
ସୁଶାନ୍ତ ସିଂ ରାଜପୁତ ଆତ୍ଣହତ୍ୟା ପରେ ସୋସିଆଲ ମିଡ଼ିଆରେ ସମସ୍ତ ଖାନ୍ ଏବଂ ଅନ୍ୟ ସୁପରଷ୍ଟାରମାନଙ୍କୁ ବଏକଟ କରିବା ପାଇଁ ଦାବି କରାଯାଉଛି। ଏଥି ମଧ୍ୟ ଏକ ଖବର ସୋସିଆଲ ମିଡ଼ିଆରେ ଭାଇଈରାଲ ହେଉଛି ଯେ, ରିଲାଏନ୍ସ ଜିଓ ସିମ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଦିଆଯାଇଛି। ଏବଂ ତାଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ ନିଯୁକ୍ତି ମିଳିଛି। Ankita saha ନାମକ ଜଣ ଫେସବୁକ ଯୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟର ଶିର୍ଷକରେ Bycott#Khan ବୋଲି ଲେଖା ଯାଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 32ଥର ସୋୟାର କରାଯାଇଥିଲା। ଏହା ସହ ପୋଷ୍ଟକୁ 769ଥର ମଧ୍ୟ ସେୟାର କରାଯାଇଥିଲା। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରିଲାଏନ୍ସ ଜିଓ ବିଜ୍ଞାପନରୁ ଶାହାରୁଖ ଖାନକୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦିଆ ଯାଇଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ପୋଷ୍ଟ ବିଷୟରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଅନେକ ଖବର ପ୍ରକାଶିତ ହୋଇଥିବାର ମିଳିଲା। ଆମେ ଗୁଗୁଲରେ new reliance jio ambassador ଲେଖି ସର୍ଚ୍ଚ କରିଲୁ। କିନ୍ତୁ ଆମକୁ ଜିଓର ଆମ୍ବାସଡର ଶାହାରୁଖ ଖାନ୍ ବୋଲି ଦେଖଉଛି। 2015 27 ଡିସେମ୍ବରରେ ଶାହାରୁଖ ଖାଁ ରିଲାନ୍ସ ଜିଓର ବ୍ରାଣ୍ଡ ଆମ୍ବାସଡର ବନିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଆମେ ଭାଇରାଲ ପୋଷ୍ଟ ସତନା ନାହିଁ ତାହା ଜାଣିବା ପାଇଁ ଜିଓର ଟ୍ୱିଟର ଆକାଉଣ୍ଟ, ନ୍ୟୁଜ ଏବଂ ଅନ୍ୟ ପେଜରେ ମଧ୍ୟ ସର୍ଚ୍ଚ କରିଲୁ। କିନ୍ତୁ ଏପରି କୌଣସି ଖବର ଆମକୁ ମିଳିଲା ନାହିଁ। ଏହା ପରେ ଆମକୁ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଥିବା କିଛି ପୋଷ୍ଟ ମିଳିଲା। କିନ୍ତୁ ତାହା ଫେକ ବୋଲି ଜାଣା ପଢ଼ିଲା। ଏହାପରେ twitter ଆକାଉଣ୍ଟରେ ଏକ ପୋଷ୍ଟ ଦେଖିଲୁ। ଯେଉଁଥିରେ ମୁକେଶ ଅମ୍ବାନି ଲେଖିଛନ୍ତି ଯେ, ମୁଁ ଜିଓ ବିଜ୍ଞାପନରୁ ଶାହାରୁଖ ଖାନଙ୍କୁ କାଢ଼ି ଅକ୍ଷୟ କୁମାରକୁ ରଖୁଛି। ଏଥିରେ ଆପଣଙ୍କ ମତ କଣ।
ଆମେ ଦେଖିଲୁ ଯେ, ଏହି ଆକାଉଣ୍ଟ ଏପ୍ରିଲ ମାସରେ ଖାଲା ଯାଇଛି। ଏଗା ସହ ପୋଷ୍ଟପ ମାତ୍ର 500 ଲୋକ ଫୋଲୋ କରୁଛନ୍ତି। ଆମେ ଜଣିବାକୁ ପାଇଲୁ ଭାଇରାଲ ପୋଷ୍ଟ ମୁକେଶ ଅମ୍ବାନିର ଆକାଉଣ୍ଟ ନୁହେଁ। ଏହା ଏକ ଫେକ ଆକାଉଣ୍ଟ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- twitter
ଏହା ସହ ଆମେ ରିଲାୟନ୍ସ ଜିଓ ହେଲ୍ପ ଲାଇନ ନମ୍ବରରେ ସମ୍ପର୍କ କରି ସ୍ପଷ୍ଟ କରିଲୁ। କର୍ମଚାରିଙ୍କ କହିବା ଅନୁସାରେ ମୁକେଶ ଅମ୍ବାନିର କିମ୍ବା ତାଙ୍କ ପରିବାରର ଟ୍ୱିଟର ଆକାଉଣ୍ଟ ନାହିଁ। ଏହା ସହ ସେ ସ୍ପଷ୍ଟ କରିଲେ ଯେ, ଶାହାରୁଖ ଖାଁ ଏବେ ମଧ୍ୟ ଜିଓର ଆମ୍ବାସଡର ଅଛନ୍ତି। ଭାଇରାଲ ପୋଷ୍ଟ ମିଥ୍ୟା ଅଟେ।

ଶେଷକଥା-
ଆମ ଅନୁସନ୍ଧଆନରୁ ପାଇଲୁ ଯେ, ଶାହାରୁଖ ଖାନକୁ ଜିଓ ବିଜ୍ଞାପନରୁ କାଡ଼ି ମୁକେଶ ଅମ୍ବାନି ଅକ୍ଷୟ କୁମାରକୁ ନିଯୁକ୍ତି କରିଥିବା ଦାବି ମିଥ୍ୟା ଅଟେ।

Title:ରିଲାଏନ୍ସ ଜିଓ ବିଜ୍ଞାବନରୁ ଶାହାରୁଖ ଖାନଙ୍କୁ ବାହାର କରି ଅକ୍ଷୟ କୁମାରଙ୍କୁ ନିଯୁକ୍ତି ଦେବା ଦାବି ମିଥ୍ୟା ଅଟେ।
Fact Check By: Saritadevi SamalResult: False