
ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଚାଲିଥିବାରୁ ସୋସିଆଲ ମିଡିଆରେ ଘଟନା ନେଇ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହା ମଧ୍ୟରୁ ଅନେକ ପୋଷ୍ଟ ଏବଂ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।
ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସହରର ଧ୍ଵଂସ ହେଇଥିବା ଦୃଶ୍ୟ ଦେଖା ଯାଉଛି। ଦାବି କରା ଯାଇଛି ଯେ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।
ତେବେ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋଟି ୧୯୯୯ ଚେଚନିୟାର ଗ୍ରୋଜନି ସହରର ଯୁଧ୍ୟ ଦୃଶ୍ୟକୁ ଦର୍ଶାଉଛି।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଭାଇରାଲ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏକ ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ଏହି ଫୋଟୋର କ୍ୟାପସନ୍ ରେ ଉଲ୍ଲେଖ କରା ଯାଇଛି ଯେ “୧୯୯୯ ମସିହାରେ ରିପବ୍ଲିକ୍ ଅଫ୍ ଡାଗେସ୍ତାନ ଉପରେ ଚେଚନିୟା ଆକ୍ରମଣ କରିଥିବାରୁ ରୁଷିଆ ସୈନ୍ୟ ମାନେ ଚେଚନିୟା ଉପରେ ଆକ୍ରମଣ କରିଥିଲେ। ଉପରୋକ୍ତ ଫୋଟୋଟି ୨୦୦୨ ର ଅଟେ ଯେତେବେଳେ ରୁଷି ସୈନ୍ୟ ମାନେ ଚେଚନିୟାର ରାଜଧାନୀ ଗ୍ରୋଜନି ଠାରେ ବିଶ୍ରାମ କରୁଥିଲେ। ଏହି ସହର ପୁରାପୁରୀ ଭାବରେ ଧ୍ଵଂସ ହୋଇ ଯାଇଥିଲା।”

ଏହି ଘଟଣା ବିଷୟରେ ଅଧିକ ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ୧୬ ଡିସେମ୍ବର ୧୯୯୯ ମସିହାରେ ଦି ଗାର୍ଡିଆନ ପତ୍ରିକା ୱେବସାଇଟ ଅନୁଯାୟୀ, ଗ୍ରୋଜନିରେ ହେଇଥିବା ଯୁଧ୍ୟରେ ଚେଚନିୟା ସୈନିକ ମାନେ ରୁଷ ସୈନ୍ୟ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଯୁଧ୍ୟରେ ରୁଷକୁ ପରାଜୟର ସାମନା କରିବାକୁ ପଡିଥିଲା ଏବଂ ଗ୍ରୋଜନି ସହରରେ ଅନେକ ରୁଷି ସୈନିକ ମାନଙ୍କ ମୃତ ଶରୀର ଦେଖିବାକୁ ମିଳିଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ଜଣା ପଡିଲା ଯେ ଭାଇରାଲ ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋ ୨୦୦୨ ମସିହାର ଚେଚନିୟାର ଗ୍ରୋଜନି ସହରର ଫୋଟୋ ଅଟେ। ଏହାର ରୁଷ-ୟୁକ୍ରେନ୍ ଯୁଧ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।

Title:୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
