କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

False Political

ନାଗରିକତା ସଂଶୋଧନ ଆଇନକୁ ନେଇ ଅନେକ ପୋଷ୍ଟ ଓ ଭିଡିଓ ସୋସିଆଲ ମିଡିଆରେ ଏବେ ସୁଧା ଭାଇରାଲ ହେଉଛି। ହେଲେ ତା ମଧ୍ୟରୁ କେତେଟି ସତ ତ କେତୋଟି ମିଥ୍ୟା। କିଛି ଦିନ ପୂର୍ବରୁ ୨ ଜାନୁଆରୀ ରେ ନାଗରିକତା ଆଇନକୁ ନେଇ ଗୋଟିଏ ପୋଷ୍ଟ ଫେସବୁକର ବିଜେପି ଓଡ଼ିଶା ନାମ ପେଜରେ ଭାଇରାଲ ହେଇଅଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ନାଗରିକତା ସଂଶୋଧନ ଆଇନକୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଙ୍ଗ ନିଜ ପୂର୍ଣ ସମର୍ଥନ ଦେଇଛନ୍ତି। 

fb.png

Facebook  | Archive

ଏହି ବିଷୟରେ ସ୍ସତୀ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ। 

ଆମ ଅନୁସନ୍ଧାନ:

ଏହି ପୋଷ୍ଟରେ କରା ଯାଇ ଥିବା ଦାବି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଗୁଗୁଲରେ ଯାଇ “ମନମୋହନ ସିଙ୍ଗ ଏଗେଂଷ୍ଟ ସିଏଏ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମେ ଏହି ପୋଷ୍ଟ ଜଡିତ କିଛି ସତ୍ୟର ସାମନାକୁ ଆସିଲୁ। 

୨୩ ଡିସେମ୍ବର ୨୦୧୯ ରେ ଇଣ୍ଡିଆ ଟି.ଭି ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ସୋମବାର ଦିନ କଂଗ୍ରେସ ପାର୍ଟି ସିଏଏ ଓ ଏନ.ଆର।ସି ବିରୁଦ୍ଧରେ ଦିଲ୍ଲୀର ରାଜଘାଟରେ ଧାରଣାରେ ବସିଥିଲା। ଏହି ଧାରଣାରେ ପାର୍ଟିର ଅନେକ ମୁଖ୍ୟ ଲେଥା ନିଜ ଯୋଗଦାନ ଦେଇ ଥିଲେ। ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ, ପ୍ରିୟଙ୍କା ଗାନ୍ଧୀ ଭାଦ୍ରା, ଗୁଲାମ ନବି ଆଜାଦ, କମଳ ନାଥ, ଏ.କେ.ଏଣ୍ଟୋନୀ, ଏହମଦ ପଟେଲ ଓ ଆନନ୍ଦ ଶର୍ମା ରାଜଘାଟରେ ସିଏଏ କୁ ବିରୋଦ୍ଧ କରିବା ପାଇଁ ଆସି ଥିଲେ। ଏହି ଧାରଣାରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ମନମୋହନ ସିଙ୍ଗ ସମ୍ବିଧାନର ଉଧେସିକା ପଡିଥିଲେ। 

ଏହା ପରେ ରାହୁଲ ଗାନ୍ଧୀ କହି ଥିଲେ, “ନରେନ୍ଦ୍ର ମୋଦିଜି, ଯେତେବେଳେ ଆପଣ ଚତ୍ର ମାନଙ୍କୁ ଗୁଳି ଚାଳନା କରୁଛନ୍ତି ଓ ଯେତେବେଳେ ତାଙ୍କ ଉପରେ ଲାଠି ଚାର୍ଜ କରୁଛନ୍ତି ଓ ଯେତେବେଳେ ଆପଣ ପତ୍ରକାର ମାନଙ୍କୁ ଧମକ ଦେଉଛନ୍ତି, ସେତେବେଳେ ଆପଣ ଦେଶର ଆବାଜ ଦବାଇବା ପାଇଁ ଚେଷ୍ଟା କରୁଛନ୍ତି। 

