
1 ଡିସେମ୍ବରରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳୀ ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଅର୍ଘସ ନ୍ୟୁଜ ଚ୍ୟାନେଲର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଭିଡିଓରେ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନକୁ ପୋଲିସ ମାଡ଼ ମାରୁଥିବାର ଦାବି କରାଯାଇଛି। ପୋଷ୍ଟ କରାଯାଇଥିବା ଭିଡିଓରେ କିଛି ପୋଲିସ କର୍ମ ଏକ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ମାରୁଥିବାର ଦେଖା ଯାଉଛି। ଭିଡିଓରେ ପୁଲିସ କର୍ମିମାନଙ୍କର ମୁହଁ ଦେଖା ଯାଉନଥିବା ବେଳେ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ପୁଲିସ କର୍ମି ପାଖରେ ଛାଡ଼ି ଦେବା ପାଇଁ କାକୁତି ମିନତି ହେଉଛି। ଏହି ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ଡ. ପ୍ରିୟଙ୍କା ରେଡ୍ଡିର ଗଣଦୁଷ୍କର୍ମର ଅପରାଧି ବୋଲି କୁହା ଯାଉଛି। ଭିଡିଓର ମଝିରେ ମଝିରେ ପ୍ରିୟଙ୍କା ରେଡ୍ଡିଙ୍କର ଫୋଟୋ ଏବଂ ପୋଲିସ ସ୍ଟେଶନରେ ଛିଡ଼ା ହୋଇଥି 4ଟି ଅପରାଧିଙ୍କର ଫୋଟୋ ମଧ୍ୟ ଦେଖା ଯାଉଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 3000ରୁ ଅଧିକ ଥର ସେୟାର କରାଯାଇଛି। କେବଳ ସେତିକି ନୁହେଁ ଭିଡିଓଟିକୁ 2000ରୁ ଅଧିକ ଲାଇକ ଏବଂ 495ଟି କମେଣ୍ଟ ମିଳିଛି। ଏଥରୁ ଜାଣା ଯାଉଛି ଯେ, ଭିଡିଓଟି ଅଧିକରୁ ଅଧିକ ଲୋକଙ୍କ ପାଖରେ ସେୟାର ହୋଇ ସାରିଛି।
ଏଠାରେ ଲିଙ୍କ୍ ଦେଖନ୍ତୁ- Facebook
ତେବେ ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନ ଅଟେ। ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଭିଡିଓର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନର ଆରମ୍ବରେ ଆମେ ଭିଡିଓକୁ ଇନବିଡ ଟୁଲର ବ୍ୟବହାର କରି ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚରେ ଭିଡିଓର ଏକ ଫୋଟୋ 27 ନଭେମ୍ବରରେ The Hindu ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବାର ମିଳିଲା। ନ୍ୟୁଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଆନ୍ଧ୍ରପ୍ରଦେଶ ର ଚିତ୍ତୋଡ଼ ଜିଲ୍ଲାରେ 24 ନଭେମ୍ବରେ ଏକ 25 ବର୍ଷର ବ୍ୟକ୍ତି 10 ବର୍ଷର ଝିଅ ସହିତ ଦୁଷ୍କର୍ମ କରିଥିଲା। ଘଟଣାଟି 27 ନଭେମ୍ବରରେ ସାମନାକୁ ଆସିଲା, ଯେତେବେଳେ ଘଟଣା ସାମନାକୁ ନ ଆସୁ ସେ ଲାଗି ଅପରାଧି ନାବାଳିକାର ଟଣ୍ଟି ଚିପି ହତ୍ୟା କରିବାର ପ୍ରୟାସ କରିଥିଲ। ଏହି ଘଟଣା ଲୋକଙ୍କ ସାମନାକୁ ଆସିବାପରେ ପୁଲିସ ଅପରାଧିକୁ ଗାଁ ମଝିରେ ମାଡ଼ ମାରିଥିଲା। ଗାଁ ଲୋକ ମଧ୍ୟ ପୁଲିସକୁ ସମର୍ଥନ କରିଥିଲେ।

