କ’ଣ ନେଓକୋଭ୍ କୋଭିଡ-୧୯ ବିସ୍ତାର କରୁଥିବା କରୋନା ଭାଇରସର ଏକ ଘାତକ ନୂତନ ଭାରିଏଣ୍ଟ? ଜାଣନ୍ତୁ ପୁରା ତଥ୍ୟ।

Coronavirus Explainer

ଚୀନର ଗବେଷକ ମାନେ କହିଛନ୍ତି ଯେ ସେମାନେ ଏକ ପ୍ରକାରର ନୂତନ କରୋନା ଭାଇରସ ପାଇଛନ୍ତି ଯାହା ଦକ୍ଷିଣ ଆଫ୍ରିକାର ବାଦୁଡି ମାନଙ୍କ ମଧ୍ୟର ବ୍ୟାପୀ ଥାଏ। ଏହି ଭାଇରସର ନାମ ହେଉଛି ନେଓକୋଭ୍। ସେମାନଙ୍କର ଅନୁସନ୍ଧାନର ଫଳାଫଳ ଦେଖି କିଛି ଗଣମାଧ୍ୟମରେ ନେଓକୋଭ୍ କୁ କୋଭିଡ-୧୯ ରୋଗ ସୃଷ୍ଟି ଏବନ କରୋନା ଭାଇରସର ନୂତନ ମାରାତ୍ମକ ପ୍ରକାର ଭାବରେ ଉଲ୍ଲେଖ କରା ଯାଇଛି। ଗଣମାଧ୍ୟମରେ ଏହି ପରି ଦର୍ଶାଅ ଯାଇଛି ଯେ ଓମିକ୍ରନ୍ ଲହର ଶେଷ ହେବା ପରେ ନେଓକୋଭ୍ ପରବର୍ତ୍ତୀ ବିପଦ ହେବାକୁ ଯାଉଛି। ଏହି ନୂତନ ଭାରିଏଣ୍ଟ ଏତେ ମାରାତ୍ମକ ଯେ ପ୍ରତ୍ୟେକ ତିନୋଟି ଲୋକଙ୍କ ମଧ୍ୟରୁ ଗୋଟିଏ ଲୋକର ମୃତ୍ୟୁ ହେବ ବୋଲି ମଧ୍ୟ ଦାବି କରା ଯାଇଛି। 

Facebook | Archive

ବର୍ତ୍ତମାନ ସବୁ ଠାରୁ ବଡ ପ୍ରଶ୍ନ ହେଉଛି କ’ଣ ନେଓକୋଭ୍ ଏକ ମାରାତ୍ମକ ଭାରିଏଣ୍ଟ ଅଟେ ଯାହା କୋଭିଡ-୧୯ ରୋଗ ସୃଷ୍ଟି କରେ?

ଏହି ପ୍ରଶ୍ନର ଉତ୍ତର ଜଟିଳ ଅଟେ। 

ପ୍ରଥମେ ଆସନ୍ତୁ ଜାଣିବା ନେଓକୋଭ୍ କ’ଣ?

ଅଧ୍ୟୟନର କିଛି ତଥ୍ୟ:

ଚାଇନିଜ୍ ଏକାଡେମି ଅଫ୍ ସାଇନ୍ସ ଏବଂ ୱୁହାନ୍ ବିଶ୍ୱବିଦ୍ୟାଳୟର ଗବେଷକ ମାନେ ଏକ ଅଧ୍ୟୟନ ପ୍ରକାଶ କରିଛନ୍ତି ଯାହାକି ନେଓକୋଭ୍ ନାମକ ଏକ କରୋନା ଭାଇରସ ବିଷୟରେ ଦର୍ଶାଇଛି। ଦକ୍ଷିଣ ଆଫ୍ରିକାର ବାଦୁଡି ମଧ୍ୟରେ ସେମାନେ ଏହି ନୂତନ ଭାରିଏଣ୍ଟ ଦେଖିବାକୁ ପାଇଛନ୍ତି। ୨୫ ଜାନୁଆରୀ ୨୦୨୨ ରେ ଏହି ଅଧ୍ୟୟନ BioRxiv ନାମକ ୱେବସାଇଟରେ ପ୍ରକାଶିତ ହେଇଛି। ଏହି ଅଧ୍ୟୟନର ସମୀକ୍ଷା ସଂପୂର୍ଣ୍ଣ ହେଇ ନାହିଁ।

ନେଓକୋଭ୍ କ’ଣ?

