ଅଯୋଧ୍ୟା ପୋଲିସ ମକ୍ ଡ୍ରିଲ ଭିଡ଼ିଓକୁ ସତ୍ୟ ଘଟଣା କହି ଭାଇରାଲ କରାଯାଉଛି।

False Social

ଅଯୋଧ୍ୟାରେ ରାମ ମନ୍ଦିର ବନିବା ଆରମ୍ଭ ଠାରୁ କିଛି ନା କିଛି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ସୋସିଆଲ ମିଡ଼ିଆରେ ରାମ ମନ୍ଦିରର ସମସ୍ତ ସୂଚନା ଏବଂ ଖବର ହୁ ହୁ ହୋଇ ଭାଇରାଲ ହେଉଛି। ତେବେ ଏଥି ମଧ୍ୟରେ କିଛି ବିବାଦିଅ ଏବଂ  ମିଥ୍ୟା ଖବର ମଧ୍ୟ ପ୍ରଚାର ହେଉଛି। ତେବେ 2 ଜୁନରେ DS Beta Anil ନାମକ ଜଣେ ଫସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ କିଛି ପୋଲିସ ଦୁଇ ଜଣ ଅପରାଧିକୁ ଧରି ଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଅଯୋଧ୍ୟା ପୋଲିସ ରାମ ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରିବା ଉଦ୍ୟମରେ ଯାଉଥିବା ଦୁଇ ଆତଙ୍କବାଦୀଙ୍କୁ ବମ୍ ସହିତ ଗିରଫ କରିଛି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଅଯୋଧ୍ୟା ରେ ଅସିଫି ଭବନ ପାଖରେ କାଲି ଦୁଇ ଆତଙ୍କବାଦୀ ଙ୍କୁ ବମ୍ ସହିତ ପୁଲିସ ଆରେଷ୍ଟ୍ କରିଛି, ମକ୍ସଦ୍ ସଫା ମନ୍ଦିର ନିର୍ମାଣ ରେ ବାଧା ସୃଷ୍ଟି କରିବା, ହେଲେ ମନ୍ଦିର ତ ତିଆରି ହେଇକି ରହିବ, ଜୟ ଶ୍ରୀ ରାମ🙏,ଜୟ ଭଗବା🚩. 

ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 931 ଜଣ ଦେଖି ସାରିଛନ୍ତି। ପୋଷ୍ଟକୁ 18 ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ତେବେ କଣ  ରାମ ମନ୍ଦିର ନିର୍ମିଣରେ ବାଧା ସୃଷ୍ଟି କରିବା ପାଇଁ ଯାଉଥିବା ଦୁଇ ଆତଙ୍କ ବାଦିଙ୍କୁ ଅଯୋଧ୍ୟା ପୋଲିସ ବମ୍ ସହ ଗିରଫ କରିଛି। ଭାଇରାଲ ଭିଡ଼ିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡରେ ପକାଇ ଫୋଟୋରେ ଭାଙଅଗିଲୁ। ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓର କୌଣସି ସୂଚନା ନ ମିଳିବାରୁ ଆମେ କି ଶବ୍ଦ ସହ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ Hindustan ପେଜରେ ଏକ ଖବର ପାଇଲୁ। ଯାହାକି 29 ମେ ରେ ପ୍ରକାଶିତ କରାଯାଇଥିଲା। ଖବର ଅନୁସାରେ ଭାଇରାଲ ହେଉଥିବା ଭିଡିଓ ପ୍ରକୃତ ଘଟଣା ନୁହେଁ, କିନ୍ତୁ ଅଯୋଧ୍ୟା ପୋଲିସ ଦ୍ୱାରା କରାଯାଇଥିବା ମକ୍ ଡ୍ରିଲର ଏକ ଭିଡିଓ ଅଟେ।  ରିପୋର୍ଟ ଅନୁଯାୟୀ ଅଯୋଧ୍ୟା ପୋଲିସ ମେ 29 ରେ ହଳଦିଆ ଜୋନ୍ରେ ଥିବା ବ୍ଲାକ୍ କ୍ୟାଟ୍ କମାଣ୍ଡୋ ସହିତ ଆଶ୍ରାଫି ଭବନ ଛକଠାରେ ଏକ ମକ୍ ଡ୍ରିଲ୍ କରିଥିଲା।

