
ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢ଼ିବାକୁ ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ପ୍ରାୟ 87 ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ଲିଟର ପିଛା 77 ଟଙ୍କାରୁ ଅଧିକ ବୃଦ୍ଧି ପାଇଛି। ଏଥିମଧ୍ୟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାଲେ ଲାଗିଛି ଭିଡିଓରେ ମୋଦୀ କନଫରେନ୍ସିଂ ମାଧ୍ୟମରେ ମରାଠୀ ଭାଷାରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି। ଭିଡିଓକୁ ଦେଖିଲେ ହରିବା ନାମକ ଜଣେ ବ୍ୟକ୍ତି ପେଟ୍ରୋଲର ମୂଲ୍ୟ ବିଷୟରେ ମୋଦିଙ୍କୁ କିଛି ପଚାରିବାକୁ ଚେଷ୍ଟା କରନ୍ତି, କିନ୍ତୁ ମୋଦୀ ତାଙ୍କୁ ବସିଜିବା ପାଇଁ କହିଛନ୍ତି। । ଭିଡିଓକୁ ଅପମାନିତ କରି ଦାବି କରାଯାଇଛି ଯେ, ହରିଭାଇ ପେଟ୍ରୋଲର ମୂଲ୍ୟ ବିଷୟରେ ପଚାରିବା ମାତ୍ରେ ମୋଦୀ ତାଙ୍କୁ ବସିବାକୁ କହିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।
7 ଫେବୃଆରିରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି। ପେଟ୍ରୋଲର ମୂଲ୍ୟ ବିଷୟରେ ହରିଭାଇ ପଚାରିବା ମାତ୍ରେ ଫେକୁ ଜି ବସାଇ ଦେଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଲାଇକ ଏବଂ କମେଣ୍ଟ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ମୋଦୀ ହରିଭାଇର ପେଟ୍ରୋଲ ବୃଦ୍ଧୀ ସମ୍ପର୍କରେ ପଚାରିବାରୁ ମୋଦି ତାଙ୍କୁ ବସିବା ପାଇଁ କହିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ବିଭିନ୍ନ କି ଶବ୍ଦରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 29 ମେ 2018ରେ PMO India ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିବା ଭିଡିଓ ପାଇଲୁ। ଯାହା ଭାଇରାଲ ଭିଡିଓ ସହ ସମାନ। ୟୁଟ୍ୟୁବ୍ ଭିଡିଓରେ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ୟୁଟ୍ୟୁବ୍ ଭିଡିଓରେ ଭାଇରାଲ୍ ଭିଡିଓ ଅଂଶ 19.20 ମିନିଟ୍ ପରେ ଆରମ୍ଭ ହୁଏ ଯେତେବେଳେ ମହାରାଷ୍ଟ୍ରର ନାଶିକ୍ ନାମକ ଜଣେ ବ୍ୟକ୍ତିଙ୍କ ସହ କଥା ହେବା ଆରମ୍ଭ ହୁଏ।
ମୋଦୀ- ହରିଭାଉ, ହରିଭାଉ କୁହ କେମିତି ଅଛ।
ରିବା ଠିଆ ହୋଇ କଥାବାର୍ତ୍ତା କରନ୍ତି- ନମସ୍ତେ ସାର୍।
ମୋଦୀ- ନମସ୍କାର, ଆପଣ କେମିତି ଅଛନ୍ତି?
ହରିଭାଉ – ଭଲ ସାର୍ ।
ମୋଦୀ- ବସ ବସ
ହରିବାଉ ବସିଛନ୍ତି ଏବଂ ତା’ପରେ ମୋଦୀ ତାଙ୍କ ସହ କଥା ହୁଅନ୍ତି, ହଁ କୁହନ୍ତୁ। ଏହା ପରେ ହରିଭାଉ ମୋଦୀଙ୍କୁ କହିବା ଆରମ୍ଭ କଲେ ଯେ ସେ କିପରି ମୁଦ୍ରା ଯୋଜନାରେ ଉପକୃତ ହୋଇଥିଲେ। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପେଟ୍ରୋଲ କଥାକୁ ଟ୍ୟାମ୍ପରିଂ କରି ଭିଡିଓରେ ପୃଥକ ଭାବରେ ଯୋଡି ଦିଆଯାଇଛି। ‘PMO INDIA’ ର ଏହି ଭିଡିଓରେ, ସମଗ୍ର ବାର୍ତ୍ତାଳାପ ତଳେ ଭିଡିଓରେ ଶୁଣନ୍ତୁ।
ଭାଇରାଲ ଭିଡିଓ ABP ନ୍ୟୁଜରେ ମଧ୍ୟ ପ୍ରକାଶିତ କରାଯାଇଛି। ଯେଉଁଥିରେ ଏଠାରେ ଏହା ନିଶ୍ଚିତ ହୋଇଛି ଯେ ଭାଇରାଲ୍ ଭିଡିଓ ନକଲି ଅଟେ। ସଫ୍ଟୱେର୍ ଏଡିଟ୍ ସାହାଯ୍ୟରେ, ଏଥିରେ ଅନ୍ୟର ସ୍ୱର ଭର୍ତ୍ତି କରାଯାଇ ଭିଡିଓକୁ ଭାଇରାଲ କରାଯାଉଛି। ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲୁ ଯେ, ମୋଦିଙ୍କ ଏଡିଟେଡ ଭିଡିଓକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ମୂଳ ଭିଡିଓରେ ଅନ୍ୟର ସ୍ୱର ଭର୍ତ୍ତିକରି ଭାଇରାଲ କରାଯାଉଛି।
Title:ପେଟ୍ରୋଲ ଦାମକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭାଇରାଲ ହେଉଥିବା ଭିଡିଓ ଏଡିଟେଡ ଅଟେ।
Fact Check By: Saritadevi SamalResult: False
