
ଦଳକୁ ନେଇ ସୋସିଆଲ ମିଡିଆରେ ଅନେକ ଆଲୋଚନା କରାଯାଉଛି। ବିଜେପି, ବିଜେଡି ଏବଂ କାଂଗ୍ରେସ ଦଳକୁ ପସନ୍ଦ କରୁଥିବା ଲୋକମାନେ ଏହି ଆଲୋଚନା ଅଧିକ କରିଛାନ୍ତି। ସୋସିଆଲ ମିଡିଆରେ କିଛି ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ ବିଜେପି ଏବଂ ବାଜେଡି ସରକାରଙ୍କର ଅପାରଗତାକୁ ଦର୍ଶାଉଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋରେ ସ୍କୁଲ ପିଲାମାନେ ଏକ ଦଉଡି ସାହାର୍ଯ୍ୟରେ ପାର ହୋଇ ସ୍କୁଲ ଯାଉଥିବାର ଦେଖା ଯାଉଛି। Amitabh patra ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦୁଇଟି ଫୋଟୋ ଦେଇ ଲେଖା ଯାଇଛି ଯେ, ପ୍ରଥମ ଚିତ୍ର ଓଡିଶା ବିଜେଡି ଶାସନ। ଦ୍ଵିତୀୟ ଚିତ୍ର ଉତ୍ତରାଖଣ୍ଡ ବିଜେପି ଶାସନ । ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 10ଥର ସେୟାକ କରିୂା ସହ ଅନେକ କମେଣ୍ଟ ଏବଂ ଲାଇକ ମଧ୍ୟ ଆସିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Arcchive
ଏହା ପରେ ଅନ୍ୟ ଏକ ପୋଷ୍ଟ ମଧ୍ୟ କରାଯାଇଛି। ଯେଉଁଥିରେ ଲେଖାଯାଇଛି ଯେ, ବିଜେପି ଓ ବିଜେଡି ର କମ୍ପିଟିସନ ଚାଲିଛି, ଲୋକଙ୍କ ଉପରେ କିଏ କେତେ ବେଶି ଜୁଲୁମ କରି ପାରିବ । ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
କେବୁଲ ସାହାର୍ଯ୍ୟରେ ନଦୀ ପାରହୋଇ ସ୍କୁଲ ଯାଉଥଇବା ପିଲାମାନଙ୍କ ଏହି ଫୋଟୋ ଉତ୍ତରାଖଣ୍ଡ ଏବଂ ଓଡ଼ିଶାର ? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧଆନ-
ପ୍ରଥମ ଫୋଟୋ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 28 ନଭେମ୍ବର 2013ରେ trithuctructuyen ପ୍ରକାଶତ ହୋଇଥିବା ଖବରରେ ଆମକୁ ଭାଇରାଲ ଫୋଟୋ ମିଳିଲା। ଖବର ଅନୁସାରେ ଏହି ଫୋଟୋ ନେପାଳର ଅଟେ। ନେପାଳରେ ନଦୀ ପୋଲ ନଥିବାରୁ ପିଲାମାନେ ଏକ ଦଉଡ଼ି ମାଧ୍ୟମରେ ନଦୀ ପାର ହୋଇ ସ୍କୁଲ ଯାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- trithuctructuyen । Archive
