]

Continue Reading

କ’ଣ ଭାରତର ପ୍ରଥମ ପ୍ଲାଜମା ବ୍ୟାଙ୍କ ନବୀନ ସରକାର ଓଡ଼ିଶାରେ ସ୍ଥାପିତ କରିଲେ? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ଟୀକା ଆବିଷ୍କାର କରିବା ପାଇଁ ଅନେକ ଦେଶ ଅନୁସନ୍ଧାନ କରୁଛନ୍ତି। କିନ୍ତୁ ବର୍ତମାନ ପର୍ଯ୍ୟନ୍ତ କୌଣସି ଟୀକା ସମ୍ପୂର୍ଣ ଭାବେ ସଫଳ ହେଇ ନାହିଁ। ଏହି ସମୟରେ ପ୍ଲାଜମା ଥେରାପି ନାମକ ଗୋଟିଏ ଚିକିତ୍ସା ପ୍ରଣାଲି ସାମନା କୁ ଆସିଛି। ଗତ କାଲୀ ୧୬ ଜୁନରେ ଜେନ ଫେସବୁକ ୟୁଜର ଗୋଟିଏ ଭିଡିଓ ପୋଷ୍ଟ କରିଚନ୍ତି। ଏହି ଭିଡିଓରେ କୁହା ଯାଇ ଅଛି ଯେ ପ୍ଲାଜମା ଥେରାପି ସାହାଯ୍ୟରେ କୋରୋନା ରୋଗୀଙ୍କୁ ମୃତ୍ୟୁରେ ବଞ୍ଚାଇବା […]

Continue Reading

ଏହି ଖାଲ ଭର୍ତ୍ତି ରାସ୍ତା କେନ୍ଦ୍ରାପଡା ଜିଲ୍ଲାର ନୁହେଁ ।

9 ଜୁଲାଇରେ କାଲୁ ଭାଇ ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ପାଣି ଭରି ରହିଥିବା ଏକ ରାସ୍ତାର ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, କେନ୍ଦ୍ରାପଡା ଜିଲ୍ଲା ସ୍ଥିତ ଡାଙ୍ଗମାଳ ଗ୍ରାମର ଏହା ଚିତ୍ର ଅଟେ। ରାସ୍ତାରେ ଖାଲ ଯୋଗୁଁ ପାଣି ଭର୍ତି ହୋଇ ରହିଛି।  ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, କେନ୍ଦ୍ରାପଡା ଜିଲା ଡାଙ୍ଗମାଳ ଗାଁ ପ୍ରତ୍ୟେକ ଘରକୁ ଗୋଟିଏ ଲେଖାଏ ସ୍ୱିମିଙ୍ଗପୁଲ। କେନ୍ଦ୍ରlପଡାl ଜିଲା ସ୍ଥିତ ଡାଙ୍ଗ […]

Continue Reading

କ’ଣ ତାଲାବନ୍ଦ ସମୟରେ ପେଟ୍ରୋଲ ଦର ବଢିବାରୁ ଲୋକେ କ୍ରୋଧିତ ହୋଇ ପେଟ୍ରୋଲ ପମ୍ପ ଭଙ୍ଗାରୁଜା କରୁଛନ୍ତି? କେଉଁ ସ୍ଥାନରେ ଘଟିତ ଏହି ଘଟଣା? ଜାଣନ୍ତୁ ସତ୍ୟ।

Photo Credit : OTv ଦେଶରେ କୋରୋନା ସମସ୍ୟା ମୁକାବିଲା କରିବା ସମୟରେ ଆହୁରି ଗୋଟିଏ ସମସ୍ୟା ସାମନା କୁ ଆସିଛି ଯେଉଁଟା ସାଧାରଣ ଲୋକଙ୍କ ଜୀବନ କୁ ପ୍ରଭାବ ପକାଉଚି। ଗତ କିଛି ଦିନ ହେବ ଦେଶରେ ପେଟ୍ରୋଲ ଦର ବଢି ଥିବା ରୁ ଲୋକଙ୍କ ମନରେ ହୀନତା ଓ କ୍ରୋଧ ଦେଖିବା କୁ ମିଳିଛି। ଏହି ସମୟରେ ସୋସିଆଲ ମିଡିଆ ରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ୨୫ ଜୁନ ୨୦୨୦ ରେ ଜଣେ […]

