
ଅମିତାବ ବଚ୍ଚନ ନିଜ ଅଭିନୟ ଏବଂ ନିଜ ବଡ଼ପଣ ପାଇଁ ଚର୍ଚ୍ଚାରେ ବନି ରହନ୍ତି। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ସେ ୧୯୦ଟି ଚଳଚ୍ଚିତ୍ରରେ ଅଭିନୟ କରି ଏକ ଅଭୁଲା କୀର୍ତ୍ତିମାନ୍ ସୃଷ୍ଟି କରିପାରିଛନ୍ତି। ଜଞ୍ଜିର, ଦିୱାର, ଶୋଲେ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟ ହୋଇଥିଲେ। ନିଜର ଦୀର୍ଘ ଅଭିନୟ ଜୀବନରେ ସେ ଅନେକ ପୁରସ୍କାର ଓ ସମ୍ମାନ ପ୍ରାପ୍ତ ହୋଇଛନ୍ତି। ତେବେ ତାଙ୍କର ଭଲ ମଣିସପଣିଆର ଏକ ଫୋଟୋ ସାମ୍ନାକୁ ଆସିଛି। 17 ମାର୍ଚରେ Ramakanta Sahoo ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅମିତାଭ ବଚ୍ଚନ ଏବଂ ଅଭିସେକ ବଚ୍ଚନର ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଥିବା ଫୋଟୋରେ ଅମିତାଭ ବଚ୍ଚନ ଏବଂ ଅଭିସେକ ବଚ୍ଚନ କାହାର ଏକ ଶବ ନେଇ ଜାଉଥିବାର ଦେଖା ଯାଉଛି। ତାଙ୍କ ପଛରେ କିଛି ଲୋକ ମଧ୍ୟଥିବାର ଦେଖା ଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,ଅମିତାଭ ବଚ୍ଚନ ତାଙ୍କ ନିଜ ଘରର ଚାକରର ମୃତ୍ୟୁ ପରେ ତାଙ୍କ ଶବ ନେଇ ଯାଇଥିଲେ। ପୁରା ଅମିତାଭ ପରିବାର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 48 ଥର ସେୟାର କରାଯାଇଛି। ଏହା ସହ 146 ଲାଇକ ଏବଂ 7 କୋମଣ୍ଟ ମିଳିଛି। ତଳେ ପୋଷ୍ଟ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Facebook। Archive
ତେବେ ପୋଷ୍ଟରେ ଅମିତାଭ ବଚ୍ଚନ ତାଙ୍କ ଘରର ଚାକରର ମୃତ୍ୟୁ ପରେ ତା ଶବ ନେଇ ଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆମରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କରି ସର୍ଚ କରିଲୁ। ସର୍ଚରେ ଆମକୁ କିଛି ଲିଙ୍କ ମିଳିଲା। Dainik Bhaskarରେ 9 ଜୁନ 2019ରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ସଚିବ ତଥା ପ୍ରବନ୍ଧକ ଶୀତଲ ଜୈନଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ ନିଜେ ତାଙ୍କୁ ଶ୍ମଶାନ ନେଇ ଯାଇଥିଲେ। ଏଥିରେ ଅମିତାଭ ବଚ୍ଚନ, ପୁଅ ଅଭିଷେକ ଓ ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଯୋଗଦେଇଥିଲେ। ୭୭ ବର୍ଷୀୟ ଶୀତଲ ଦୀର୍ଘ ପ୍ରାୟ ୪ ଦଶନ୍ଧି ଧରି ବଚ୍ଚନଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ୧୯୯୮ ମସିହାରେ ନିର୍ମାଣ ହୋଇଥିବା ବଡେ ମିଆଁ ଛୋଟେ ମିଆଁ ସିନେମାର ପ୍ରଯୋଜକ ମଧ୍ୟ ସେ ରହିଥିଲେ। ଶୀତଲ ଜୈନଙ୍କ ମୃତ୍ୟୁ ଜୁନ 2019ରେ ହୋଇଥିଲା। ଏଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Dainik Bhaskar । Archive
ଏହାଛଡ଼ା ଆମକୁ ଅନ୍ୟ ଏକ ଲିଙ୍କ ମିଳିଲା ଯେଉଁଥିରେ ଅମିତାଭ ବଚ୍ଚନ ନିଜେ ତାଙ୍କ ସଚିବ ବିଷୟରେ ଲେଖିଛନ୍ତି। ଅମିତାଭ ବଚ୍ଚନ ଲେଖିଛନ୍ତି ଯେ, ଶୀତଲ ଜୈନଙ୍କ ପ୍ରାୟ 40 ବର୍ଷ ଧରି ମୋ କାମର ଭାର ବହନ କରିଥିଲେ। ସେ ଭଦ୍ର, ପରିଶ୍ରମୀ, ନମ୍ର ଏବଂ ଆନ୍ତରିକତା ଏବଂ ସଚ୍ଚୋଟତାର ଚିତ୍ରର ଅଟନ୍ତି। ଆଜି ମୁଁ ତାଙ୍କୁ ତାଙ୍କର ଶେଷ ଯାତ୍ରାକୁ ନେଇଥିଲି। ମୋ ମ୍ୟାନେଜର ଶୀତଲ ଜୈନ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏହି 40 ବର୍ଷ ମଧ୍ୟରେ ସେ ଆମ ପରିବାରର ଜଣେ ସଦସ୍ୟ ଭାବରେ ଥିଲେ। କାର୍ଯ୍ୟ ପ୍ରତି ତାଙ୍କର ନିଷ୍ଠା ଏବଂ ଭକ୍ତି , ତାଙ୍କର ଭଦ୍ର ଆଚରଣ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରେ। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-Hindustan time । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫୋଟୋରେ ଅମିତାଭ ବଚ୍ଚନ ତାଙ୍କ ଘରର ଚାକରର ଶବ ନେଇ ଯାଉଥଇବା ଦାବି ମିଥ୍ୟା ଅଟେ। ଫୋଟୋରେ ଅମିତାଭ ବଚ୍ଚନାଙ୍କ ସଚିବ ଶୀତଲ ଜୈନଙ୍କ ଶବ ନେଇ ଯାଉଛନ୍ତି। ଶୀତଲ ଜୈନଙ୍କ ଦିର୍ଘ 40 ବର୍ଷ ଧରି ଅମିତାବ ବଚ୍ଚନଙ୍କ ସଚିବ ଭାବେ କାମ କରିଥିଲେ। ତାଙ୍କର ଜୁନ 2019ରେ ଦେହାନ୍ତ ହୋଇଥିଲା। ଭାଇରାଲ ଫୋଟୋ 2019 ଜୁନର ଅଟେ।

Title:ଭାଇରାଲ ଫୋଟୋରେ ଅମିତାଭ ବଚ୍ଚନ ତାଙ୍କ ଚାକରର ନୁହଁ ବରଂ ତାଙ୍କ ସଚିବ ଶିତଲ ଜୈନଙ୍କ ଶବ ସତ୍କାର ପାଇଁ ନେଇ ଯାଉଛନ୍ତି।
Fact Check By: Saritadevi SamalResult: Partly False