
ସୋସିଆଲ ମିଡିଆରେ ପେଟ୍ରୋଲ ଦରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ରାଜନାଥ ସିଂହଙ୍କ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ସେ, ପେଟ୍ରୋଲ ଡିଜେଲ ଦାର କମ କରିବା ନେଇ ଧାରଣା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବା କରାଯାଉଛି ଯେ, ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ରାଜନାଥ ସିଂହ ଆନ୍ଦୋଳନ କରୁଛନ୍ତି। ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଇଥିବାର ପାଇଲୁ।
26 ଜୁନରେ Sangram Keshari Patra ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଲୋକଙ୍କ ସ୍ୱାର୍ଥରେ ନିଜ ଦଳ ଓ ନେତାର ନିଷ୍ପତ୍ତି କୁ ବିରୋଧ କରିପାରୁଥିବା ଏକମାତ୍ର ବ୍ୟକ୍ତି, ଧନ୍ୟବାଦ ! ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 18ଥର ସେୟାର କରାଯିବା ସହ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ରାଜନାଥ ସିଂହ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 3 ଜୁଲାଇ 2020ରେ national herald India ପେଜରେ ଭାଇରାଲ ଭିଡିଓ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ କିମ୍ବା ବିଜେପି ସରକାର ସମୟର ନୁହେଁ। ଭାଇରାଲ ଫଟୋ 2014 ପୂର୍ବର ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତ- national herald India । Archive
lokmat ୱେବସାଇଟ୍ ମଧ୍ୟ ଏହି ଫଟୋକୁ 2018ରେ ପ୍ରକାଶିତ କରାଯାଇଥିଲା। ପେଜରେ ଲେଖାଯାଇଥିବା ଖବର ଅନୁସାରେ 2018 ପେଟ୍ରୋଲର ମୂଲ୍ୟ 90 ଟଙ୍କା ଅତିକ୍ରମ କରିଥିବା ବେଳେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ହେତୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବା ସରକାରଙ୍କ ହାତରେ ନାହିଁ ବୋଲି ବିଜେପିର କେନ୍ଦ୍ର ମନ୍ତ୍ରୀମାନେ କହିଛନ୍ତି। ତେବେ ପେଟ୍ରୋଲର ମୂଲ୍ୟ ପ୍ରାୟ 75 ଟଙ୍କା ଥିବାବେଳେ ଏହି ସମାନ ନେତାମାନେ ସରକାର ବିରୋଧରେ ଆନ୍ଦୋଳନ ଓ ବିରୋଧ କରୁଥିଲେ।
ଯେଉଁ ଦିନ ରାଜନାଥ ସିଂ ଏହି ସିଟ୍-ଇନ୍ ପ୍ରଦର୍ଶନ କରିଥିଲେ ସେ ବିଷୟରେ ଆମେ ନିଶ୍ଚିତ ଭାବରେ କୌଣସି ଖବର ପାଇଲୁ ନାହିଁ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଏହି ଫଟୋ ବହୁ ବର୍ଷ ପୁରୁଣା ଅର୍ଥାତ୍ ବିଜେପି ସରକାର ନଥିବା ସମୟର ଅଟେ।

ଏଠାରେ ଲିଙ୍କ ଦେଖନ୍ତୁ- lokmat । Archive
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ବର୍ତ୍ତମାନ ବଢ଼ିଥିବା ତେଲ ଦର କୁ ନେଇ ରାଜନାଥ ସିଂହ ନିଜ ଦଳ ବିରୋଧରେ ଆନ୍ଦୋଳନ କରିଥିବା ଦାବିରେ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫଟୋ ବିଜେପି ସରକାର ପୂର୍ବର ଅଟେ।

Title:ବର୍ତ୍ତମାନ ବଢ଼ିଥିବା ତେଲ ଦରକୁ ନେଇ ରାଜନାଥ ସିଂ ନିଜ ଦଳ ବିରୋଧରେ ଆନ୍ଦୋଳନ କରୁଛନ୍ତି ?
Fact Check By: Saritadevi SamalResult: False
