କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

Coronavirus False Medical
Screenshot_20200714-090743.png

ଦୁନିୟାରେ କୋରୋନା ବ୍ୟାପୁ ଥିବାରୁ ଓ ଏହା ନେଇ ବର୍ତମାନ କୌଣସି ଟୀକା ବାହାରି ନ ଥିବା ରୁ ସୋସିଆଲ ମିଡିଆରେ ଏହା କୁ ଅନେକ ପରାମର୍ଶ ଦେଖିବା କୁ ମିଳିଛି। ଗତ କିଛି ଦିନରୁ ଏପରି ଗୋଟିଏ ମେସେଜ ୱ୍ହାତ୍ସ ଏପ ରେ ଭାଇରାଲ ହେଉଥିବା ମିଳିଛି ଯେଉଁ ଥିରେ କୋରୋନା ନେଇ କିଛି ସୂଚନା ଏବଂ ପରାମର୍ଶ ଦିଆ ଯାଇଅଛି। ଏହି ମେସେଜରେ କୋରୋନା ରୋକିବା ପାଇଁ କିଛି ଔଷଧ ବିଷୟରେ କୁହା ଯାଇ ଅଛି ଏବଂ ଏହା ମଧ୍ୟ କୁହା ଯାଇ ଅଛି ଯେ କୋରୋନା ୩ ପର୍ଯ୍ୟାୟ ରେ ଆମ ଶରୀରରେ ପ୍ରବେଶ କରି ରହି ଥାଏ। ଦାବି ଅନୁଯାୟୀ ଏହି ମେସେଜ ଟାଟା ହେଲ୍ଥ ଦ୍ଵାରା ପ୍ରକାଶିତ କରିଛି। ଆସନ୍ତୁ ସତ୍ୟ ଜାଣିବା। 

part 1.png

Archive    

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ପ୍ରଥମେ ଟୁଇଟର ରେ ଯାଇ ଟାଟା ହେଲ୍ଥ ଲେଖି ସର୍ଚ କରିଲୁ। ୧୩ ଜୁନ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲରେ ଟୁଇଟ କରି ଟାଟା ହେଲ୍ଥ କୁ ପଚାରିଛନ୍ତି ଯେ ଏହା କ’ଣ ସତ୍ୟ ଅଟେ? ଏହା କୁ ଉତ୍ତର ଦେଇ ଟାଟା ହେଲ୍ଥ କହିଛି ଯେ ଆପଣଙ୍କୁ ଯେଉଁ ଯେଉଁ ମେସେଜ ମିଳିଛି ସେହା ଟାଟା ହେଲ୍ଥ ଦ୍ଵାରା ପ୍ରକାଶିତ କରା ଯାଇ ନାହିଁ। ଏହା ପରେ ଟାଟା ହେଲ୍ଥ ଅନୁରୋଧ କରିଛନ୍ତି ଯେ ଯେଉଁ ଗ୍ରୁପ ରେ ଏହି ମେସେଜ ଭାଇରାଲ ହେଇଛି ସେଠାରେ ମଧ୍ୟ ଏହି ସୂଚନା ଦିଅନ୍ତୁ। 

Archive

୧୬ ଜୁନ ରେ ଟାଟା ହେଲ୍ଥ ନିଜେ ଟୁଇଟ କରି କହିଛି ଯେ ଆମେ ଜନସାଧାରଣ ଲୋକଙ୍କୁ ଅନୁରୋଧ କରୁଛୁ ଯେ ଆମ ସଂସ୍ଥା ନାମରେ ଭାଇରାଲ ହେଉ ଥିବା ଅଜ୍ଞାନ୍ତ ମେସେଜ ଉପରେ ନିର୍ଭର କରନ୍ତୁ ନାହିଁ। ଆମେ ଏହା ମଧ୍ୟ ଅନୁରୋଧ କରୁଛୁ ଯେ ନିଜ ସ୍ୱାସ୍ଥ୍ୟ ନେଇ ଯଦି କୌଣସି ପ୍ରଶ୍ନ ଅଛି ତାହାଲେ ଡାକ୍ତରଙ୍କ ଠାରୁ ପରାମର୍ଶ ନିଅନ୍ତୁ। 

Archive

ଏହା ପରେ ଆମେ ଏହି ମେସେଜରେ କୋରୋନା ବିଷୟରେ ଅନ୍ୟ ମିଥ୍ୟା ମଧ୍ୟ ଦେଖିବା କୁ ପାଇଲୁ। ଏହି ମେସେଜରେ ଲେଖା ଯାଇଅଛି ଯେ ପ୍ରଥମ ସ୍ତରରେ କୋରୋନା ନାକରେ ଥାଏ, ଶେଠୀ ପାଇଁ ଗରମ ଭାଷ୍ପ ନେଲେ କୋରୋନା ଠାରୁ ଉଦ୍ଧାର ପାଇବା ସମ୍ଭବ। କିନ୍ତୁ କିଛି ଦିନ ପୂର୍ବରୁ ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହା କୁ ମିଥ୍ୟା ବୋଲି ପ୍ରମାଣ କରିଛି। 

hot staem.jpg

Fact Crescendo Odia 

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହି କଥା ସ୍ପଷ୍ଟ କରିଛି ଯେ ପାରାମ୍ପାରିକ ଏବଂ ଘରୋଇ ଉପଚାର ମାଧ୍ୟମ ରୁ ସ୍ୱାସ୍ଥ୍ୟ କୁ ଆରାମ ମିଳି ପାରେ କିନ୍ତୁ ବର୍ତମାନ ସୁଧା କୌଣସି ଔଷଧ ବା ଟୀକା ବାହାରି ନାହିଁ ଯେଉଁଟା କୋରୋନା ରୋଗୀଙ୍କୁ ସମ୍ପୂର୍ଣ ଭାବେ ସୁସ୍ଥ କରି ପାରିବ। WHO ଆଣ୍ଟିବାୟୋଟିକ ବା ନିଜକୁ ଔଷଧ ଦେଇ ସୁସ୍ଥ କରିବା ଅନୁମତି ଦେଇ ନାହିଁ। 

ଶେଷକଥା:

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ଟାଟା ଡିଜିଟାଲ ହେଲ୍ଥ ନାମ ରେ ଭାଇରାଲ ହେଉଥିବା ମେସେଜ ଟି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଟାଟା ହେଲ୍ଥ ନିଜେ ଟୁଇଟ କରି ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ମେସେଜ ସୋସିଆଲ ମିଡିଆରେ ଛାଡ଼ି ନାହିଁ। 

who.jpg

WHO | Archive

Avatar

Title:କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *