
୧୪ ଅଗଷ୍ଟ ରେ ପାକିସ୍ତାନ ନିଜ ସ୍ଵାଧୀନତା ଦିବସ ପାଳନ କରି ଥାଏ। ପ୍ରତ୍ଯେକ ବର୍ଷ ପାକିସ୍ତାନ ହେଉ କିମ୍ବା ଭାରତ, ଦୁବାଇର ବୁର୍ଜ ଖାଲିଫାରେ ସ୍ଵାଧୀନତା ଦିବସରେ ବୁର୍ଜ ଖାଲିଫାରେ ଉଭୟ ଦେଶର ପତକା ଉତ୍ତୋଳନ କରା ଯାଏ।
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବହୁ ପରିମାଣରେ ଲୋକ ମାନେ ବୁର୍ଜ ଖାଲିଫା ନିକଟରେ ଛିଡା ହୋଇ ପାକିସ୍ତାନ ଜିନ୍ଦାବାଦ ନାରା ଦେଉଛନ୍ତି। ଭିଡିଓରେ ଆମେ ଜଣେ ମହିଳାଙ୍କୁ ମଧ୍ୟ ଶୁଣିବାକୁ ପାଇଲୁ। ସେ କହୁଛନ୍ତି ଯେ ରାତ୍ରି ୧୨.୦୧ ସମୟ ହେଲାଣି କିନ୍ତୁ ଦୁବାଇର ବୁର୍ଜ ଖାଲିଫାରେ ପାକିସ୍ତାନର ପତକା ଉତ୍ତୋଳନ ହୋଇ ନାହିଁ। ଅଧିକାରୀ ମାନେ ଜଣାଇଛନ୍ତି ଯେ ଏହି ବର୍ଷ ପାକିସ୍ତାନର ସ୍ଵାଧୀନତା ଦିବସ ଅବସରରେ ବୁର୍ଜ ଖାଲିଫାରେ ପତକା ଉତ୍ତୋଳନ କରା ଯିବ ନାହିଁ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୧୪ ଅଗଷ୍ଟ ଦିନ ବୁର୍ଜ ଖାଲିଫାରେ ପାକିସ୍ତାନର ପତକା ଉତ୍ତୋଳନ ହୋଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଦୁବାଇରେ ପାକିସ୍ତାନୀ ମାନେ ସ୍ଵାଧୀନତା ଦିବସରେ ବୁର୍ଜ ଖଲିଫାରେ ପାକିସ୍ତାନର ପତକା ଦେଖିବାକୁ ଏକାଠି ହୋଇଥିଲେ। କିନ୍ତୁ ବୁର୍ଜ ଖାଲିଫା ପାକିସ୍ତାନର ପତକା ଲଗେଇଲାନି”
ଜି ଓଡ଼ିଶା ନ୍ଯୁଜ ମଧ୍ୟ ଏହି ଖବର ନିଜ ୱେବସାଇଟରେ ପ୍ରକାଶ କରି କହିଛି, “ ଏହି ସମୟରେ ଦୁବାଇ ଉପରେ ପାକିସ୍ତାନର ଲୋକମାନେ ବହୁତ ରାଗି ଯାଇଛନ୍ତି । ପାକିସ୍ତାନୀ ସ୍ୱାଧୀନତା ଦିବସରେ ବୁର୍ଜ ଖଲିଫାରେ ପାକିସ୍ତାନର ପତାକା ଦେଖିବାକୁ ହଜାର ହଜାର ପାକିସ୍ତାନୀ ଏକତ୍ରିତ ହୋଇଥିଲେ । କିନ୍ତୁ ବୁର୍ଜ ଖଲିଫାରେ ପାକିସ୍ତାନର ପତାକା ଲଗାଯାଇ ନ ଥିବାରୁ ସେମାନେ ନିରାଶ ହୋଇଥିଲେ । ଦୁବାଇରେ ସବୁଠାରୁ ଉଚ୍ଚ କୋଠା ଥିବା ବୁର୍ଜ ଖଲିଫା ଉପରେ ପାକିସ୍ତାନର ପତାକା ଉଡାଇବାକୁ ଏହି ଦେଶ ମନା କରାଯାଇଛି । ଏକ ଭିଡିଓ ସେୟାର କରି ଜଣେ ୟୁଜର କହିଛନ୍ତି ଯେ ଏହା ହେଉଛି ପାକିସ୍ତାନର ଔକାତ୍।”