Continue Reading

କ’ଣ ଓଡ଼ିଶା ରେ ସପ୍ତାହରେ ୫ ଦିନ ତାଲାବନ୍ଦ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି? ଜାଣନ୍ତୁ ସତ୍ୟ।

ଓଡ଼ିଶା ରେ ଶନିବାର ଏବଂ ରବିବାର ଦିନ ସଂମ୍ପର୍ଣ୍ଣ ଭାବେ ସର୍ଟଡାଉନ ଥିଲା ହେଲେ କଥା ଆସୁଛି ଏଠାରେ ହେଲେ ଏହି ଦିନ ରେ କିଛି ନୂଆ ନିୟମ ଆସିଛି ଏବେ ଦୁଇ ଦିନ ନୁହେଁ ବରଂ ଚାରି ରୁ ପାଞ୍ଚ ଦିନ ସର୍ଟଡାଉନ ର ଅବଧି ବଢା ଯିବ । ଓଡ଼ିଶା ର ବି ସ୍ଥିତି ଚିନ୍ତା ଜନକ ହେଲାଣୀ । କେବଳ ଏହିଥି ପାଇଁ ଜୁନ ମାସ ରେ ସମସ୍ତ ଶନିବାର ଏବଂ ରବିବାର […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।

୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।  Archive […]

Continue Reading

କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

୨୦ ମେ ୨୦୨୦ ରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରେ ଆସିଥିବା ଅମ୍ଫାନ ବାତ୍ୟା ଭଉତ କ୍ଷତି ପହଞ୍ଚାଇଛି। ବାତ୍ୟା ସମୟରେ ପବନର ବେଗ ୧୯୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି ସୂଚନା ମିଳିଛି। ଏହି ବାତ୍ୟା ରେ ଘର ଦ୍ଵାର ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହେଇ ଥିବା ଖବର ମଧ୍ୟ ସାମନା କୁ ଆସିଛି। ଓଡ଼ିଶା ରେ ୨ ଲୋକଙ୍କ ମୃତ୍ୟୁ ହେଇଛି ବୋଲି ସୂଚନା ମିଳିଛି। ସୋସିଆଲ […]

Continue Reading

କ‘ଣ ଓଡ଼ିଶାରେ ଅମ୍ପନ୍ ବାତ୍ୟା ରେ ଏକ ବିଜୁଳି ଖୁଣ୍ଟ ଖସିବାରୁ ଏହି ମହିଳାର ମୃତ୍ୟୁ ହୋଇଛି?

ଓଡ଼ିଶା ସରକାର କୋରୋନା ସହ ଲଢ଼ିବା ସହିତ ଏବେ ଅମ୍ପାନ ନାମକ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ଏବଂ ଲୋକମାନଙ୍କ ସମସ୍ୟା ଉପରେ ମଧ୍ୟ ଧ୍ୟାନ ଦେବ। ଏହା ପ୍ରଥମ ଥର ପାଇଁ ନୁହେଁ , 3 ମେ 2019ରେ ଆସିଥିବା ଫନୀରେ ବହୁଳ ମାତ୍ରାରେ ହୋଇଥିବା କ୍ଷୟ କ୍ଷତିରୁ ମଧ୍ୟ ଓଡ଼ିଶା ସରକାର ରାଜ୍ୟକୁ ବାହାର କରିଥିଲେ। 20 ମେ 2020 ଅର୍ଥାତ୍ ଏହି ବର୍ଷ ଅନ୍ୟ ଏକ ବାତ୍ୟା ଅମ୍ପନ୍ ଆସି କିଛି ମାତ୍ରାରେ […]

