
ସୋସିଆଲ ମିଡିଆରେ ଜାନୁଆରି 26 ପୂର୍ବରୁ ଅନେକ ଭିଡିଓ ଏବଂ ଫଟୋ ଅଲଗା ଅଲଗା ଦାବିରେ ଭାଇରାଲ ହୋଇଥିଲା। ଏଥିମଧ୍ୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ଯେଉଁଥିରେ ଟ୍ରାକ୍ଟର ଟ୍ରକ ପରେଡ ହେଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, 26 ଜାନୁଆରି ପାଇଁ କୃଷକମାନେ ଟ୍ରାକ୍ଟର ପରେଡ ପ୍ରସ୍ତୁତ କରିଛନ୍ତି। ଆମ ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ।
25 ଜାନୁଆରିରେ Litu Baisakh ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଚରେ ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, 26 ଜାନୁଆରିରେ କୃଷକ ଆନ୍ଦୋଳନକାରୀମାନେ ଟ୍ରାକ୍ଟର ପ୍ୟାରେଡ କରିବା ପାଇଁ କୃଷକ ଆନ୍ଦୋଳନକାରୀ ମାନଙ୍କର ଟ୍ରାକ୍ଟର ପ୍ରସ୍ତୁତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନକଥର ସେୟାର ଏବଂ ଲାଇକ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ଭାଇରାଲ ଭିଡିଓରେ କୃଷକମାନେ 26 ଜାନୁଆରି ପାଇଁ ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତି କରିଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। Agriland ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 22 ଡିସେମ୍ବରର 2020ରେ ପୋଷ୍ଚ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି ଯେ, Tractors of Nenagh – Christmas Fundraiser 2020. ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡିଓର କୃଷକ ଆନ୍ଦୋଳନକାରିଙ୍କ 26 ଜାନୁଆରି ପାଇଁ ପ୍ରସ୍ତୁତି ସହ କୌଣସି ସମ୍ପର୍କ ନାହିଁ। ତଳେ ଲିଙ୍କ ଦେଖନ୍ତୁ।
ଭାଇରାଲ ଭିଡିଓ 16 ଡିସେମ୍ବର 2020ରେ Delta Agribusiness ଫେସବୁକ ପେଜରେ ମଧ୍ୟ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, କ୍ରିଷ୍ଟମାସ ଟ୍ରାକ୍ଟର ପ୍ରସ୍ତୁତି। ଭାଇରାଲ ଭିଡିଓରେ କ୍ରିଷ୍ଟମାସ ପାଇଁ ପ୍ରସ୍ତୁତି କରାଯାଉଥିବାର ସ୍ପଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓରେ କୃଷକ ଆନ୍ଦୋଳନକାରୀମାନେ 26 ଜାନୁଆରି ପାଇଁ ଟ୍ରାକ୍ଟର ପ୍ୟାରେଡ ପ୍ରସ୍ତୁତି କରୁଥିବା ଦାବି ମିଥ୍ୟା ଅଟେ। ଭିଡିଓରେ 2020 କ୍ରିଷ୍ଟମାସ ପାଇଁ ପ୍ରସ୍ତୁତି ଆୟର୍ଲାଣ୍ଡର ଟ୍ରାକ୍ଟର ରାଲିର ଭିଡିଓ ଭାଇରାଲ କରାଯାଇଥିଲା।

Title:ଭାଇରାଲ ଭିଡିଓର ତାଷୀ ଆନ୍ଦୋଳନକାରି କିମ୍ବା 26 ଜାନୁଆରୀ ସହ କୌଣସି ସମ୍ପର୍କ ନାହିଁ।
Fact Check By: Saritadevi SamalResult: False