ନେଓକୋଭ୍ ଏକ ଭୁଲ ତ୍ରୁଟିପୂର୍ଣ୍ଣ କାରଣ ଏହା ଏପର୍ଯ୍ୟନ୍ତ SARs-CoV-2 ର ଏକ ପ୍ରକାର ଭାବରେ ପ୍ରମାଣିତ ହୋଇନାହିଁ ବୋଲି ଟାଇମ୍ସ ଅଫ୍ ଇଣ୍ଡିଆ ଏକ ରିପୋର୍ଟରେ କହିଛି। ନେଓକୋଭ୍ ମିଡିଲଇଷ୍ଟ ରେସ୍ପିରାଟୋରି ସିଣ୍ଡ୍ରୋମ (MERS) ସହିତ ଘନିଷ୍ଟ ଭାବରେ ଜଡିତ। MERS ହେଉଛି ଏକ ଭାଇରାଲ ରୋଗ ଯାହା ପ୍ରଥମେ ସାଉଦୀ ଆରବରେ 20123 ମସିହାରେ ଚିହ୍ନଟ ହୋଇଥିଲା। 

କୋହିଡ-୧୯ ଏବଂ MERS ମଧ୍ୟରେ ତୁଳନା: 

କରୋନ ଭାରସ କିମ୍ବା କୋଭିଡ-୧୯, ଯାହା ଦ୍ଵାରା ଆମେ ବର୍ତ୍ତମାନ ରୋଗ ସହୁଛୁ SARs-CoV-2 ଜୀବାଣୁ ଦ୍ଵାରା ସଂକ୍ରମିତ ହୁଏ। କିନ୍ତୁ ପ୍ରିଣ୍ଟ ୱେବସାଇଟ ଅନୁଯାୟୀ ନେଓକୋଭ୍ ଜେନେଟିକ୍ ଭାବରେ MERS-CoV ଜୀବାଣୁ ସହିତ ୮୫ ପ୍ରତିଶତ ସମାନ।  

ନିମ୍ନ ପ୍ରକାରର କରୋନା ଭାଇରସ ଅଛି ଯାହା ଲୋକଙ୍କୁ ସଂକ୍ରମିତ କରି ପାରେ: 

  • MERS-CoV (ଏକ ପ୍ରକାରର କରୋନା ଭାଇରସ ଯାହା ମିଡିଲଇଷ୍ଟ ରେସ୍ପିରାଟୋରି ସିଣ୍ଡ୍ରୋମ MERSସୃଷ୍ଟି କରି ଥାଏ।)
  • SARS-CoV (ଏକ ପ୍ରକାରର କରୋନା ଭାଇରସ ଯାହା ଭୟଙ୍କର ଶ୍ଵାସ ରୋଗ SARS ସୃଷ୍ଟି କରି ଥାଏ।)
  • SARS-CoV-2 (ଏହା ନୂତନ କରୋନା ଭାଇରସ ଯାହା କୋଭିଡ-୧୯ ରୋଗ ସୃଷ୍ଟି କରେ।)

ସେଥିପାଇଁ ନେଓକୋଭ୍ କୁ ଓମିକ୍ରନ୍ ପରି ଏକ ନୂତନ ଭାରିଆଣ୍ଟ କହିବା ସଠିକ ହେବ ନାହିଁ।

ନେଓକୋଭ୍ ଭାଇରିଆଣ୍ଟ କେତେ ଭୟଙ୍କର?

ନେଓକୋଭ୍ ଦ୍ଵାରା କୌଣସି ମଣିଷ ରୋଗୀ ହେଇଥିବାର ମାମଲା ସାମନାକୁ ଆସି ନାହିଁ। ଗବେଷକ ମାନେ କହିଛନ୍ତି ଯେ, “ଆମର ଅଧ୍ୟୟନ MERS ସମ୍ବନ୍ଧୀୟ ଜୀବାଣୁରେ ACE2 ବ୍ୟବହାରର ପ୍ରଥମ ମାମଲା ପ୍ରଦର୍ଶନ କରେ। ଏହି ଅଧ୍ୟୟନରେ ACE2 ବ୍ୟବହାରରୁ ମଣିଷ ଜୀବନ ପ୍ରତି ବିପଦ ଏବଂ ଅନ୍ୟାନ୍ୟ ବିପଦକୁ ଆଲୋକିତ କରା ଯାଇଛି।”

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପ୍ରତିକ୍ରିୟା:

ନେଓକୋଭ୍ ର ଚିହ୍ନଟ ବିଷୟରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅବଗତ ଅଛି। WHO କହିଛି ଯେ ଏହି ଜୀବାଣୁ ମଣିଷ ପାଇଁ ବିପଦ ସୃଷ୍ଟି କରୁଛି କି ନାହିଁ ତାହା ଜାଣିବା ପାଇଁ ଅଧିକ ଅଧ୍ୟୟନ କରିବା ଆବଶ୍ୟକ। ଏନଡିଟିଭି ୱେବସାଇଟରେ କୁହା ଯାଇଛି ଯେ WHO ଅଧିକାରୀ ମାନଙ୍କ କହିବା ଅନୁଯାୟୀ “ଅଧ୍ୟୟନରେ ଚିହ୍ନଟ ହୋଇଥବା ଜୀବାଣୁ ମଣିଷପାଇଁ ବିପଦ ସୃଷ୍ଟି କରିବ କି ନାହିଁ ତାହା ଉପରେ ଅଧିକ ଅଧ୍ୟୟନ ଆବଶ୍ୟକ ହେବ। କରୋନା ଭାଇରସ ପ୍ରାୟତ ପଶୁ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ ଯେଉଁଥିରେ ବାଦୁଡି ମଧ୍ୟ ରହି ଥାଏ ଯାହା ଜୀବାଣୁ ମାନଙ୍କ ଏକ ପ୍ରକୃତିକ ଭଣ୍ଡାର ଭାବରେ ପରିଚିତ।” 

ବିଭିନ୍ନ ଭାରିଏଣ୍ଟର ଅର୍ଥ କ’ଣ?

WHO ୱେବସାଇଟ ଅନୁଯାୟୀ ସମୟ ସହିତ ଲୋକଙ୍କ ମଧ୍ୟରେ ବିସ୍ତାର ଭାଇରସ ପରିବର୍ତ୍ତନ ଏବଂ ବିକଶିତ ହୋଇଥାଏ। ଯେତେବେଳେ ଏହି ପରିବର୍ତ୍ତନ ଗୁଡିକ ମୂଳ ଜୀବାଣୁ ଠାରୁ ଯଥେଷ୍ଟ ଭିନ୍ନ ହୋଇଥାଏ, ସେଗୁଡିକ ଭାରିଏଣ୍ଟ ଭାବରେ ଜଣା ଯାଏ। 

ଭାରିଏଣ୍ଟ ଗୁଡିକ ଚିହ୍ନଟ କରିବାକୁ ବୈଜ୍ଞାନିକ ମାନେ ଜୀବାଣୁର ଜେନେଟିକ୍ ମାନଚିତ୍ର କରନ୍ତି ଏବଂ ତାପରେ ସେଗୁଡିକ ମଧ୍ୟରେ ପରିବର୍ତ୍ତନ ହୋଇଛି କି ନାହିଁ ଦେଖିବା ପାଇଁ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ଖୋଜନ୍ତି।

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ନେଓକୋଭ୍ ଭାରିଏଣ୍ଟ କୋଭିଡ-୧୯ ରୋଗ ବିସ୍ତାର କରୁଥିବା SARS-CoV-2 ର ଭାରିଏଣ୍ଟ ନୁହେଁ। ଏହି ଭାରିଏଣ୍ଟ ମଣିଷ ପ୍ରତି କେତେ ବିପଦ ଆଣିବ ତାହା ନେଇ ଅଧିକ ଅନୁସନ୍ଧାନ କରିବା ଆବଶ୍ୟକ। ବର୍ତ୍ତମାନ ସ୍ଥିତିରେ ନେଓକୋଭ୍ MERS ରୋଗ ପରି ଜଣା ପଡିଛି ଏବଂ କୋଭିଡ-୧୯ ଭାରିଏଣ୍ଟ ବୁହେନ।

Avatar

Title:କ’ଣ ନେଓକୋଭ୍ କୋଭିଡ-୧୯ ବିସ୍ତାର କରୁଥିବା କରୋନା ଭାଇରସର ଏକ ଘାତକ ନୂତନ ଭାରିଏଣ୍ଟ? ଜାଣନ୍ତୁ ପୁରା ତଥ୍ୟ।

By: Siddharth Sahu 

Result: Explainer

Leave a Reply

Your email address will not be published. Required fields are marked *