Continue Reading

ଅମରେଶ ନାୟକର ହତ୍ୟା କାଣ୍ଡକୁ ମୋବ ଲିଞ୍ଚଂର ରୂପ ଦିୟାଯାଉଛି

ଫେସବୁକରେ  Indian right wing community ନାମକ ଏକ ପେଜରେ ୨୮ ଅକ୍ଟୋବରରେ ହିନ୍ଦୁ ମୁସ୍ଲିମ ବିବାଦରେ ଏକ ଯୁବକକୁ ହତ୍ୟା କରିବାର ଦାବି କରାଯାଇଛି। ପୋଷ୍ଟରେ ଏହା ମୋବଲିଞ୍ଚଂ ହୋଇଥିବାର କୁହା ଯାଇଛି। ପୋଷ୍ଟରେ  ଓଡ଼ିଶାରେମୋବଲିଞ୍ଚଂ ରେ ଏକ ଯୁବକର ହତ୍ୟା କରା ଯିବାର ଦାବି କରାଯାଇଛି। ଯୁବକର ନାମ ଅମରେଶ ନାୟକ ବୋଲି କୁହାଯାଇଛି ଏବଂ ପୋଷ୍ଟରେ ଯୁବକର ଫୋଟୋ ମଧ୍ୟ ଦିୟାଯୋଇଛି।   ପୋଷ୍ଟରେ ଲେଖା ଯାଇଛି ଯେ, ଓଡ଼ିଶାରେଦୀପାବଳି ରାତିରେ ଅର୍ଥାତ ୨୭ […]

Continue Reading

କ‘ଣ ରାଜ୍ୟ ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦେଲେ?

19 ନଭେମ୍ବର ରୁ ଫେସବୁକ ସମେତ ସୋସିଆଲ ମିଡିଆରେ ଓଡ଼ିଶା ସରକାର ଗଞ୍ଜେଇ ଚାଷକୁ ଖୁଲମ ଖୁଲା ପ୍ରୋତ୍ସାହନ ଦେବା କଥା ଦାବି କରାଯାଉଛି। କୁମାର ଦେବୁ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ Be ready to take best award from sh.Naveen Pattnaik for best business man of Ganjei of Odisha ଲେଖି ପୋଷ୍ଟ କରିଛନ୍ତି। ଏହା ଛାଡ଼ା ଫେସବୁକ ଏବଂ ଟୁଇଟରରେ ଓଡ଼ିଶାରେ ଗଞ୍ଜେଇ ଚାଷ ହେବାର […]

Continue Reading

ଓଡ଼ିଶା ଜଙ୍ଗଲରେ ବୁଲୁଅଛି ଏକ ଭୁତ। କେଉଁ ଜଙ୍ଗଲରେ ଦେଖାଇଛି ଏହି ଭୁତ? କ’ଣ ଏହି ଘଟଣାଟି ପ୍ରକୃତରେ ଘଟିଅଛି? ଜାଣନ୍ତୁ ସତ।

ଗତ କିଛି ଦିନରୁ ଭାଇରାଲ ହେଇଥିବା ଏକ ଭିଡିଓରେ ଏହା ଦାବି କରାଯାଇଅଛି ଯେ ଓଡ଼ିଶାର ଗୋଟିଏ ଜଙ୍ଗଲରେ ଧଳା ପୋଷାକ ପିନ୍ଧିଥିବା ଗୋଟିଏ ଭୂତଟି କୁ ଦେଖାଯାଇଅଛି। ଭିନ୍ନ ଭିନ୍ନ ଲୋକ ଏହି ଭିଡିଓଟି କୁ ପୋଷ୍ଟ କରି ନିଜର ଦାବି ପ୍ରସ୍ତୁତ କରିଛନ୍ତି। ମୂଳ ସୂତ୍ରରୁ ଏହା ଜଣା ପଡ଼ିଛି ଯେ ଏହି ଭିଡିଓଟି ଗତ ସପ୍ତାହ ଠାରୁ ବିଭିନ୍ନ ସୋସିଆଲ ମିଡିଆ ଦ୍ଵାରା ଓଡ଼ିଶା ଏବଂ ଅନ୍ୟ ରାଜ୍ୟରେ ମଧ୍ୟ ଭାଇରାଲ କରାଯାଉଅଛି।  […]

Continue Reading