ଏହି ଫୋଟୋ ଆମକୁ Journals ପେଜରେ ମଧ୍ୟ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଭାଇରାଲ ଫୋଟୋ ଲାମଜୁଙ୍ଗ ନେପଳର ଅଟେ। ଏହି ଫୋଟୋ ପେଜରେ 16 ନଭେମ୍ବର 2012ରେ ପ୍ରକାଶତ କରାଯାଇଛି। ପୋଷ୍ଟରେ ଲେଖା ଯାଇଛି (My Scholarship entry – A ‘place’ I have visited) ମୋର ସ୍କଲାରସିପ୍ ଏଣ୍ଟ୍ରି – ମୁଁ ପରିଦର୍ଶନ କରିଥିବା ଏକ ‘ସ୍ଥାନ । ଏଥିରୁ ସ୍ପଷ୍ଟ ହେଉଛି ଭାଇରାଲ ଫୋଟୋ ନେପାଳର ଅଟେ, ଉତ୍ତରାଖଣ୍ଡର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Journals । Archive
ଏହା ଛଡ଼ା 2minutefacts ପଜ ଅନୁସାରେ ସାରା ବିଶ୍ୱରେ ସ୍କୁଲ ପିଲାମାନଙ୍କ ପାଇଁ ଶ୍ରେଷ୍ଠ ୧୦ଟି ବିପଦପୂର୍ଣ୍ଣ ମାର୍ଗ ପ୍ରତିଦିନ ନେବାକୁ ପଡୁଥିବା ମାର୍ଗ ମଧ୍ୟରେ ନେପାଳର ଏହି ରାସ୍ତା 5ମ ସ୍ଥାନରେ ଆସୁଛି। ପେଜରେ ଲେଖା ଯାଇଥିବା ଖବର ଅନୁସାରେ ନେପାଳ ହୁଏତ ଅନେକ ପର୍ଯ୍ୟଟକଙ୍କ ପାଇଁ ଏକ ଭଲ ସ୍ଥାନ ହୋଇପାରେ, କିନ୍ତୁ ଦୁର୍ଗମ ଅଞ୍ଚଳର ସ୍ଥାନୀୟ ଲୋକଙ୍କ ପାଇଁ ନଦୀ ପାରକରିବା ନିତି ଦୀନର ବିପଦ ଅଟେ। ନେପାଳର ବେନିଘାଟ ଜିଲ୍ଲାରେ ପିଲାମାନଙ୍କୁ ଏହି ପାର୍ଶ୍ୱରେ ଥିବା ବିଦ୍ୟାଳୟରେ ପହଞ୍ଚିବା ପାଇଁ ଏହି କେବୁଲ ରୋପୱେ ବ୍ୟବହାର କରିବାକୁ ପଡିଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- 2minutefacts । Archive
ଦ୍ୱିତିୟ ଫୋଟୋ-
ଏହା ପରେ ଆମେ ଭାଇରାଲ ହେଉଥିବା ଦ୍ୱିଟିୟ ଫୋଟୋକୁ ମଧ୍ୟ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 1 ଅକ୍ଟୋବର 2015ରେ Thehindu ପେଜରେ ପ୍ରକାଶତ ହୋଇଥିବା ଖବର ଅନୁସାରେ ଭାଇରାଲ ଫୋଟୋ ଓଡ଼ିଶାର ଅଟେ। କନ୍ଧମାଳ ଜିଲ୍ଲା ଦାରିଙ୍ଗହାଡ଼ି ଅଞ୍ଚଳର ଅଟେ। ଅଝିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ପୋଷ୍ଟର ଲିଙ୍କ ଦେଖନ୍ତୁ- Thehindu । Archive
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ଦଉଡି ସାହାର୍ଯ୍ୟରେ ନଦୀପାର ହୋଇ ସ୍କୁଲ ଯାଉଥିବା ଦାବିରେ ଭାଇରାଲ ହେଉଥିବା ପ୍ରଥମ ଫୋଟୋ ଉତ୍ତରାଖଣ୍ଡର ନୁହେଁ ବରଂ ନେପଳର ଅଟେ। ଦ୍ୱିତିୟ ଫୋଟୋ ଓଡ଼ିଶା କନ୍ଧମାଳ ଜିଲ୍ଲାର ଅଟେ।

Title:କେବୁଲ ସାହାର୍ଯ୍ୟରେ ନଦୀ ପାର ହେଉଥିବା ସ୍କୁଲ ପିଲାଙ୍କ ଫୋଟୋ ଉତ୍ତରାଖଣ୍ଡର ନୁହେଁ ନେପାଳର ।
Fact Check By: Saritadevi SamalResult: False