ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

False Social

ଦିପାବଳୀରେ କେନ୍ଦ୍ର ଏବଂ ରାଜ୍ୟ ସରକାର ବାଣ ଫୁଟାଇବା ପାଇଁ ମନା କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗି ଆଦିତ୍ୟନାଥଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଧୁରି ବୁଲୁଛି। ଏହି ପୋଷ୍ଟକୁ ଦିପାବଳି ପରଦୀନଠାରୁ ସେୟାର କରାଯାଉଛି। ଭିଡିଓରେ ଯୋଗୀ ଆଦିତ୍ୟନାଥ ଏକ କୁମ୍ପି ବାଣ ଫୁଟାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦିପାବଳୀରେ ପ୍ରଦୁଷଣ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଉଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

17 ନଭେମ୍ବରରେ Sangram Babu ନାମକ ଜଣେ ଫେସବୁକ ୟୁଜର   ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ସୋୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦେଶରେ ବାଣ ଫୁଟାରେ ପ୍ରତିବନ୍ଧ ଲଗାଇ ନିଜେ ବାଣ ଫୁଟାଉଛନ୍ତି। ଯୋଗୀ ଆଦିତ୍ୟନାଥ ଦିପାବଳିରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, ପ୍ରଦୂଷଣ ପାଇଁ ସମସ୍ତଙ୍କୁ ବାଣ ଫୁଟାଇବାକୁ ବନ୍ଦ କରାଗଲା। ୟୁପି ର ମୂଖ୍ଯ ମନ୍ତ୍ରୀ ବାଣ ଫୁଟାଉଛନ୍ତି। ଏମାନଙ୍କ ପାଇଁ ନୀଳା ଆମେ କଲେ କୀଳା କାହିଁକି ଏମିତି ହୀନ ରାଜନିତୀ କରନ୍ତି ବିଜେପି ବାଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 37ଥର ସେୟାର କରାଯିବା ସହ ପୋଷ୍ଟକୁ 400ରୁ ଅଧିକ ଲୋକ ଦେଖି ସାରିଛନ୍ତି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାପେ ଲିଙ୍କ ଦେଖନ୍ତୁ- FacebookArchive

ତେବେ କଣ ଲୋକଙ୍କୁ ବାଣ ଫୁଟାଇବାକୁ ମନାକରି ବାଜେପି ନେତା ଯୋଗୀ ଆଦିତ୍ୟନାଥ ଦୀପାବଳୀରେ ବାଣ ଫୁଟାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡକରି ଫଟୋରେ ଭାଙ୍ଗିଲୁ। ପରେ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚର ଆମକୁ ଭାଇରାଲ ଭିଡିଓର କିଛି ଲିଙ୍କ ମିଳିଲା ନାହିଁ। ପରେ ଆମେ ଗୁଗୁଲରେ UP CM Yogi Adityanath  firecrackers ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ANI UP ଟ୍ୱିଟର ଆକାଉଣ୍ଟରେ ଭାଇରାଲ ଭିଡିଓ ମିଳିଲା। ଯାହାକି 4 ଅଗଷ୍ଟ 2020ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ରାମ ଭୂମିପୂଜନ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଲକ୍ଷ୍ନୌରେ ଥିବା ସରକାରୀ ବାସଭବନରେ କୁମ୍ପିବାଣ ଲଗାଇ ଆଲୋକିତ କରିଥଲେ। ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଭିଡିଓ ପୁରୁଣା ଅଟେ। ଏହି ଖବର Times now news ପେଜରେ ମଧ୍ୟ ଦେଖିପାରିବେ। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ Archive ଲିଙ୍କ ଦେଖନ୍ତୁ। 

ଏହା ଛଡ଼ା ଭାଇରାଲ ଭିଡିଓ ଆମକୁ TV9 NOW  ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ପ୍ରକାଶିତ ହୋଇଥିବାର ମିଳିଲା।  4 ଅଗଷ୍ଟ 2020ରେ ପ୍ରକାଶିତ ହୋଇଥିବା ଖବରରେ ଲେଖାଯାଇଛି ଯେ, UP CM Yogi Adityanath celebrates ‘deepotsav’, lights firecrackers ahead of the event(ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଦୀପୋତ୍ସଭ୍ପାଳନ କଲେ, ଭୂମି ପୂଜନ ପୂର୍ବରୁ ବାଣ ଫୁଟାଇ ଆଲେକିତ କଲେ) । ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ତେହେ ଉତ୍ତର ପ୍ରଦେଶରେ ଯେଗୀ ଆଦିତ୍ୟନାଥ ବାଣ ଫୁଟାଇବା ପାଇଁ ଅନୁମତି ଦେଇଥିଲେ କି? 10 ନଭେମ୍ବରରେ  indiatvnewsରେ ପ୍ରକାଶିତ ହୋଇଥିବା  ଖବର ଅନୁସାରେ ଯୋଗୀ ଆଦିତ୍ୟନାଥ ସରକାର ବାୟୁ ପ୍ରଦୂଷଣକୁ ଯାଞ୍ଚ କରିବା ପାଇଁ 30 ନଭେମ୍ବର 2020 ପର୍ଯ୍ୟନ୍ତ କିଛି ଜିଲ୍ଲାରେ ଆତସବାଜି ବିକ୍ରୟ ତଥା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indiatvnewsArchive

ଶେଷକଥା-

ଆମ ଅନୁସନ୍ଧାନରୁ ପାଇଲୁ ଯେ, ଯୋଗୀ ଆଦିତ୍ୟନାଥ ବାଣ ଫଟାଉଥିବା ଭିଡିଓ ରାମ ମନ୍ଦିର ଭୂମି ପୂଜନର ଅଟେ। ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

Avatar

Title:ଯୋଗୀ ଆଦିତ୍ୟନାଥଙ୍କ ରାମ ମନ୍ଦିର ଭୂମି ପୂଜନ ସମୟର ଭିଡିଓକୁ ବିଭ୍ରାନ୍ତକର ଦାବିରେ ଭାଇରାଲ କରାଯାଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *