
8 ଜାନୁଆରିରେ Udit Sahu ନାମକ ଜଣେ ଫେସବୁକ ୟୁଜର ଏସଏଫଆଇ ଲିଡର ସୁରିର କ୍ଷତାକ୍ତ ହେବାର କିଛି ଫୋଟୋ ପୋଷ୍ଟ କରି ଦାବି କରାଯାଇଛି ଯେ, ସୁରି ଆଘାତ ହୋଇନାହାନ୍ତି ବରଂ ମିଛରେ ବ୍ୟାଣ୍ଡେଜ୍ ଭିଡି AVBP ଠାରୁ ମାଡ଼ ଖାଇ ଆଘାତ ହୋବାର ମିଛ ପ୍ରହଶନ କରୁଥିବାର କୁହାଯାଇଛି। ଫେସବୁକ ୟୁଜର ନିଜ ଆକାଣ୍ଟରେ ତିନଟି ଫୋଟୋ ସେୟାର କରିଛନ୍ତି। ପ୍ରଥମ ଫୋଟୋରେ ବ୍ୟକ୍ତି ଜଣକ ଚାଲି ପାରୁନି । ଦ୍ୱିତିୟ ଫୋଟୋରେ ବ୍ୟକ୍ତି ଜଣକ ଚାଲି ଚାଲି ଯାଉଛି। ତୃତୀୟ ଫୋଟୋରେ ଦାବି କରାଯାଇଛି ଯେ, ଘଟଣାର 24 ଘଣ୍ଟା ପରର ଦୃଶ୍ୟ ତିରୁଅନନ୍ତପୁରମରେ ଏହି ବ୍ୟକ୍ତିକୁ ସ୍ୱାଗତ କରାଯାଉଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଏହା ଛଡ଼ା 8 ଜନୁଆରିରେ Nilachakra Odisha ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଏସଏଫଆଇ ଲିଡର ସୁରିଙ୍କର କ୍ଷତାକ୍ତ ହେବାର କିଛି ଫୋଟୋ ପୋଷ୍ଟ କରି ଏହି ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ, 6 ଜାନୁଆରି 2020 ସକାଳ 8ରେ ସେ ଚାଲି ପାରୁନଥିଲେ। ସକାଳ 11ରେ ସେ ଚାଲୁଥିଲେ ଏବଂ 24 ଘଣ୍ଟା ପରେ ସେ ଏକ ଆୟୋଜନରେ ଦେଖାଗଲେ। ଏସଏଫଆଇ ଲିଡର ସୋରି ଓସ୍କାର ପୁରଷ୍କାର ପାଇଲା ଭଳି ଆକ୍ଟିଙ୍ଗ କରିଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ପ୍ରଥମେ ଗୁଗୁଲରେ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ 7 ଜାନୁଆରିରେ ମଲାୟଲମ News 18ରେ ପ୍ରକାଶିତ ହୋଇଥିବା ଏକ ନ୍ୟୁଜ ଲିଙ୍କ ମିଳିଲା। ଯେଉଁଥିରେ ତାଙ୍କର 5 ଜାନୁଆରି 2020 JNUରେ ହୋଇଥିବା ଘଟଣାକୁ ନେଇ ସୁରିଙ୍କର ଇଣ୍ଟରଭିଉ ପ୍ରକାଶିତ ହୋଇଛି। ସେଥିରେ ସୁରି କହିଛନ୍ତି ଯେ, ଆକ୍ରମଣକାରିମାନେ JNU ପ୍ରେସିଡେଣ୍ଟ ରିସି ଘୋସ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମୟରେ 7 ଜଣ ଆକ୍ରମଣକାରି ଏକ ଆଇରନ ରୋଡରେ ଆମ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ମୋର ମୁଣ୍ଡରେ ଆଘାତ ହୋଇଛି ଏବଂ ମୋର ବାମ ହାତ ମଧ୍ୟ ଆଘାତ ହୋଇଛି।