ଏହି ସମୟ ମଧ୍ୟରେ ଦୁଇଜଣ ମାସ୍କେଡ୍ ଯୁବକ ଆତଙ୍କବାଦୀଙ୍କ ଭୂମିକା ଗ୍ରହଣ କରିଥିଲେ। ଅଯୋଧ୍ୟା ପୋଲିସ୍ ଅଧିକାରୀ ଆମୋଦ ସିଂଙ୍କ ନେତୃତ୍ୱରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା। ଭାଇରାଲ ହେଉଥିବା ଭିଡିଓ ଏହି ମକ୍ ଡ୍ରିଲ ଅଟେ। ମିଡିଆ ରିପୋର୍ଟରେ ମିଳିଥିବା ଭିଡିଓଟି ଭୁଲ ଦାବି ସହିତ ଭାଇରାଲ ହୋଇଥିବା ଭିଡିଓ ସହିତ ମେଳ ଖାଉଛି। ଏହା ସ୍ପଷ୍ଟ ଯେ ଭାଇରାଲ ପୋଷ୍ଟରେ ଦିଆଯାଇଥିବା ଦାବି ମିଥ୍ୟା, ଏହା ପ୍ରକୃତ ଘଟଣା ନୁହେଁ, କିନ୍ତୁ ଏହା ଏକ ମକ୍ ଡ୍ରିଲର ଭିଡିଓ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- HindustanArchive

ଏହା ପରେ ଆମକୁ ଭାଇରାଲ ଭିଡ଼ିଓ ହିନ୍ଦୁସ୍ତାନ You tube ଚ୍ୟାନେଲରେ ପାଇଲୁ। ଯେଉଁଥିରେ ସ୍ପଷ୍ଟ ଦେଖା ଯାଉଛି ଯେ, ଭାଇରାଲ ଭିଡ଼ିଓ ଆମକୁ ୟୁଟ୍ୟୁବରେ ମିଳିଥିବା ମକ୍ ଡ୍ରିଲ ଭିଡ଼ିଓ ସମାନ ଅଟେ। ଭିଡ଼ିଓରେ ଅଯୋଧ୍ୟା ପୋଲିସ୍ ଆତଙ୍କ ବାଦି ଏବଂ କୌଣସି ବିପଦକୁ ରୋକିବା ପାଇଁ ଏହି ମକ୍ ଡ୍ରିଲ ଆୟୋଯିତ କରିଛିଲା। ଭାଇରାଲ ଭିଡ଼ିଓରେ ସତରେ କୌଣସି ଆତଙ୍କବାଦିକୁ ପୋଲିସ ଧରି ନାହିଁ। ଏହା ଏକ ନାଟକିୟ ରୂପାନ୍ତର ଅଟେ। ତଳେ ଭିଡ଼ିଓ ଦେଖନ୍ତୁ। 

ଶେଷକଥା

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଭିଡ଼ିଓ ଅଯୋଧ୍ୟା ପୋଲିସ ଦ୍ୱାରା କରାଯାଇଥିବା ଏକ ମକ୍ ଡ୍ରିଲ ଅଟେ। ରାମ ମନ୍ଦିର ନିର୍ମିଣରେ ବାଧା ସୃଷ୍ଟି କରିବା ପାଇଁ ଯାଉଥିବା ଦୁଇ ଆତଙ୍କ ବାଦିଙ୍କୁ ଅଯୋଧ୍ୟା ପୋଲିସ ବମ୍ ସହ ଗିରଫ କରିଥିବା ଦାବିରେ ଭାଇରାଲ କରାଯାଉଥିବା ଭିଡ଼ିଓ ଏକ ମକ୍ ଡ୍ରିଲର ଭିଡ଼ିଓ ଅଟେ। ଭିଡ଼ିଓରେ ଧରା ପଡ଼ିଥିବା ବ୍ୟକ୍ତି ଅପରାଧି ହେବାର ନାଟକ କରୁଛନ୍ତି।

Avatar

Title:ଅଯୋଧ୍ୟା ପୋଲିସ ମକ୍ ଡ୍ରିଲ ଭିଡ଼ିଓକୁ ସତ୍ୟ ଘଟଣା କହି ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *