
1 ସେପ୍ଟେମ୍ବର ତାମିଲନାଡୁରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲହେବାରେ ଲାଗିଛି। ଭିଡିଓରେ ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ମାଡ ଦେଉଥିବା ଶିକ୍ଷକ ଜଣେ ଖ୍ରୀଷ୍ଟିଆନ ଏବଂ ଛାତ୍ରଟି ରୁଦ୍ରାକ୍ଷ ପିନ୍ଧିଥିବାରୁ ଶିକ୍ଷକ ତାକୁ ମାଡ ମାରିଛନ୍ତି। ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ ପ୍ରମାଣିତ ହୋଇଛି। ଭିଡିଓରେ ଛାତ୍ର ଜଣକ ରୁଦ୍ରାକ୍ଷ ପିନ୍ଧିଥିବାରୁ ନୁହେଁ ବରଂ ସେ ବାରମ୍ବାର କ୍ଲାସ ବନ୍ଦ କରୁଥିବାରୁ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ।
ଭାଇରାଲ ପୋଷ୍ଟ-
18 ଅକ୍ଟୋବରରେ Krishna Nanda Dhal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ତାମିଲନାଡୁ ର ଜଣେ ଖ୍ରୀଷ୍ଟିଆନ ଶିକ୍ଷକ ଏକ ହିନ୍ଦୁ ପିଲାକୁ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବାରୁ ପିଟା ହେଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅଧିକ ସେୟାର କରାଯାଇଛି ଏବଂ କମେଣ୍ଟ ମଧ୍ୟ କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ତାମିଲନାଡୁ ର ଜଣେ ଖ୍ରୀଷ୍ଟିଆନ ଶିକ୍ଷକ ଏକ ହିନ୍ଦୁ ପିଲାକୁ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବାରୁ ପିଟା ହେଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ସତ୍ୟତା-
ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ ପ୍ରମାଣିତ ହୋଇଛି। ଭିଡିଓରେ ଛାତ୍ର ଜଣକ ରୁଦ୍ରାକ୍ଷ ପିନ୍ଧିଥିବାରୁ ନୁହେଁ ବରଂ ସେ ବାରମ୍ବାର କ୍ଲାସ ବନ୍ଦ କରୁଥିବାରୁ ଶିକ୍ଷକ ତାଙ୍କୁ ମାଡ ମାରିଥିଲେ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଆମେ ପ୍ରଥମେ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 14 ଅକ୍ଟୋବରରେ Nation Next ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପୋଷ୍ଟ ହୋଇଥିବାର ପାଇଲୁ। ଯେଉଁଥିରେ ଲେଖାଯାଇଛି – ତାମିଲନାଡୁ: ସରକାରୀ ବିଦ୍ୟାଳୟର ଶିକ୍ଷକ ନିର୍ଦ୍ଦୟ ଭାବରେ ପିଟିଲେ, କ୍ଲାସ ବନ୍ଦ ପାଇଁ ଛାତ୍ରଙ୍କୁ ପିଟିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
17 ଅକ୍ଟୋବରରେ ANI ଖବର ପେଜରେ ଭାଇରାଲ ଭିଡିଓର ଖବରମଧ୍ୟ ପ୍ରକାଶିତ ହୋଇଛି। ଖବର ଅନୁସାରେ ଭିଡିଓ ତାମିଲନାଡୁର ଅଟେ। ଭିଡିଓ ରେକର୍ଡ ଆଧାରରେ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। SC / ST ଆକ୍ଟ ଅଧିନିୟମ ଅନୁଯାୟୀ ସ୍କୁଲ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ରିମାଣ୍ଡରେ ପଠାଯାଇଛି। ପୀଡିତା ଛାତ୍ରଙ୍କୁ ଚିଦାମ୍ବରମ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ଜବାବରେ ଛାତ୍ରଙ୍କ ବାପା ମଧ୍ୟ ସମସ୍ତ ଶିକ୍ଷକଙ୍କୁ ନିବେଦନ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସହ ଏପରି ବ୍ୟବହାର କରନ୍ତୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି ଖବର BBC ପେଜରେ ମଧ୍ୟ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- ANI । Archive । BBC
India Todayରେ ପ୍ରକାଶିତ ଖବର ଅନୁସାରେ ଭିଡିଓରେଥିବା ଶିକ୍ଷକ ନାଁଏମ୍ ସୁଭ୍ରମନ୍ୟମ ଅଟେ। ଶିକ୍ଷକ ଜଣକ ଦ୍ୱାଦଶ ଛାତ୍ରଙ୍କର ପଦାର୍ଥ ବିଜ୍ଞାନ କ୍ଲାସ ନେଉଥିଲେ। ଛାତ୍ର ଜଣକ ଅନେକଥର ସ୍କୁଲରୁ ଛୁଟି ମାରି ବୁଲୁଥିବାରୁ ଶିକ୍ଷକ ଜଣକ ଜଣିବାକୁ ପାଇଥିଲେ। ଏହି ପରେ ଛାତ୍ରକୁ ମାଡ଼ ମାରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହି ଖବର ଆପଣ The News Minute, The Hindu, and The Indian Express ପେଜରେ ମଧ୍ୟ ଦେଖି ପିରିବେ।

ଏହା ପରେ ଆମକୁ Vijayakumar IPS ଟ୍ୱିଟର ଆକାଉଣ୍ଟ ମିଳିଲା। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ଭାଇରାଲ ଭିଡିଓରେ କରାଯଆଉଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ମାଡ଼ ଖାଉଥିବା ଛାତ୍ର ବାରମ୍ବାର ସ୍କୁଲ ବନ୍ଦ କରିଥିବାରୁ ସ୍ତୁଲ ଶିକ୍ଷକ ତାକୁ ମାଡ଼ ମାରିଥିଲେ। ଏଥିପାଇଁ ସ୍କୁଲ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ତାମିଲନାଡର ଖ୍ରୀଷ୍ଟିଆନ ଶିକ୍ଷକ ଏକ ହିନ୍ଦୁ ପିଲାକୁ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବାରୁ ପିଟୁଥିବା ଦାବି ମିଥ୍ୟା ଅଟେ। ଛାତ୍ର ବାରମ୍ବାର ସ୍କୁଲ ବନ୍ଦ କରୁଥିବା ନେଇ ଶିକ୍ଷକ ମାଡ଼ ମାରିଥିଲେ। ଏହାକୁ ନେଇ ଶିକ୍ଷକ ବିରୋଧରେ ମାମଲା ରୁଜୁ କରାଯାଇଛି।

Title:ତାମିଲନାଡୁର ଖ୍ରୀଷ୍ଟିଆନ ଶିକ୍ଷକ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବା ହିନ୍ଦୁ ପିଲାକୁ ପିଟୁଛନ୍ତି ? ଜାଣନ୍ତୁ ସତ୍ୟତା ।
Fact Check By: Saritadevi SamalResult: False
