ଭିଡିଓରେଥିବା ପିଲା ସେହି 11 ବର୍ଷ ପିଲା ଯିଏ ଋଷ-ୟୁକ୍ରେନ ଯୁଦ୍ଧରେ ଏକୁଟିଆ ହଜାର କି.ମି ଏକୁଟିଆ ଯାତ୍ରା କରିଥିଲା ?

ଋଷ-ୟୁକ୍ରେନ ମଧ୍ୟେର ଚାଲିଥିବା ବିବାଦ ମଧ୍ୟରେ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ଏକ ପିଲାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦାବି କରାଯାଇଛି ଯେ, ଏହି ରିପୋର୍ଟଗୁଡିକ ମଧ୍ୟରେ, ୟୁକ୍ରେନ୍ର ଦୁଇ ପିଲାଙ୍କ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପିଲାମାନଙ୍କ ମଧ୍ୟରୁ ଜଣେ 11 ବର୍ଷର, ଯାହାକୁ ୟୁକ୍ରେନରୁ ସ୍ଲୋଭାକିଆକୁ ଯିବାକୁ ପଡିଥିଲା। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେଥିବା […]

Continue Reading

ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶହି ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷ-ୟୁକ୍ରେନ୍ ମଧ୍ୟରେ ଯୁଧ୍ୟ ଆରମ୍ଭ ହେବା ପରଠାରୁ ସୋସିଆଲ ମିଡିଆରେ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପ୍ରସଙ୍ଗରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଥିରେ ରାତ୍ରି ସମୟରେ କିଛି କ୍ଷେପଣାସ୍ତ୍ରରେ ଆକ୍ରମଣ କରା ଯାଉଛି। ଦାବି ଅନୁଯାୟୀ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପାଲେଷ୍ଟାଇନ-ଇଜ୍ରାଏଲ୍ ଯୁଧ୍ୟର ପୁରୁଣା ଭିଡିଓକୁ ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ […]

Continue Reading

ପାକିସ୍ତାନୀ ଛାତ୍ରମାନେ ୟୁକ୍ରେନରୁ ରକ୍ଷା ପାଇବା ପାଇଁ ଭାରତୀୟ ପତାକା ବ୍ୟବହାର କରୁଛନ୍ତି ?

ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଅନେକ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଥଇଥାନ ପାଇଁ ଭାରତ ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ଏକ ବସ୍‌ରେ ବସି ଭାରତୀୟ ଜାତୀୟ ପତାକା ଧରିଥିବାର ଦେଖାଯାଉଛନ୍ତି।  ସୋସିଆଲ ମିଡିଆରେ ଦାବି କରାଯାଉଛି ଯେ ୟୁକ୍ରେନରୁ ଖସିଯିବା ପାଇଁ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ପତାକା ଧରିଛନ୍ତି। Sharechat ପୋଷ୍ଟର […]

Continue Reading

2014ର ଭିଡିଓକୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ଭିଡିଓ ଭାଇରାଲ ଦେଉଥିବାର ଦେଖାଯାଉଛି। ଯେଉଁଥିରେ ଯୁଦ୍ଧର ଗାଡ଼ି ଏବଂ ଅନେକ ଲୋକ ଜଳି ହୋଇ ପଡ଼ିଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ରୁଷ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧର ଏହା ଦୃଶ୍ୟ ଅଟେ। ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓ ପୁରୁଣା ଏବଂ ମିଥ୍ୟା ବୋଲି ପ୍ରମାଣିତ ହେଲା।  Sharechatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଭାଇରାଲ ଭିଡିଓ ରୁଷ ଏବଂ […]

Continue Reading

ରୁଷ ସେନା ର ଘୋଷଣା- ୟୁକ୍ରେନ ରେ ଥିବା ଭାରତୀୟମାନେ ନିଜ ଘର ଓ ଗାଡ଼ିରେ ତୀରଙ୍ଗା ଲଗାନ୍ତୁ, ରୁଷ ସେନା ସେମାନଙ୍କୁ କୌଣସି କ୍ଷତି କରିବ ନାହିଁ ?

