
3 ଜାନୁଆରିରେ Satya Sagar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଇମର ଏକ ଫୋଟୋ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦୁନିଆର ପ୍ରଷିଦ୍ଧ ପତ୍ରିକା ଟାଇମର କଭର ପେଜରେ ମୋଦି ଏଭଂ ମିଡିଆର ଏକ କାର୍ଟୁନ୍ ବନାଯାଇ ନରେନ୍ଦ୍ର ମୋଦିଙ୍କର ବିଶ୍ୱରେ କିପରି ଛବି ଅଛି ଗଣମାଧ୍ୟମ ସହ ତହା ଦର୍ଶା ଯାଇଛି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସ୍ତନ୍ୟପାନ କରାଉଥିବାର କାର୍ଟୁନ୍ ବନା ଯାଇଛି।


ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଅନୁସନ୍ଧାନ କରିଲୁ। ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଗୁଗୁଲରେ ଏହାକୁ ନେଇ ସର୍ଚ କରିଲୁ। ଗୁଗୁଲରେ ଏହି ଫୋଟୋକୁ ପାଇବା ପାଇଁ କିଛି ଶବ୍ଦ ବ୍ୟବହାର କରି ଗୁଗୁଲରେ ଫୋଟୋକୁ ଖୋଜିବା ପାଇଁ ସର୍ଚ କରିଲୁ। ପରେ ଆମେ ଫୋଟୋକୁ ଗୁଗୁଲରେ ରିଭର୍ସ ଇମେଜ କଲେପାରେ ଆମକୁ ଫୋଟୋର ଏକ ଲିଙ୍କ୍ ମିଳିଲା। 14 ମଇ 2012 ରେ Los Angeles Time ନାମକ ଏକ ନିୟୁଜ ପେଜରେ ପ୍ରକାଶିତ ହୋଇଥିବା ଏକ ଅନୁଚ୍ଛେଦ ପାଇଲୁ। ଅନୁଚ୍ଛେଦରେ ମୁଖ୍ୟ ରୂପରେ ରିପବ୍ଲିକ ପାର୍ଟି ଅଫ ୟୁନାଇଟେଡ ସ୍ଟେଟସ 2012ରେ ହୋଇଥିବ ନିର୍ବାଚନ ସମୟରେ ପଇସା ପାଇଁ ଗୋଷ୍ଠି ବା ନିଗମର ବ୍ୟବହାର କରିବା କଥା ଲେଖା ଯାଇଛି। ଏହି ଅନୁଚ୍ଛେଦର ହେଟ ଲାଇନରେ ଲେଖା ଯାଇଛି ଯେ, Republic party suckles at the breast of big Business .

ଏଠାରେ ଲିଙ୍କ ଦେଖନ୍ତୁ- Angeles Time । Archive
ଆମେ ଭାଇରାଲ ଫୋଟୋ ଏବଂ ଆମକୁ ମିଳିଥିବା ଫୋଟୋକୁ ବିଶ୍ଳେଷଣ କରିଲୁ। ପ୍ରଥମ ଫୋଟୋରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋଟୋ ଲଗାଯାଇଛି। ଯାହାକି ଏଡିଟ କରିଥିବାର ଦେଖା ଯାଉଛି। ଦ୍ୱିତିୟ ଫୋଟୋରେ ଏକ ମହିଳାର ଫୋଟୋ ଅଛି ଯଉଟାକି ପ୍ରକୃତ ଫୋଟୋ ଅଟେ। ଭାଇରାଲ ଫୋଟୋରେ ଥିବା ଛୁଆ ପଛରେ ମିଡିଆ ଲେଖା ଯାଇଛି। କିନ୍ତୁ ଆଣକୁ ମିଳିଥିବା ପ୍ରକୃତ ଫୋଟୋରେ ଥିବା ଛୁଆର ପଛରେ GOP congress ଲେଖା ଯାଇଛି।

ଏଥିରୁ ଜଣାଗଲା ଯେ, ଭାଇରାଲ ଫୋଟୋ ମିଥ୍ୟା ଅଟେ।
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଟାଇମରେ ନରେନ୍ଦ୍ର ମୋଦିର ମିଡିଆକୁ ସ୍ତନ୍ୟପାନ କରାଉଥିବା ଫୋଟୋ ମିଥ୍ୟା ଅଟେ। ଏହାର ପ୍ରକୃତ ଫୋଟୋରେ ଏକ ମହିଳାର ଫୋଟୋ ଅଛି ଏବଂ ସ୍ତନ୍ୟପାନ କୁଥିବା ଛୁଆର ପଛରେ GOP congress ଲେଖା ଯାଇଛି।

Title:କ’ଣ ଟାଇମ ନରେନ୍ଦ୍ର ମୋଦି ମିଡିଆକୁ ସ୍ତନ୍ୟପାନ କରଉଥିବାର କାର୍ଟୁନ ବାନାଇଥିଲା? ଜାଣନ୍ତୁ ସତ୍ୟତା।
Fact Check By: Saritadevi SamalResult: False