
ଶାହିନ୍ ବାଗ ବିରୋଧକାରୀଙ୍କ ନାମରେ ଚାର୍ଲି ହେବଡୋ କାର୍ଟୁନ୍ ସହିତ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି। ଚାର୍ଲି ହେବଡୋ ଫ୍ରାନ୍ସର ଏକ ବାମପନ୍ଥୀ ଭାବବାଦୀ ରାଜନୈତିକ ଖବରକାଗଜ ଅଟେ। ଯାହା ଭବିଷ୍ୟଦ୍ବକ୍ତା ମହମ୍ମଦଙ୍କ କାର୍ଟୁନ୍ ପ୍ରକାଶନ ନେଇ ବିବାଦ ଘେରକୁ ଆସିଛି। ଏହି ପୋଷ୍ଟ ମାଧ୍ୟମରେ ଦାବି କରାଯାଇଛି ଯେ ଶାହିନ୍ ବାଗରେ CAA ଏବଂ NRC ପ୍ରଦର୍ଶନକାରି ମହିଳାଙ୍କୁ ଅପମାନିତ କରିବା ପାଇଁ ଚାର୍ଲି ହେଡ୍ଡୋ ଏହି କାର୍ଟୁନ୍ ତିଆରି କରିଛନ୍ତି। ଏହି ଚିତ୍ରରେ କିଛି ମୁସଲମାନ ମହିଳା ଦେଖାଯାଉଛନ୍ତି। ଫଟୋରେ ଶାହିନ୍ ବାଗ ଲେଖାଯାଇଛି।
31 ଅକ୍ଟୋବରରେ Debasis Pradhan ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ କାର୍ଟୁନ୍ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଭାରତରେ କେହି ସାହସ କରି ନାହାଁନ୍ତି, କିନ୍ତୁ ଚାର୍ଲି ହେଡ୍ଡୋ ଶାହିନ୍ ବାଗ କାର୍ଟୁନ୍ ବନାଇ ବାସ୍ତବତା ଦେଇଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ଏଥର ଚାର୍ଲି ହେବ ଦୋ ସେର୍ଣିଙ୍କ ପେଟରେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଚାର୍ଲି ହଡ୍ଡୋ ଖବର କାଗଜରେ ଶାହିନ ବାଗ ମୁସ୍ଲିମ ମହିଳାଙ୍କୁ ଅପମାନ କରିବା ପାଇଁ ତାଙ୍କର ଏକ କାର୍ଟୁନ୍ ବନାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ Vox ନାମକ ପେଜରେ ଭାଇରାଲ ଫଟୋ ପାଇଲୁ। ଯାହାକି ଭାଇରାଲ ଫଟୋ ସହ ସମାନଥିଲା। କିନ୍ତୁ ଭାଇରାଲ ଫଟୋରେ ଶାହିନ ବାଗ ଲେଖାଯାଇଥିବା ବେଳେ ଆମକୁ ମିଳିଥିବା ଫଟୋରେ ଅନ୍ୟ କିଛି ଲେଖାଯାଇଛି। ଖବରଟି 2015 ମସିହାରେ ପ୍ରକାଶିତ ହୋଇଛି। ଏଥିରୁ ଆମେ ସ୍ୁଷ୍ଟ ହେଲୁ ଯେ, ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Vox । Archive
ପରେ ଆମକୁ Charlie Hebdoଙ୍କ ଟ୍ୱିଟର ଆକାଉଣ୍ଟ ମିଳିଲା। ଯାହାକି 2014ରେ ପୋଷ୍ଟ କରାଯାଇଥିଲା। ଯଦି ଆପଣ ଏହି ଚିତ୍ରକୁ ଭଲ ଭାବରେ ଦେଖିବେ, ତେବେ ମହିଳାଙ୍କ ମୁଣ୍ଡ ଉପରେ ଶାହିନ୍ ବାଗ ଲେଖା ହୋଇ ନାହିଁ, କିନ୍ତୁ କିଛି ଫ୍ରାନ୍ସ ଭାଷାରେ ଲେଖା ହୋଇଛି। ଏହି ଚିତ୍ର ସେୟାର କରି ଚାର୍ଲି ଲେଖିଛନ୍ତି ଯେ ଏହା ହେଉଛି ଆସନ୍ତାକାଲି ଚାର୍ଲିର ପ୍ରଥମ ପୃଷ୍ଠା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
Et voici la une de Charlie demain! pic.twitter.com/l67Cwgyoyx
— Charlie Hebdo (@Charlie_Hebdo_) October 21, 2014
ନିମ୍ନରେ ଆପଣ ସୋସିଆଲ ମିଡିଆରେ ଭାଇରାଲ ଫଟୋ ଏବଂ ଚାର୍ଲି ହେଡ୍ଡୋ ଦ୍ୱାରା ନିର୍ମିତ ପ୍ରକୃତ ଚିତ୍ରର ତୁଳନା ତୁଳନା କରିପାରିବେ। ମୂଳ ଚିତ୍ର 2014ରେ କରାଯାଇଥିଲା ଯାହାର ଶାହିନ୍ ବାଗ ସହିତ କୌଣସି ସମ୍ପର୍କ ନାହିଁ । ତଳେ ଫଟୋ ଦେଖନ୍ତୁ।
ଶେଷକଥା-
ଆମ ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ଚାର୍ଲି ହଡ୍ଡୋ ଶାହିନ ବାଗ ମୁସ୍ଲିମ ମହିଳାଙ୍କ କାର୍ଟୁନ ବନାଇଥିବା ଦାବିରେ ଭାଇରାଲ ହେଉଥିବା ଫଟୋ ଏଡିଟେଡ ଅଟେ।

Title:କ’ଣ ଚାର୍ଲି ହଡ୍ଡୋ ନାମକ ଖବର କାଗଜ ଶାହିନ ବାଗ୍ ମହିଳାଙ୍କ ଅପମାନଜନକ କାର୍ଟୁନ୍ ବନାଇଛି ?
Fact Check By: Saritadevi SamalResult: False