
ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋ ପୁରୁଣା ଅଟେ।
28 ଜୁନରେ nitidin ନାମକ ଓଡ଼ିଆ ଖବର ପେଜରେ ଭାଇରାଲ ଖବର ପ୍ରକାଶିତ କରାଯାଇଛି। ଖବରରେ ଲେଖାଯାଇଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି। ୮୫ ବର୍ଷୀୟ ତ୍ରିଲୋକ ନାଥ ଟଣ୍ଡନ ଗର୍ବିତ ଅନୁଭବ କରିଛନ୍ତି। ଶ୍ରୀ ଟଣ୍ଡନ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି କି, କୋବିନ୍ଦ ମୋ ପାଦ ଛୁଇଁ ଆଶୀର୍ବାଦ ନେଲେ ଓ ମତେ କହିଲେ କି ଆପଣ ଶହେ ବର୍ଷ ବଞ୍ଚନ୍ତୁ, ମୁଁ ମଧ୍ୟ କୋବିନ୍ଦଙ୍କୁ କହିଲି ଯେ ମୁଁ ଶହେ ବର୍ଷ ବଞ୍ଚିବା ପାଇଁ ପ୍ରସ୍ତୁତ ଅଛି। ଏଥିସହିତ ଦେଶକୁ ଆଗକୁ ନେବା ପାଇଁ ଶ୍ରୀ ଟଣ୍ଡନ ରାଷ୍ଟ୍ରପତିଙ୍କୁ କହିଛନ୍ତି।
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । nitidin । Archive
ତେବେ କଣ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ରର୍ତ୍ତମାନ କାନପୁର ଗ୍ରସ୍ତରେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହା ଛଡ଼ା ଭାଇରାଲ ଫଟୋରେ କେହି ମାସ୍କ ଲଗାଇଥିବାର ଦେଖାଯାଉ ନାହନ୍ତି । ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫଟୋ ବର୍ତ୍ତମାନ ସମୟର ନୁହେଁ। amarujalaରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ଦେଖିଲୁ। ଯେଉଁଥିରେ ଭାଇରାଲ ଫଟୋ 2019ରେ ପ୍ରକାଶିତ ହୋଇଥିବାର ଦେଖାଯାଉଛି। ଖବର ଅନୁସାରେ 2019ରେ ରାଷ୍ଟ୍ରପତି ତାଙ୍କ ଗାଁ କାନପୁର ଯାଇଥିଲେ। ସେଠାରେ ଏକ ସମ୍ମିଳନିରେ ସେ ତାଙ୍କ ଗୁଗୁଙ୍କୁ ଦେଖା କରିବା ପାଇଁ ସ୍ଟେଜରୁ ତଳକୁ ଓହ୍ଲାଇଥିଲେ। ଭାଇରାଲ ଫଟୋର କୋରୋନା କିମ୍ବା ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- amarujala । Archive। hindustantimes
24 ମାର୍ଚ୍ଚରେ 2019 Harry Singh ନାମକ ଜଣେ ୟୁଟ୍ୟୁବର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋର ଭିଡିଓ ସେୟାର କରିଛନ୍ତି। ଭିଡିଓର ଶିର୍ଷକରେ ଲେଖାଯାଇଛି ଯେ, (Indian President Sh. Ramnath Kovind touches feet of their schoolmasters) ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ କାନପୁରରେ ଏକ ସଭାରେ ଯୋଗ ଦେଉଥିବାବେଳେ ସେ ସେମାନଙ୍କ ସ୍କୁଲ ଲାଇଫ ମାଷ୍ଟରଙ୍କ ପାଦ ସ୍ପର୍ଶ କରୁଥିବା ଦେଖିବାକୁ ପାଇଥିଲେ। ରାଷ୍ଟ୍ରପତି ଯେତେବେଳେ ସେମାନଙ୍କ ପାଦ ଛୁଇଁଲେ ଏହା ଅତ୍ୟନ୍ତ ରୋମାଞ୍ଚକର ଲାଗିଲା। ଏହାର ସମ୍ପୁର୍ଣ୍ଣ ଭିଡିଓ President Kovind 2019ରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ପ୍ରକାଶିତ କରିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଗୁଗୁଙ୍କ ପାଦ ଶ୍ପର୍ଷ କରୁଥିବା ଭାଇରାଲ ଫଟୋ ବର୍ତ୍ତମାନ କାନପୁର ଗ୍ରସ୍ତ ସମୟର କିମ୍ବା କୋରୋନା ସମୟର ନୁହେଁ। 2019ର ଫଟୋକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି।

Title:2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: Partly False