ଏଠାରେ ଲିଙ୍କ୍ ଦେଖନ୍ତୁ- The Hindu । Archive
ଏହା ଛଡ଼ା ଆମେ ଏହି ଭିଡିଓ 26 ନଭେମ୍ବରେ NDTV Telugu ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହୋଇଥିଲା। ପ୍ରିୟଙ୍କା ରେଡ୍ଡି ଗଣଦୁଷ୍କର୍ମ ଘଟଣା 29 ନଭଏମ୍ବରରେ ହଇଥିଲା। କିନ୍ତୁ ଏହି ଭିଡିଓ 24 ନଭେମ୍ବରର ଅଟେ। ଏଥିରୁ ଜଣାଗଲା ଯେ, ଭାଇରାଲ ଭିଡିଓ ହାଇଦ୍ରାବାଦ ଗଣଦୁଷ୍କର୍ମ ଅପରାଧି କୁ ପୋଲିସ ମାଡ଼ ମାରୁଥିବାର ନାହଁ।
ଏଠାରେ ୟୁଟ୍ୟୁବ ଭିଡିଓ ଦେଖନ୍ତୁ-
ଏହା ଛଡ଼ା ଏହି ନ୍ୟୁଜ 28 ନଭେମ୍ବରରେ Ajtak ନ୍ୟୁଜ ପେଜରେ ଭିଡିଓ ସହିତ ପ୍ରକାଶିତ କରାଯାଇଛି। ନ୍ୟୁଜର ଅନୁଚ୍ଛେଦରେ ଲେଖା ଯାଇଛି ଯେ, ଆନ୍ଧ୍ର ପେରଦେଶ ର ଚିତ୍ତୋଡ଼ ଅଞ୍ଚଳରେ 24 ନଭେମ୍ବରରେ ଏକ 10 ବର୍ଷର ନାବାଳିକା ସହିତ ଜଣେ 25 ବର୍ଷର ବ୍ୟକ୍ତି ଦୁଷ୍କର୍ମ କରିବାରୁ ପୋଲିସ ବ୍ୟକ୍ତିକୁ ଗାଁ ମଝିରେ ଗୋଡ଼େଇ ଗୋଡ଼େଇ ମାରିଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ସହିତ ଲେଖା ଯାଇଛି ଯେ, ଅପରାଧି ଜଣକ ନାବାଳିକାର ବେକ ଚିପି ମାରିବା ପାଇଁ ଚେଷ୍ଟା କରିଥିଲେ। ଏହା ପରେ ପୁିଲସ ଅପରାଧି ଉପରେ ଚଢ଼ାଉ କରିଥିଲା।

ଏଠାରେ ଲିଙ୍କ୍ ଦେଖନ୍ତୁ- Ajtak । Archive
ଏଥିରୁ ଜାଣାଗଲା ଯେ ଭାଇରାଲ ହେଉଥିବା ଭିଡିଓ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧିର ନୁହଁ।
ଶେଷକଥା-
ଆମ ଅନୁସନ୍ଧାନରୁ ଜାଣିଲୁ ଯେ, ଭାଇରାଲ ହେଉଥିବା ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଜୁଲୁ ନବିନ ନୁହଁ। ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶର ଚିତ୍ତୋଡ ଅଞ୍ଚଳର ଅଟେ। ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି 24 ନଭେମ୍ବରରେ ଏକ 10 ବର୍ଷର ନାବାଳିକା ସହ ଦୁଷ୍କର୍ମ କରିବା ଅପରାଧରେ ବ୍ୟକ୍ତିକୁ ପୋଲିସ ଗୋଡ଼େଇ ଗୋଡ଼େଇ ମାରିଥିଲା।

Title:ଭାଇରାଲ ଭିଡିଓରେ ମାଡ଼ ଖାଉଥିବା ବ୍ୟକ୍ତି କ’ଣ ହାଇଦ୍ରାବାଦ ଗଣଦୁଷ୍କର୍ମର ଅପରାଧି ଅଟେ?
Fact Check By: Saritadevi SamalResult: False