ଆମ ଅନୁସନ୍ଧାନ:
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଆ ପରେ ଆମେ ଜାଣିବାକୁ ପାଇଲୁ ଯେ ୧୫ ଅଗଷ୍ଟ ୨୦୨୩ ର ଡେଲି ପାକିସ୍ତାନ ନ୍ଯୁଜ ରିପୋର୍ଟରେ କୁହା ଯାଇଛି ଯେ ପାକିସ୍ତାନର ସ୍ଵାଧୀନତା ଦିବସ ଅବସରରେ ଅନେକ ପାକିସ୍ତାନୀ ଲୋକ ବୁର୍ଜ ଖାଲିଫାରେ ପତକା ଉତ୍ତୋଳନ ହେବା ଦେଖିବାକୁ ଯାଇଥିଲେ। କିନ୍ତୁ କୌଣସି କାରଣ ହେତୁ ପତକା ଉତ୍ତୋଳନ ହେବାରେ ବିଳମ୍ବ ହେଇଥିଲା ଯାହା ଫଳରେ ସେଠାରେ ଉପସ୍ଥିତ ଲୋକ ମାନେ ଭିଡିଓ କରି ସେୟାର କରି ଦାବି କରିଛନ୍ତି ଯେ ଦୁବାଇ ପାକିସ୍ତାନର ପତକା ଉତ୍ତୋଳନ କରିବାକୁ ଅସ୍ଵୀକାର କରିଛି।

୧୪ ଅଗଷ୍ଟରେ ବୁର୍ଜ ଖାଲିଫାର ଅଫିସିଆଲ ଇଂଷ୍ଟାଗ୍ରାମ ଏକାଉଣ୍ଟରେ ପାକିସ୍ତାନର ପତକା ଉତ୍ତୋଳନ ହେଇଥିବାର ଏକ ଭିଡିଓ ପୋଷ୍ଟ କରା ଯାଇଛି। ଏହି ପୋଷ୍ଟରେ କୁହା ଯାଇଛି ଯେ ପାକିସ୍ତାନର ସ୍ଵାଧୀନତା ଦିବସରେ ବୁର୍ଜ ଖାଲିଫା ପତାକା ଉତ୍ତୋଳନ କରିଛି। ଏହା ସହିତ ପାକିସ୍ତାନକୁ ସୁବେଚ୍ଚା ଜଣାଇ କହିଛି, “ଆମେ ପାକିସ୍ତାନର ଲୋକମାନଙ୍କୁ ଗର୍ବ, ଏକତା ଏବଂ ସମୃଦ୍ଧିରେ ପରିପୂର୍ଣ୍ଣ ଦିନ କାମନା କରୁଛୁ।“
ଜଣେ ସୋସିଆଲ ମିଡିଆ ୟୁଜର ସନ୍ଦେହ କରି ପଚାରିଥିଲେ ଯେ ପାକିସ୍ତାନ ପତକା ପ୍ରକୃତରେ ଉତ୍ତୋଳନ ହେଇଥିଲା ବା ଏହା ଏକ ପୁରୁଣା ଭିଡିଓ? ଏହାର ଉତ୍ତରରେ ବୁର୍ଜ ଖାଲିଫା କହିଛି ଯେ ପାକିସ୍ତାନର ପତକା ସନ୍ଧ୍ୟା ୭.୫୦ ସମୟରେ ଉତ୍ତୋଳନ କରା ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ପାକିସ୍ତାନର ସ୍ଵାଧୀନତା ଦିବସ ଅବସରରେ ବୁର୍ଜ ଖାଲିଫାରେ ୧୪ ଅଗଷ୍ଟ ଦିନ ସନ୍ଧ୍ୟା ୭.୫୦ ସମୟରେ ପତାକା ଉତ୍ତୋଳନ କରା ଯାଇଥିଲା।

Title:କ’ଣ ଦୁବାଇ ସରକାର ପାକିସ୍ତାନର ସ୍ଵାଧୀନତା ଦିବସ ଦିନ ବୁର୍ଜ ଖାଲିଫାରେ ପାକିସ୍ତାନର ପତକା ଉତ୍ତୋଳନ କରିଲେ ନାହିଁ? ଜାଣନ୍ତୁ ସତ୍ୟ।
Written By: Siddharth SahuResult: Misleading
