ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ଲାଇନ୍ ଜନସାଧାରଣ ସଂଳାପର ମୂଳ ଭିଡିଓର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ ହେଉଛି।

False Social

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନଲାଇନ୍ ଜନସାଧାରଣ ସଂଳାପର କିଛି ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ ଦେଶର ଲୋକମାନେ କିପରି ସ୍ୱୀକାର କରୁଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଯୋଜନାର ଲାଭ ପାଇନାହାଁନ୍ତି। ଏହି ଭିଡିଓକୁ ସେୟାର୍ କରି ଅପମାନ ସହିତ ଲେଖାଯାଇଛି ଯେ, “ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ସାମ୍ବାଦିକ ସମ୍ମିଳନୀରେ କେବେ ଉପସ୍ଥିତ ହୁଅନ୍ତି ନାହିଁ।

9 ଅକ୍ଟୋବର ରେ Aam Aadmi Party Odisha ଓଫିସିଆଲ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓରେ ଦାବି କରାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ କୌଣସି ଯୋଜନାରୁ ସାଧାରଣ ଜନତା କିପରି ଲାଭବାନ ହୁଅନ୍ତି ନାହିଁ ଏବଂ ଜନସାଧାରଣ ନିଜେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଏହି ସତ୍ୟକୁ ଗ୍ରହଣ କରୁଛନ୍ତି।  

 ତେବେ କଣ ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ  ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଯୋଜନାର ଲାଭ ପାଇନାଥିବା କଥା ମହିଳା କହୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ପୋଷ୍ଟ ସହ ଜଡିତ କୀ ଶବ୍ଦ ସାହାଯ୍ୟରେ ସର୍ଚ୍ଚ କରିଲୁ, ଫଳସ୍ୱରୂପ ଆମେ 5 ଅକ୍ଟୋବର 2021 ରେ AJTAK  ୟୁଟ୍ୟୁବ ଚ୍ୟାନେଲରେ ଉପଲବ୍ଧ ଭାଇରାଲ ଭିଡିଓର ମୂଳ ଭିଡିଓ ପାଇଲୁ। ଏହି ଭିଡିଓ ଶୁଣିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ଲଲିତପୁରର ଜଣେ ମହିଳା ଆୱାସ ଯୋଜନା (ସହରୀ) ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଭାଇରାଲ ଭିଡିଓ ମଧ୍ୟ ଏହାର ମୂଳ ଭିଡିଓର ଏକ ଛୋଟ ଅଂଶ। ନ୍ୟୁଜ୍ ଚ୍ୟାନେଲର ଲୋଗୋ ଭାଇରାଲ୍ ଭିଡିଓ କ୍ଲିପ୍ କୋଣରେ ମଧ୍ୟ ଦୃଶ୍ୟମାନ ହେଉଛି।  ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହି ଭିଡିଓକୁ ସଂପୂର୍ଣ୍ଣ ଦେଖିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ଭିଡିଓଟର କିଛି ଅଂଶ କାଟି ଭାଇରାଲ କରାଯାଉଛୁ। ପୁରା ଭିଡିଓ ଶୁଣିବା ପରେ ଆମେ ଜାଣିବାକୁ ପାଇଲୁ ଯେ ପୂର୍ବରୁ ମୂଳ ଭିଡିଓରେ ବବିତା କହିଥଲେ ଯେ ତାଙ୍କୁ ଘର ପାଇଁ 2.5 ଲକ୍ଷ ଟଙ୍କା ମିଳିଛି, ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀଙ୍କ ସ୍ୱନିଧି ଯୋଜନା ବିଷୟରେ ପଚାରିଛନ୍ତି, ଯେତେବେଳେ ବାବିତା ମନା କରନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏହି ଯୋଜନାର ପ୍ରକ୍ରିୟା ବିଷୟରେ କହି ତାଙ୍କୁ ଆବେଦନ କରିବାକୁ କହୁଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ସ୍ୱାନିଧି ଯୋଜନା କ?

pmmodiyojana ପେଜରେ ପ୍ରକାଶିତ ଖବର ଅନୁସାରେ ଆମ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 1 ଜୁନ୍ 2020 ରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ସ୍ୱାନିଧି ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ଦେଶର ଷ୍ଟ୍ରିଟ୍ ବିକ୍ରେତା (ଛୋଟ ଛକ ବିକ୍ରେତା) ମାନଙ୍କୁ 10000 ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବେ। ଏହି ଯୋଜନାର ଲାଭ ଦେଶର ସମସ୍ତ ଛୋଟ ଗଳି ବିକ୍ରେତାଙ୍କ ପାଇଁ ଉପଲବ୍ଧ ହେବ।   ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଶେଷକଥା

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଲଲିତପୁରର ବବିତା ନାମକ ଜଣେ ମହିଳାଙ୍କ ସହ ଅନଲାଇନ୍ ମାଧ୍ୟମ ମାଧ୍ୟମରେ କଥାବାର୍ତ୍ତା କରିଥିଲେ, ମୂଳ ଭିଡିଓରୁ ଏକ ଛୋଟ ଅଂଶର କ୍ଲିପ୍ କଟାଯାଇ ସୋସିଆଲ ମିଡିଆରେ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Avatar

Title:ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ଲାଇନ୍ ଜନସାଧାରଣ ସଂଳାପର ମୂଳ ଭିଡିଓର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *