କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

Coronavirus False Social

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର ପ୍ରକାଶିତ ହେଉଛୁ। ଏଥି ମଧ୍ୟରେ Baalia Baba ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ନରେନ୍ଦ୍ର ମୋଦି ଟିଭି ଦେଖୁଥିବାର ଭିଡ଼ିଓ ଅପଲୋଡ଼ କରିଛନ୍ତି। ଭିଡ଼ିଓରେ ଦେଖା ଯାଉଛି ଯେ, ନରେନ୍ଦ୍ର ମୋଦି ରିମୋଟ ଦବାଇ ଚ୍ୟାନେଲ ବଦଳୁଛନ୍ତି ଏବଂ ଲକଡାଉନରେ କିପରି ସମସ୍ତ ଗରିବ ଶ୍ରେଣିର ଲୋକମାନେ ହଇରାଣ ହେଉଛନ୍ତି ତା ଦେଖୁଛନ୍ତି। ଭିଡ଼ିଓର ଶେଷରେ ଟିଭି ରେ ଏକ ଖବର ପ୍ରକାଶିତ ହେଉଛି ଯେଉଁଥିରେ କୁହାଯାଉଛି ଯେ, ପାକିସ୍ତାନ କୋରୋନା ଭାଇରସ ସହ ଲଢ଼ିବା ପାଇଁ ସହାଯ୍ୟ ମାଗୁଛି। ଏହାକୁ ଦେଖି ମୋଦି ଖୁସିରେ ତାଳି ମାରୁଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ନିଜ ଦେଶର ଲୋକେ କେତେ ହଇରାଣ ହେଉଛନ୍ତି ତାହା ନରେନ୍ଦ୍ର ମୋଦିଙ୍କୁ ଦେଖା ଯାଉ ନାହିଁ, କିନ୍ତୁ ପଡ଼ୋଶି ଦେଶର ଅବସ୍ଥା ଦେଖି ମୋଦି ଭିଡ଼ିଓରେ ଖୁସି ହେଉଛନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 199ଥର ସେୟାର କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।

ଏଠାରେ ପୋଷ୍ଟର Archive ଲିଙ୍କ ଦେଖନ୍ତୁ। ତେବେ କଣ ଭାଇରାଲ ଭିଡ଼ିଓରେ ନରେନ୍ଦ୍ର ମୋଦି ଟିଭିରେ ନିଜ ଦେଶର ଗରିବଙ୍କ ସ୍ଥିତି ନ ଦେଖି ପାକିସ୍ତାନ କୋରୋନା ପାଇଁ ମାଗୁଥିବା ସାହାଯ୍ୟକୁ ଦେଖି ଖୁସି ହେଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଥାନ କରିଲୁ । ଆମ ଅନୁସନ୍ଧାନ ପଢ଼ନ୍ତୁ।

ଆମ ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡ଼ିଓକୁ ଇନବିଡରେ ପକାଇ ଫୋଟୋରେ ଭାଙ୍ଗିଲୁ । ଏହା ପରେ ମିଳିଥିବା ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚରେ ଆମକୁ ଭାଇରାଲ ଭିଡ଼ିଓର କିଛି ଲିଙ୍କ ମିଳିଲା। ଭାଇରାଲ ଭିଡ଼ିଓ ଆମକୁ  ANI  ଟ୍ୱିଟର ଆକାଉଣ୍ଟରେ ମିଳିଲା। ଏହି ଭିଡ଼ିଓ 22 ଜୁଲାଇ 2019ରେ ପୋଷ୍ଟ କରାଯାଇଛି। ଭିଡ଼ିଓରେ ନରେନ୍ଦ୍ର ମୋଦି କୋରୋନା ସମ୍ପର୍କିୟ କୌଣସି ଭିଡ଼ିଓ ଦେଖୁ ନାହାନ୍ତି। ଟିଭିରେ ନରେନ୍ଦ୍ର ମୋଦି ଚନ୍ଦ୍ରଯାନ 2 ର ସିଧା ପ୍ରସାରଣ ଦେଖୁଛନ୍ତି। ତଳେ ଲିଙ୍କ ଦେଖନ୍ତୁ।

ଏହାପରେ ଆମକୁ India today ୟୁଟ୍ୟୁବ ଚ୍ୟାନେଲରେ ମଧ୍ୟ ନରେନ୍ଦ୍ର ମୋଦି ଟିଭି ଦେଖୁଥିବାର ଏକ ନ୍ୟୁଜ ମିଳିଲା। ଯେଉଁଥିରେ ସ୍ପଷ୍ଟ ରୂପରେ ଦେଖା ଯାଉଛି ଯେ, 22 ଜୁଲାଇ 2019ରେ ଚନ୍ଦ୍ରଯାନ-2 ଲଞ୍ଚ ହେବାର ସିଧା ପ୍ରସାରଣ ଦେଖୁଥିବାର ଦେଖା ଯାଉଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ନରେନ୍ଦ୍ର ପାକିସ୍ଥାନ ସରକାର କୋରୋନା ପାଇଁ ସାହାଯ୍ୟ ମାଗୁଥିବା ନେଇ ଖୁସିରେ ତାଳି ମାରୁ ନାହାନ୍ତି। ଚନ୍ଦ୍ରଯାନ-2 ଲଞ୍ଚ ହେବା ଖୁସିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳି ମାରୁଛନ୍ତି। ତଳେ ଭିଡ଼ିଓର ଲିଙ୍କ ଦେଖନ୍ତୁ।

ଶେଷକଥା-

ଆମ ଅନୁସନ୍ଧାନରେ ପାଇଲୁ ଯେ, ନରେନ୍ଦ୍ର ମୋଦି ଟିଭିରେ ପାକିସ୍ତାନ କୋରୋନା ପାଇଁ ସାହାଯ୍ୟ ମାଗୁଥିବାର ଦେଖି ଖୁସି ହୋଇ ତାଳି ମାରୁଥିବା ହେବା ଦାବିରେ ଭାଇରାଲ କରାଯାଉଥିବା ଭିଡ଼ିଓ ଜୁଲାଇ 2019ର ଅଟେ। ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭିରେ ଟନ୍ଦ୍ରଯାନ-2 ଲଞ୍ଚ ହେବାର ଦେଖି ତାଳି ମାରୁଥିଲେ।

Avatar

Title:କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *