
ସୋସିଆଲ ମିଡ଼ିଆରେ ଅନେକ ଆଶ୍ଟର୍ଯ୍ୟଜନକ ଘଟଣା ଭାଇରାଲ ହୋଇଥାଏ। ଯାହା କେତେ ଦୁର ସତ ତାହା ଜାଣିବା ପାଇଁ କେହି ଅନୁସନ୍ଧାନ କରନ୍ତି ନାହିଁ। ଏକ ଆଶ୍ଟର୍ଯ୍ୟଜନକ ଖବର ଆମ ସାମ୍ନାକୁ ଆସିଲା। 5 ଜୁନରେ Odia news 24 ପେଜରେ ଏପରି ଏକ ଖବର ଦେଖିବାକୁ ମିଳିଛି। ଯେଉଁଥିରେ ଦାବି କରାଯାଇଛି ଯେ, ହରିୟାଣାର ଯମୁନା ନଗରରେ ଏକ ମୃତ ଶିଶୁକୁ ପ୍ଲାଷ୍ଟିକ ବ୍ୟାଗରେ ଅନ୍ତିମ ସଂସ୍କାର କରିବା ପାଇଁ ନେଉଥିବା ସମୟରେ ଶିଶୁ ଜିବିତ ଥିଲା ଏବଂ ପ୍ଲାଷ୍ଟିକ ପଲିଥିନ ଭିତରେ ଶିଶୁ ହସୁଥିବାର ଦେଖା ଗଲା। ଏହା ଦେଖି ସ୍ଥାନିୟ ଲୋକ ଅନେକ ଆଶ୍ଟର୍ଯ୍ୟ ହୋଇଥିଲେ।
ପୋଷ୍ଟରେ ଲେଖା ଯାଇଛି ଯେ, ହରିୟାଣା ର ଯମୁନା ନଗର ରେ ଜଣେ ମହିଳା ଏକ ସନ୍ତାନ କୁ ଜନ୍ମ ଦେଇଥାନ୍ତି ସେତେବେଳେ ଡାକ୍ତର ପିଲାଟି କୁ ମୃତ ଘୋଷଣା କରିଥାନ୍ତି I ଏବଂ ହିନ୍ଦୁ ଧର୍ମ ପରମ୍ପରା ଅନୁସାରେ ପିଲାଟି ର ଅନ୍ତିମ ସଂସ୍କାର ର ଆୟୋଜନ ଆରମ୍ଭ ହେଇଥିଲା I ପିଲାଟି ର ଅନ୍ତିମ ସଂସ୍କାର ହେଇଥାଏ ତ ପିତା ହିଁ କରିଥାନ୍ତି I ତେବେ ଶେଷ ଥର ପିତା ପିଲାଟି ର ମୁହଁ ଦେଖିବା କୁ ଇଚ୍ଛା କରିଥିଲେ I ଏବଂ ଯାହା ଦେଖିଲେ ସବୁ ଆଶ୍ଚଯ୍ୟ ହେଇଯାଇଥିଲେ Iପିଲାଟି ର ମୁହଁ ରୁ ପଲିଥିନ ହଟାଇବା ପରେ ସେ ଦେଖିଲେ ତାଙ୍କ ପିଲାଟି ହସୁଚି I ଏହା ଦେଖି ତାଙ୍କ ପିତା ବେଶ ଆଶ୍ଚଯ୍ୟ ହେବା ସହ ପିଲାଟି କୁ ଜୀବିତ ଦେଖି ଖୁସି ମଧ୍ୟ ହେଇଥିଲେ I
ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Odia news 24 । Archive
ତେବେ କଣ ହାରିୟାଣାରେ ଏକ ମୃତ ଶିଶୁକୁ ପୋଡ଼ିବା ପାଇଁ ନେଉଥିବା ସମୟରେ ଶିଶୁଟି ପଲିଥିନ ଭିତରେ ହସୁଥିଲା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋଗୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଖବରରେଥିବା ଫୋଟୋ ଅଲଗା ଅଲଗା ପେଜରେ ଦେଖିବାକୁ ମିଳିଥିଲା।
ପ୍ରଥମ ଫୋଟୋ-1
ପ୍ରଥମ ଫୋଟୋ ଆମକୁ Mailonline ପେଜରୁ ଦେଖିବାକୁ ମିଳୁଛି। ଯାହାକି 1 ମେ 2015 ରେ ପ୍ରକାଶିତ ହୋଇଛି। ଖବର ଅନୁସାରେ ଭାଇରାଲ ଫୋଟୋରେଥିବା ଶିଶୁ ଭାରତର ନୁହେଁ ବରଂ ଆମେରିକାର ଅଟେ। ପଲିଥିନ୍ ଭିତରେ ଥିବା ଏହି ଶିଶୁ 9 ମାସ ପୂର୍ବରୁ ଜନ୍ମ ହୋଇଯାଇଛି, ଅର୍ଥାତ୍ 7 ମାସରେ ଶିଶୁର ଜନ୍ମ ହୋଇଥିବାରୁ ଶିଶୁକୁ ଏକ ପଲିଥିନ୍ ବ୍ୟାଗରେ କିମ୍ବା ଫ୍ରିଜ ବ୍ୟାଗରେ ସପ୍ତାହେ ପର୍ଯ୍ୟନ୍ତ ଡାକ୍ତରଖାନାରେ ରଖା ଜାଏ।
