
21 ଜୁଲାଇରେ Kapilash Gupta ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଅମୁଲର ଏକ ବିଜ୍ଞାପନ ସେୟାର କରିଛନ୍ତି। ପୋଷ୍ଟ କରାଯାଇଥିବା ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଉପେର ପରିହାସ କରାଯାଇଛି। ବିଜ୍ଞାପନରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ସହ ଗାନ୍ଧୀ ପରିବାର ଦେଶକୁ ଧୀରେ ଧୀରେ ନଷ୍ଟ କରୁଥିବା ନେଇ ଚିତ୍ର ଅଙ୍କା ଯାଇଛି। ପୋଷ୍ଟରେ ଲେଥା ଯାଇଛି
“ଜେଜେବାପା ଖାଇଲେ, ଜେଜେମା ଖାଇଲେ, ବାପା ଖାଇଲେ, ମା ଖାଇଲେ, ଆସ ଭଉଣୀ ତୁମେ ମଧ୍ୟ ଖାଅ, ଭାଇନାଙ୍କୁ ମଧ୍ୟ ଡାକ”ଅଧିକ ସୂଚନା ପାଇଁ ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଅମୁଲ କମ୍ପାନି ଗାନ୍ଧୀ ପରିବାର ଦେଶକୁ ନଷ୍ଟ କରିବାକୁ ପରିହାସ କରି ଏହି ବିଜ୍ଞାପନ କରିଛ । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପ୍ରଥମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ପୋଷ୍ଟ ପରି ଅନେକ ପୋଷ୍ଟ ମିଳିଲା। ଆମକୁ Shubo roy ନାମକ ଜଣେ Twitter ଆକାଉଣ୍ଟରେ ଭାଇରାଲ ପୋଷ୍ଟର ଫୋଟୋ ମିଳିଲା। ଯେଉଁଥିରେ ସେ ଲେଖିଛନ୍ତି ଯେ, ଭାଇରାଲ ପୋଷ୍ଟର ମିଥ୍ୟା ଅଟେ। ପ୍ରିୟଙ୍କା ଗାନ୍ଧୀଙ୍କୁ ପରିହାସ କରି ଏପରି କୌଣସି ପୋଷ୍ଟର ବନା ଯାଇ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
24 ଜୁନ 2019ରେ ଅମୁଲ ତରଫରୁ ଏକ Twitter କରାଯାଇଛି। ଯେଉଁଥିରେ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ କାର୍ଟୁନ୍ ବନା ଯାଇଛି ସତ କିନ୍ତୁ ତାଙ୍କୁ ପରିହାସ କରଥିବା ପରି କୌଣସି ବିଜ୍ଞାପନ ଲେଖା ଯାଇ ନାହିଁ। ପ୍ରିୟଙ୍କା ଗାନ୍ଧୀ ରାଜନିତିରେ ମିଶିବା ଖୁସିରେ ଅମୁଲ କମ୍ପାନି ବିଜ୍ଞାପନରେ ପ୍ରିୟଙ୍କା ଗାନ୍ଧୀଙ୍କ ଏହି ଚାତ୍ର ବନାଇଥିଲା। ଏହା ବର୍ଷେ ପୁରୁଣା ଫୋଟୋ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Twitter । Archive
ଏହା ଛଡ଼ା ଆମେ ଭାଇରାଲ ପୋଷ୍ଟର ପରି ଅନ୍ୟ ପୋଷ୍ଟର ମଧ୍ୟ ପାଇଲୁ। ଯେଉଁଥିରେ ଏକା ଗାଡ଼ି ତିନଟି ଯାକ ଫୋଟୋରେ ପାଇଲୁ। ଲାଲି ଗାଡି ମଧ୍ୟ ତିନଟି ଯାକ ଫୋଟୋରେ ଦେଖିବାକୁ ମିଳୁଛି। କିନ୍ତୁ ଫୋଟୋରେ ବ୍ୟାନର ଅଲଗା ଅଲଗା ବିଜ୍ଞାପନର ପୋଷ୍ଟର ଲଗାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ପୋଷ୍ଟର ମିଥ୍ୟା ଅଟେ।

ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଅମୁଲ ନାମରେ ଭାଇରାଲ କରାଯାଉଥିବା ବିଜ୍ଞାପନ ମିଥ୍ୟା ଅଟେ। ଭାଇରାଲ ପୋଷ୍ଟର ଏଡିଟ୍ କରାଯାଇଛି।

Title:ଅମୁଲ ବିଜ୍ଞାପନ ନାମରେ ଭାଇରାଲ ହେଉଥିବା ବିଜ୍ଞାପନ ପୋଷ୍ଟର ମିଥ୍ୟା ଅଟେ।
Fact Check By: Saritadevi SamalResult: False