ଏଠାରେ ଲିଙ୍କ୍ ଦେଖନ୍ତୁ-News 18 । Archive
ଏହା ପରେ ଆମକୁ ଫେସବୁକରେ Comrade ନାମକ ଫେସବୁକ ଆକାଣ୍ଟରେ ଜେଏନୟୁ ସୁରି କ୍ରିଷ୍ଣାର ଏକ ଭିଡିଓ ପାଇଲୁ। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ, ସେ ବ୍ୟାଣ୍ଡେଜ୍ ଲଗାଇ ଆକ୍ଟିଙ୍କ କରିନଥିଲେ, ତାଙ୍କର ପ୍ରକୃତରେ ମୁଣ୍ଡ ପାଟିଥିଲା ଏବଂ ହାତ ମଧ୍ୟ ଫ୍ୟାକ୍ଚର ହୋଇଛି। ପୋଷ୍ଟରେ ସେ ତାଙ୍କ ମୁଣ୍ଡରେ ପଡ଼ିଥିବା ସ୍ଟିଚ୍ ମଧ୍ୟ ଦେଖାଇଛନ୍ତି ଏବଂ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ମୁଣ୍ଡ 5 ଜାନୁଆରିରେ ABVP ଆକ୍ରମଣକାରିଙ୍କ ଆକ୍ରମଣରେ ଆଘାତ ହୋଇ ହୋଇଛି। ସତ୍ୟତା ଜାଣିବା ପାଇଁ ତେଳେ ଦିଆ ଯାଇଥିବା ଭିଡିଓ ଦେଖନ୍ତୁ।
ଆମେ ଭିଡିଓରୁ ଆଘାତର କିଛି ଫୋଟୋ କାଢ଼ି ବିଶ୍ଲେଷଣ କରିଛୁ। ଏହି ଫୋଟୋରେ ସୁରିର ପ୍ରକୃତରେ ମୁଣ୍ଡରେ ଆଘାତ ଲାଗିଛି ଏବଂ ତାଙ୍କ ମୁଣ୍ଡ ସ୍ଟିଚ୍ ମଧ୍ୟ କରାଯାଇଥିବାର ଦେଖା ଯାଇଛି।

ଏହା ଛଡ଼ା ସୁରି 5 ଜାନୁଆରିର ଘଟଣାରେ କ୍ଷତାକ୍ତ ହେଲାପରେ AIIMSରେ ତାଙ୍କର ଚିକିତ୍ସା ହୋଇଥିଲା। ଏହାର ଏକ ରିପୋର୍ଟ ଆମକୁ India today ନ୍ୟୁଜ ପେଜରୁ ମିଳିଲା। ମେଡିକାଲ ରିପୋର୍ଟ ଅନୁସାରେ ସୁରିର ମୁଣ୍ଡ ଫାଟିଥିଲା। କିନ୍ତୁ ତାଙ୍କର ମୁଣ୍ଡରେ କୌଣସି ଭୟଙ୍କର କ୍ଷତି ହେବାର ମୋଡ଼ିକାଲ ରିପୋର୍ଟରେ ଲେଖା ଯାଇନାହିଁ ।

ଶେଷକାଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ପୋଷ୍ଟରେ SFI ଲିଡର ସୁରି 5 ଜାନୁଆରରେ ହୋଇଥିବା ଘଟଣାରେ ଆଘାତ ନହୋଇ ବ୍ୟାଣ୍ଡେଜ୍ ପିନ୍ଦି ମିଛ ଆକ୍ଟିଙ୍ଗ କରୁଥିବା ଦାବି ମିଥ୍ୟା ଅଟେ। ସୁରି 5 ଜାନୁଆରରେ ହୋଇଥିବା ଆକ୍ରମଣରେ ଆଘାତ ହୋଇଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡରେ ଆଘାତ ହୋଇଥିଲା।

Title:JNU ହିଂସା ଘଟଣାପରେ କ‘ଣ SFI ଲିଡର କ୍ଷତାକ୍ତ ହେବାର ଆକ୍ଟିଙ୍ଗ କରୁଛନ୍ତି? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False