
ସୋସିଆଲ ମିଡିଆରେ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ଭିଡିଓ ସେୟାର କରାଯାଉଛି। ଯେଉଁଥିରେ ଅଖିଳେଶ ଯାଦବ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି। ଏହି ଭିଡିଓରେ ଜଣେ ବୃଦ୍ଧ ଅଖିଳେଶ ଯାଦବଙ୍କୁ ପାଟି କରୁଛନ୍ତି ଯେ, ସେ ତାଙ୍କୁ ଭୋଟ୍ ଦେବେ ନାହିଁ। ଦାବି କରାଯାଇଛି ଯେ ସେ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ‘ତୁମେ ଏକ ମସଜିଦ ନିର୍ମାଣ କର ଏବଂ ତୁମକୁ କେହି ଭୋଟ୍ ଦେବେ ନାହିଁ’।
3 ଫେବୃଆରିରେ UTKALA SENA BJP ODISHA ନାମକ ଫେସବୁକ ପେଜରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ନିନ୍ଦନୀୟ ଅପମାନ, ଅଦ୍ୟାବଧି କୌଣସି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏପରି ଅପମାନ କେବେ ହୋଇ ନଥାନ୍ତା ଯାହା ଅଖିଳେଶ କରିଛନ୍ତି। ‘ତୁମେ ଏକ ମସଜିଦ ନିର୍ମାଣ କର, ଯେ କୌଣସି ଘରୁ ଗୋଟିଏ ଭୋଟ୍ ମଧ୍ୟ ପାଇବ।
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ କରାଯାଇଛି।
ତେବେ କଣ ଭାଇରାଲ ପୋଷ୍ଟରେ ଜଣେ ବୃଦ୍ଧ ଅଖିଳେଶ ଯାଦବଙ୍କୁ କହିଥିଲେ ଯେ ‘ତୁମେ ଏକ ମସଜିଦ ନିର୍ମାଣ କର ଏବଂ ତୁମକୁ କେହି ଭୋଟ୍ ଦେବେ ନାହିଁ’।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏଙାକୁ ନେଇ କିଛି ଲିଙ୍କ ମିଳିଲା। 12 ନଭେମ୍ବର 2019 ରେ ସମାଜବାଡି ଅନ୍ଲାଇନ୍ ନ୍ୟୁଜ୍ ର ଫେସବୁକ୍ ପେଜରେ ଆମେ ଭିଡିଓର ଏକ ବିସ୍ତାରିତ ସଂସ୍କରଣ ପାଇଲୁ। ଏହା ସହିତ ଦିଆଯାଇଥିବା ସୂଚନାରେ ଏହା ଲେଖାଯାଇଛି, ଉତ୍ତରପ୍ରଦେଶର ସାଇଫାଇର ଜଣେ ବୟସ୍କ ବ୍ୟକ୍ତି ଅଖିଳେଶ ଯାଦବଙ୍କୁ ତାଙ୍କ ପରାଜୟର କାରଣ ବୁଝଉଛନ୍ତି।
ଏହି ଭିଡିଓ ଦେଖିବା ପରେ ଜଣା ପଡୁଛି ଯେ ସେମାନେ ଆୱାଡି ଭାଷାରେ କଥାବାର୍ତ୍ତା କରୁଛନ୍ତି। ଆମେ ଏହାକୁ ଅନୁବାଦ କରିଛୁ। ଏଥିରେ ସେ ବୃଦ୍ଧ ଅଖିଳେଶ ଯାଦବଙ୍କୁ କହୁଛନ୍ତି ଯେ, ଏହି ଭୋଟ୍ କାଷ୍ଟିଂ ମେସିନରେ ନିଆଁ ଲଗାଯିବା ଉଚିତ, ଯେତେବେଳେ ଆମେ ଆପଣଙ୍କୁ ଭୋଟ୍ ଦେଉ ଆମର ଭୋଟ୍ ଅନ୍ୟତ୍ର ଚାଲିଯାଏ। । ସେମାନେ ଏହା ମଧ୍ୟ କହୁଛନ୍ତି ଯେ ବାଲାଟ ପେପରକୁ ଫେରାଇ ଆଣନ୍ତୁ। ଯେପର୍ଯ୍ୟନ୍ତ ମେସିନ୍ (ଇଭିଏମ୍) ସେଠାରେ ଅଛି, ଆପଣଙ୍କ ସରକାର ଗଠନ ହେବ ନାହିଁ। ଏହା ଉପରେ ଅଖିଳେଶ ଯାଦବ କହିଛନ୍ତି ଯେ ପୂର୍ବରୁ ବୁଥ କ୍ୟାପଚର ହୋଇଥିଲା। ଝଗଡା ସହିତ, ଟିକିଏ ଭିନ୍ନ ଭାବରେ। ଏବେ ଏହି ବିଜେପି ଲୋକମାନେ ଚାଲାକି କପଛନ୍ତି ନୂଆ ରୁପରେ କରୁଛନ୍ତି। ଏଥିରେ, ବୃଦ୍ଧ ବ୍ୟକ୍ତି କୌଣସି ସ୍ଥାନରେ କହି ନାହାଁନ୍ତି ଯେ ତୁମେ ଏକ ମସଜିଦ ନିର୍ମାଣ କର ଏବଂ ଆମେ ତୁମକୁ ଭୋଟ୍ ଦେବୁ ନାହିଁ।
ଆମେ ଆପଣଙ୍କୁ କହିରଖୁଛୁ ଯେ 2019 ମସିହାରେ ଲୋକସଭା ନିର୍ବାଚନ 11 ଏପ୍ରିଲ ରୁ 19 ମେ ପର୍ଯ୍ୟନ୍ତ ହୋଇଥିଲା ଏବଂ ଫଳାଫଳ 23 ମେ ରେ ଘୋଷଣା କରାଯାଇଥିଲା। ଏହା ସହିତ 29 ଏପ୍ରିଲ 2019 ରୁ 21 ଅକ୍ଟୋବର 2019 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର 14 ଟି ନିର୍ବାଚନମଣ୍ଡଳୀରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭିଡିଓରେ ସେହି ବୃଦ୍ଧ ଜଣକ ଏହି ନିର୍ବାଚନ ବିଷୟରେ କହୁଛନ୍ତି।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓ ଭାଇରାଲ ହେବା ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ। ସେ ବୃଦ୍ଧ ଅଖିଳେଶ ଯାଦବଙ୍କୁ ଅପମାନ କରୁନାହାଁନ୍ତି। ସେମାନେ ଇଭିଏମ୍ ଅପସାରଣ ବିଷୟରେ କହୁଛନ୍ତି। ସେହି ବୃଦ୍ଧ ଜଣକ ମସଜିଦ ବିଷୟରେ କଥାବାର୍ତ୍ତା କରି ନାହାଁନ୍ତି ଏବଂ ଭୋଟ୍ ଦେବେ ନାହିଁ।

Title:ଭିଡିଓରେ କ’ଣ ବୃଦ୍ଧ ଜଣକ ମସଜିଦ ନିର୍ମାଣ ପାଇଁ ଅଖିଳେଶ ଯାଦବଙ୍କୁ ଭୋଟ୍ ନ ଦେବା ବିଷୟରେ କଥା ହୋଇଥିଲେ ?
Fact Check By: Saritadevi SamalResult: False
