ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟରେ କ୍ରିକେଟର ବୋଲି କହିଛନ୍ତି କି?

False Social

ରବିବାର (ଜୁନ୍ 14) ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରେ ସୁଶାନ୍ତ ସିଂଙ୍କ ଅକାଳ ବିୟୋଗରେ  ନେତା ଏବଂ ଅଭିନେତା  ଅସନ୍ତୋଷ ବ୍ୟକ୍ତ କରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ଏକ ଟୁଇଟ୍ ଜରିଆରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ।  ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଏକ ସ୍କ୍ରିନସଟ ସୋସିଆଲ ମିଡିଆରେ ଭାଇରାଲ  ହୋଇଛି ଯେଉଁଥିରେ ସୁଶାନ୍ତ ସିଂଙ୍କୁ ରାହୁଲ ଗାନ୍ଧୀ ଜଣେ କ୍ରିକେଟର ବୋଲି ଭାବିଥିଲେ। ତେଣୁ ତାଙ୍କ ମୃତ୍ୟୁ ଟ୍ୱିଟରେ ସେ ସୁଶାନ୍ତ ସିଂଙ୍କୁ କ୍ରିକେଟର ଭାବରେ ଉଲ୍ଲେଖ କରିଛନ୍ତି। ଏହି ଟ୍ୱିଟର ସ୍କ୍ରିନସଟ ପ୍ରବଳମାତ୍ରାରେ ଭାଇରାଲ ହେବାରେ ଲାଗିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ତେବେ ରାହୁଲ ଗାନ୍ଧି କଣ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ କ୍ରିକେଟର ବୋଲି ଉଲ୍ଲେଖ କରିଥିଲେ। ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ସର୍ବପ୍ରଥମେ ସୁଶାନ୍ତ ସିଂଙ୍କ ଦେହାନ୍ତରେ ରାହୁଲ ଗାନ୍ଧୀ ଟ୍ୱିଟ୍ କରିଥିବା ପୋଷ୍ଟ ଖୋଜିଲୁ।  ରାହୁଲ ଗାନ୍ଧୀ ଜୁନ୍ 14 ରେ ସନ୍ଧ୍ୟା 7.31 ରେ ସୁଶାନ୍ତ ସିଂଙ୍କ ମୃତ୍ୟୁରେ  ଶୋକ ବାର୍ତ୍ତା ଲେଖିଥିଲେ। ସେ କହିଛନ୍ତି, “ସୁଶାନ୍ତ ସିଂଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଜଣେ ଯୁବ ତଥା ଦକ୍ଷ ଅଭିନେତା ଆମକୁ ଶୀଘ୍ର ଛାଡିଚାଲିଗଲେ। ମୋ ସମ୍ବେଦନା ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ସହ ଅଛି”।

ଏଠାରେ ଲିଙ୍କ ଦେଖନ୍ତୁ- TwitterArchive

ଉପରୋକ୍ତ ଟ୍ୱିଟରେ ଯେପରି ଦେଖାଯାଉଛି ଯେ, ରାହୁଲ ଗାନ୍ଧୀ ସୁଶାନ୍ତ ସିଂଙ୍କୁ ଅଭିନେତା ବୋଲି କହିଛନ୍ତି। ଉଭୟ ଭାଇରାଲ୍ ଟ୍ୱିଟ୍ ଏବଂ ରାହୁଲ ଗାନ୍ଧୀଙ୍କ ମୂଳ ଟ୍ୱିଟର ସମାନ ସମୟ ଅଛି । ଅର୍ଥାତ୍ 7.31 pm ଅଛି। ଦୁଇଟି ଟ୍ୱିଟ୍ ତୁଳନାରେ ଏହା ଲକ୍ଷ୍ୟ ହେବ ଯେ ରାହୁଲ ଗାନ୍ଧୀଙ୍କ ମୂଳ ଟ୍ୱିଟକୁ ଏଡ଼ିଟିଙ୍ଗ କରାଯାଇଛି ଏବଂ ଅଭିନେତା ଶବ୍ଦ ବଦଳରେ କ୍ରିକେଟର ଶବ୍ଦ ଯୋଡି ଦିଆଯାଇଛି। ତଳେ ବିଷ୍ଳେଶଣ ଦେଖନ୍ତୁ। 

ଶେଷକଥା-

ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ମୂଳ ଟ୍ୱିଟକୁ ଏଡିଟ୍ କରି ମିଥ୍ୟା ଦାବିରେ ଏହା ପ୍ରସାରିତ ହେଉଛି। ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ କ୍ରିକେଟର ବୋଲି କହି ନାହାଁନ୍ତି। ସେ ତାଙ୍କୁ ଜଣେ ଅଭିନେତା ବୋଲି କହିଥିଲେ।

Avatar

Title:ରାହୁଲ ଗାନ୍ଧୀ ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଟ୍ୱିଟରେ କ୍ରିକେଟର ବୋଲି କହିଛନ୍ତି କି?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *