ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଗଦର ୨ ଚଳଚ୍ଚିତ୍ର କିଛି ଦିନ ପୂର୍ବରୁ ଦେଶରେ ରିଲିଜ୍ ହେଇଥିଲା। ଗୋଟିଏ ସିନେମା ହଲର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଗଦର ୨ ସିନେମା ଚାଲୁଥିବା ସମୟରେ କିଛି ଲୋକ ମାନେ ଝଗଡା କରୁଛନ୍ତି।

ଦାବି କରାଯାଉଛି ଯେ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଦେଇଥିଲେ। ଏହି ନାରାରେ ଅନ୍ୟ କିଛି ଦର୍ଶକ ବିରକ୍ତ ହୋଇ ସିନେମା ହଲ୍ ଭିତରେ ସେହି ବ୍ୟକ୍ତିଙ୍କୁ ଗୁରୁତର ଭାବରେ ପିଟିଥିଲେ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଚଳଚ୍ଚିତ୍ର ସମୟରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଉଠାଯାଇ ନଥିଲା।

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟଭାରକାରୀ ମାନେ ଦାବି କରୁଛନ୍ତି ଯେ, “ଉତ୍ତରପ୍ରଦେଶ ବରେଲି ଜନପଦର କୌଣସି ଏକ ସିନେମା ହଲରେ ଗଦର-୨ ଚଳଚ୍ଚିତ୍ର ଦେଖୁଥିବା ସମୟରେ କିଛି ଜିହାଦୀ ପାକିସ୍ତାନୀ ପ୍ରେମୀ "ପାକିସ୍ତାନ ଜିନ୍ଦାବାଦ" ସ୍ଲୋଗାନ ଦେବାରୁ ଅନ୍ୟ ଦର୍ଶକ ମାନେ ସେମାନଙ୍କର ସେବା କରୁଥିବାର ଭିଡି଼ଓ, ଦୁଃଖର ବିଷୟ ତାଙ୍କୁ ଉଚିତ୍ ସେବା ମିଳିଲା ନାହିଁ

Facebook | Archive

ଆମ ଅନୁଅନ୍ଧାନ:

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିବା ପରେ ଆମକୁ ୧୩ ଅଗଷ୍ଟ ୨୦୨୩ ର ଦି ଫ୍ରି ପ୍ରେସ ଜର୍ନାଲ୍ ୱେବସାଇଟରେ ଏହି ଘଟଣାର ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର ବରେଲି ଜିଲ୍ଲାର ପ୍ରସାଦ ସିନେମା ହଲରେ ଘଟିଥିଲା। କିଛି କାରଣରୁ, ଚଳଚ୍ଚିତ୍ର ଦେଖୁଥିବା ମଦ୍ୟପ ଅବସ୍ଥାରେ ଥିବା ଦୁଇ ଦର୍ଶକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହି ଝଗଡା ବେଳେ ନିକଟସ୍ଥ ଦର୍ଶକମାନେ ମଧ୍ୟ ଆହତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତମାନେ ସେଠାରୁ ପଳାଇ ଯାଇଥିଲେ।

ସିଟି ନ୍ୟୁଜ୍ ବରେଲିର ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଘଟଣାର ଏକ ଭିଡିଓ ଅପଲୋଡ୍ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହି ଘଟଣା ଦିନର ଶେଷ ସୋ ସମୟରେ ବରେଲିର ପ୍ରସାଦ ସିନେମା ହଲରେ ଘଟିଥିଲା। ଗଦର ୨ ଚଳଚ୍ଚିତ୍ର ଦେଖୁଥିବା ଦୁଇଜଣ ମଦ୍ୟପ ବ୍ୟକ୍ତିଙ୍କ ମଧ୍ୟରେ ଏହି ଝଗଡା ଆରମ୍ଭ ହୋଇଥିଲା ଯେଉଁଠାରେ ଉଭୟ ବ୍ୟକ୍ତି ପରସ୍ପରକୁ ବେଲ୍ଟରେ ମାରିବା ଆରମ୍ଭ କରିଥିଲେ। ଏହି ଯୁଦ୍ଧରେ ଅନ୍ୟ ଦର୍ଶକ ମଧ୍ୟ ଆହତ ହୋଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଝଗଡା ଆରମ୍ଭ କରିଥିବା ଉଭୟ ଲୋକ ପଳାଇ ଯାଇଥିଲେ।

​ଏହା ପରେ ଫ୍ୟାକ୍ଟ କ୍ରେସେଣ୍ଡୋ ଥାନା କୋଟୱାଲିର SHO ଧର୍ମେନ୍ଦ୍ର ସିଂଙ୍କ ସହ ଯୋଗାଯୋଗ କରିଲା। ସୋସିଆଲ ମିଡିଆରେ ଭାଇରାଲ ହେବା ଦାବି ମିଥ୍ୟା ବୋଲି ସେ ଆମକୁ ସୂଚନା ଦେଇଛନ୍ତି। ଚଳଚ୍ଚିତ୍ର ସମୟରେ ଦର୍ଶକଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କ ପ୍ରିୟ ଦୃଶ୍ୟର ଫଟୋ / ଭିଡିଓ ମୋବାଇଲରେ ରେକର୍ଡ କରିବାକୁ ଚେଷ୍ଟା କରିଥିଲେ। ହଲରେ ଥିବା ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ଆପତ୍ତି କରିଥିଲେ ଯାହା ଦ୍ଵାରା କ୍ରୋଧିତ ବାର୍ତ୍ତାଳାପ ଏବଂ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ଝଗଡାରେ ପରିବର୍ତ୍ତନ ହୋଇଥିଲା। ବରେଲିର ପ୍ରସାଦ ଥିଏଟରର ହଲରେ ପାକିସ୍ତାନ ସମର୍ଥକ ନାରା ଉଠାଯାଇ ନାହିଁ।

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ବରେଲିର ପ୍ରସାଦ ଥିଏଟରରେ ଗଦର 2 ଚଳଚ୍ଚିତ୍ର ସ୍କ୍ରିନିଂ ସମୟରେ ପାକିସ୍ତାନ ସମର୍ଥକ ସ୍ଲୋଗାନ ଉଠାଯାଇ ନଥିଲା। ଚଳଚ୍ଚିତ୍ରର ଏକ ଦୃଶ୍ୟ ମୋବାଇଲରେ ରେକର୍ଡ କରୁଥିବା ନେଇ ଦୁଇଜଣ ମଦ୍ୟପଙ୍କ ମଧ୍ୟରେ ଝଗଡା ହୋଇଥିଲା।

Avatar

Title:କ’ଣ ଗଦର ୨ ସିନେମା ଦେଖୁଥିବା ସମୟରେ ଜଣେ ଦର୍ଶକ ପାକିସ୍ତାନ ସମର୍ଥକ ନାରା ଉଠାଇବା ପରେ ବରେଲିର ଏକ ସିନେମା ହଲରେ ଝଗଡା ଆରମ୍ଭ ହୋଇଥିଲା କି?

Written By: Siddharth Sahu

Result: Misleading