ଅପରିପକ୍ୱ ଶିଶୁମାନେ ହାଇପୋଥର୍ମିଆରେ ସଂକ୍ରମିତ ହୋଇଥାନ୍ତି, ଏବଂ ବ୍ୟାଗଟି ଏକ ଉଷ୍ମ କମ୍ବଳ ଭାବରେ କାର୍ଯ୍ୟ କରିଥାଏ, ଯାହା ସେମାନଙ୍କର ଛୋଟ ଶରୀରକୁ ଗରମ କରିଥାଏ। ସମୟ ଆଗରୁ ଜନ୍ମ ହୋଇଥିବା ଶିଶୁମାନଙ୍କୁ ବଞ୍ଚାଇବା ପାଇଁ ଏହି ପ୍ରକ୍ରିୟା କରାଯାଇଥିାଏ। ଫୋଟୋଥିବା ଶିଶୁ ଆମେରିକାର ଏମା ବ୍ଲାକେଙ୍କ୍ ନାମକ ଜଣେ ମହିଳାଙ୍କ ଶିଶୁ ଅଟେ। ଶିଶୁ ଏବେ ସ୍ୱସ୍ଥ ଏବଂ ସୁରକ୍ଷିତ ଅଟେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ – Mailonline । Archive
ଦ୍ୱିତିୟ ଫୋଟୋ-2
ଛୋଟ ଶିଶୁକୁ ଜଣେ ବ୍ୟକ୍ତି ଧରିଥିବା ଫୋଟୋ ଆମକୁ Inshorts ପେଜରେ ପାଇଲୁ। ଯାହାକି 13 ଅଗଷ୍ଟ 2012ରେ ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଗୋରଖପୁରର ବିଆରଡି ମେଡିକାଲ କଲେଜର ଜଣେ ଡାକ୍ତର ଭାଇରାଲ ଫୋଟୋରେଥିବା ଶିଶୁର ସ୍ୱାସ୍ଥ୍ୟ ଖରାପ ହେଉଥିବା ଦେଖି ତାଙ୍କ ଏକ କର୍ମିଚାରିକୁ ନିଜ ଏଟିଏମ କାର୍ଡ ଦେଇ ଅମ୍ଳଜାନ ସିଲିଣ୍ଡର ଆଣିପା ପାଇଁ ପଠାଇଥିଲେ। ଏହା ସହ ଅନ୍ୟ କର୍ମଚାରିଙ୍କୁ ନିକଟସ୍ଥ ଡାକ୍ତରଖାନାରୁ ଅମ୍ଳଜାନ ସିଲିଣ୍ଡର ଆଣିବା ପାଇଁ ନିର୍ଦେଶ ଦେଇଥିଲେ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Inshorts । Archive
ତୃତିୟ ଫୋଟୋ-3
ତୃତିୟ ଫୋଟୋର ଲିଙ୍କ ଆମକୁ USA today ପେଜରେ ପାଇଲୁ। ଏହି ଖବର 23 ନଭେମ୍ବର 2014 ରେ ପ୍ରକାଶିତ ହୋଇଥିଲା। ଖବର ଅନୁସାରେ ଅଷ୍ଟ୍ରେଲିଆର ଏକ ଡ୍ରେନ୍ରେ ଭାଇରାଲ ଫୋଟୋରେ ଥିବା ନବଜାତ ଶିଶୁ ମିଳିଥିଲା। ଶିଶୁଟିକୁ କୌଣସି ମହିଳା ଡ୍ରେନରେ ଛାଡ଼ି ଦେଇଥିଲେ।
ନ୍ୟୁ ସାଉଥ ୱେଲ୍ସ ପୋଲିସ କହିଛି ଯେ, ପଶ୍ଚିମ ସିଡନୀ କ୍ୱାକର୍ସ ହିଲର M7 ରାଜପଥ ନିକଟରେ ବାଇକ୍ ଟ୍ରାକରେ ଯାଉଥିବା ଚାଳକମାନେ 8 ଫୁଟ ଗଭୀର ଡ୍ରେନରୁ ଏକ ଛୁଆ କାନ୍ଦୁଥିବାର ଶୁଣିଥିଲେ। ପରେ ଶିଶୁଟିକୁ ଡ୍ରେନରୁ ଉଦ୍ଦାର କରାଯାଇଥିଲା। ଭାଇରାଲ ଫୋଟୋ ଭାରତ , ହରିୟାଣାର ନୁହେଁ। ଅଧିକ ସୂଚନା ପାଇଁ ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- USA today । Archive
ଶେଷକଥା-
ଆମ ଅନୁସନ୍ଧାନ ପାଇଲୁ ଯେ, ହାରିୟାଣାରେ ଏକ ମୃତ ଶିଶୁକୁ ପୋଡ଼ିବା ପାଇଁ ନେଉଥିବା ସମୟରେ ଶିଶୁଟି ପଲିଥିନ ଭିତରେ ହସୁଥିବା ଦାବି ମିଥ୍ୟା ଅଟେ। ଭାଇରାଲ ପୋଷ୍ଟରେଥିବା ଫୋଟୋ ଅଲଗା ଅଲଗା ସମୟର ଫୋଟୋ ଅଟେ। ଏହା ଛଡ଼ା ଗୋଟେ ଫୋଟୋ ଗୋରଖପୁରର ଥିଲା ବେଳେ ଅନ୍ୟ ଦୁଇଟି ଫୋଟୋ ଆମେରିକା ଏବଂ ଅଷ୍ଟ୍ରେଲିୟାର ଅଟେ।

Title:ହରିୟାଣାରେ, ଅନ୍ତିମ ସଂସ୍କାର କରିବାକୁ ନିଆଯାଉଥିବା ଏହି ମୃତ ଶିଶୁ ପଲିଥିନ ଭିତରୁ ହସୁଥିଲା କି?
Fact Check By: Saritadevi SamalResult: False