india tv.png

India TV  | Archive

୨୩ ଡିସେମ୍ବର ୨୦୧୯ ରେ ଦି ହିନ୍ଦୁ ପତ୍ରିକାରେ ମଧ୍ୟ ଏହି ବିଷୟରେ ଲେଖା ଯାଇଅଛି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ କଂଗ୍ରେସ ପାର୍ଟିର ମୁଖ୍ୟ ନେତା ମାନଙ୍କ ଦଳ ସତ୍ୟାଗ୍ରହ ରେ ନିଜ ଯୋଗଦାନ ଦେଇଛନ୍ତି। ମନମୋହନ ସିଙ୍ଗ, ରାହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଗାନ୍ଧୀ ଭାଦ୍ରା ମଧ୍ୟ ଯୋଗ ଦେଇଛନ୍ତି। ଏହି ସତ୍ୟାଗ୍ରହ ସିଏଏ ବିରୁଦ୍ଧରେ ଦେଶର ଏକତା ପାଇଁ ଆୟୋଜିତ କରା ଯାଇଥିଲା। ଏହା ୫ ଘଣ୍ଟା ତକ ଚାଲି ଥିଲା। ସୋନିଆ ଗାନ୍ଧୀଙ୍କ ନେତୃତରେ ଏହି ସତ୍ୟାଗ୍ରହ ଦେଶବାସୀଙ୍କ ମୌଳିକ ଅଧିକାର ଓ ଶମ୍ବୁଧାନର ମୂଲ୍ୟ କୁ ସାମନା କୁ ଆଣି ଥିଲେ। 

the hindu.png

The Hindu  | Archive

ଏହା ପରେ ଆମେ ଯୂଟ୍ୟୁବରେ ଯାଇ “ମନମୋହନ ସିଙ୍ଗ ଏଗେଂଷ୍ଟ ସିଏଏ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମେ ଡିସେମ୍ବର ମାସରେ ଦିଲ୍ଲୀରେ ଆୟୋଜିତ ହେଇ ଥିବା ସ୍ସତ୍ୟାଗ୍ରହ ଭିଡିଓ ପାଇଲୁ ଯେଉଁଥିରେ ମନମୋହନ ସିଙ୍ଗ ସିଏଏ ବିରୁଦ୍ଧରେ ପ୍ରେଅମ୍ବଲେ ପଢୁଥିଲେ। ଏହି ଭିଡିଓଟି ୨୩ ଡିସେମ୍ବରରେ ଇଣ୍ଡିଆ ଟୁଡେ ଛେନାଲରେ ପ୍ରକାଶିତ କରା ଯାଇଥିଲା। 

ଆମେ ଏହି ପୋଷ୍ଟରେ ଛପି ଥିବା ଫୋଟୋ ବିଷୟରେ ସତ୍ୟ ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ଆମେ ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ୨୬ ସେପ୍ଟେମ୍ବର ୨୦୧୭ ମସିହାରେ ଏନ.ଡି.ଟି.ଭି ପତ୍ରିକାରେ ଗୋଟିଏ ଅନୁଛେଦରେ ଏହି ଫୋଟୋ ଟି ପାଇଲୁ। ଏହି ଫୋଟୋ ସହିତ ଅନୁଛେଦରେ ଏହା ଲେଜଖା ଯାଇଅଛି ଯେ ମୋଦିଜି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗଙ୍କ ୮୫ ଜନ୍ମଦିନରେ ତାଙ୍କୁ ଶୁଭକାମନା ଜଣାଇଛନ୍ତି। 

2017 pic.png

NDTV  | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ମନମୋହନ ସିଙ୍ଗ ସିଏଏ କୁ ନିଜ ପୂର୍ଣ ସମର୍ଥନ ଦେବା କଥା ମିଥ୍ୟା ଅଟେ। ମନମୋହନ ସିଙ୍ଗ ଅନ୍ୟ କଂଗ୍ରେସ ନେତା ମାନଙ୍କ ସହିତ ଦିଲ୍ଲୀର ରାଜଘାଟ ରେ ସିଏଏ ବିରୁଦ୍ଧରେ ଧାରଣା ଦେଇଛନ୍ତି ଏବଂ ସେହି ଧାରଣାରେ ସିଏଏ ଓ ଏନ.ଆର.ସି ବିରୁଦ୍ଧରେ ସମ୍ବିଧାନର ଉଧେସିକା ପଢିଛନ୍ତି। 

Avatar

Title: କ’ଣ ନାଗରିକତା ସଂଶୋଧନ ଆଇନକୁ ନିଜ ପୁରା ସମର୍ଥନ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଙ୍ଗ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False