 ଋଷର ସେନା ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିସ୍ଫୋରଣ ଏବଂ ଆକ୍ରମଣର ଭିଡିଓ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେ, ଋଷର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ସର୍ଗି ଶୋଏଗୁ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନଙ୍କୁ ସେମାନଙ୍କ ଗାଡି, ଘର ଉପରେ ଭାରତୀୟ ଜାତୀୟ ପତାକା ପ୍ରଦର୍ଶନ କରିବାକୁ କହିଛନ୍ତି। ସେମାନଙ୍କୁ ଚିହ୍ନଟ କରିପାରିବ ଏବଂ ସେମାନଙ୍କର ନିରାପଦ ପାସ୍ ନିଶ୍ଚିତ […]

Continue Reading

2021ର  ଆନିମେଶନ ଭିଡିଓକୁ ୟୁକ୍ରେନ- ଋଷ ଯୁଦ୍ଧ ଦୃଶ୍ୟ ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଋଷ-ୟୁକ୍ରେନ ଯୁଦ୍ଧର ନାମରେ ଅଲଗା ଅଲଗା ଭିଡିଓ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ଲଗାତାର ଆକ୍ରମଣ ହେଉଥିବାର ଦେଖାଯାଉଛି। ଭିଡିଓରେ ଦାବି କରାଯାଉଛି ଯେ, ଏହି ଭିଡିଓ ଋଷ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାର ଅଟେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। Share chatରେ ଭାଇରାଲ ଭିଡିଓ ପୋଷ୍ଟ କରାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ଋଷ-ୟୁକ୍ରେନ ଯୁଦ୍ଧର […]

Continue Reading

2015ର ଏକ ମ୍ୟୁଜିକ୍ ଭିଡିଓ ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ ହେଉଛି।

ସୋସଲ ମିଡିଆରେ ୟୁକ୍ରେନ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ଏକ ଛୋଟ ଛୁଆର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଏହି ଛୁଆ ୟୁକ୍ରେନ ଋଷ ଯୁଦ୍ଧରେ ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। Sharechat ରେ ଭାଇରାଲ ଫଟୋ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ୟୁକ୍ରେନ ଋଷ ଯୁଦ୍ଧରେ ଛୁଆ। […]

Continue Reading

ପିଲାଟି ସୈନ୍ୟମାନଙ୍କୁ ଡରି ଲୁଚିଥିବା ପୁରୁଣା ଫଟୋକୁ ବର୍ତ୍ତମାନ ୟୁକ୍ରେନ-ଋଷ ଯୁଦ୍ଧ ସହ ଜୋଡ଼ି ଭାଇରାଲ ହେଉଛି।

ସୋସିଆଲ ମିଡିଆକେ ୟୁକ୍ରେନ ଋଷର ବିବାଦକୁ ନେଇ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ଛୁଆ ସୈନ୍ୟମାନଙ୍କୁ ଡରି କାନ୍ଥ ପଛରେ ଲୁଚିଛି। ଏହି ଭୟାବହ ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚାର ବିଷୟ ପାଲଟିଛି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 28 ଫେବୃଆରିରେ  ଜଣେ ସେୟାରଚାଟ୍ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି […]

Continue Reading

9 ବର୍ଷ ପୁରୁଣା ଭିଡିଓକୁ ରୁଷ ୟୁକ୍ରେନ ଯୁଦ୍ଧ ସହ ଜୋଡ଼ି ଭାଇରାଲ କରାଯାଉଛି।

ରୁଷିଆ ୟୁକ୍ରେନ ଉପରେ  ଆକ୍ରମଣ କରିବା ପରେ ଏହି ବିଷୟରେ ଅନେକ ଖବର ଇଣ୍ଟରନେଟରେ ଭାଇରାଲ ହେଉଛି।  ସୋସିଆଲ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରାଯାଉଛି  ଯେଉଁଥିରେ ଜଣେ ଝିଅକୁ ସୈନିକ ଉପରେ କ୍ରୋଧ ପ୍ରକାଶ କରୁଥିବା ଦେଖିପାରିବେ।  ତାଙ୍କ ସହ ଏହା କୁହାଯାଉଛି ଯେ ଝିଅଟି ୟୁକ୍ରେନ ଏବଂ ସେ ଋଷର ସୈନିକ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ହେଉଥିବା ଭିଡିଓ 9 ବର୍ଷ ପୁରୁଣା […]

Continue Reading

୧୯୯୯ ରେ ଚେଚନିୟାର ଗ୍ରୋଜନି ସହରରେର ଯୁଧ୍ୟ ଦୃଶ୍ୟକୁ ସମ୍ପ୍ରତି ସମୟରେ ରୁଷ-ୟୁକ୍ରେନ୍ ଯୁଧ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

ରୁଷିଆ-ୟୁକ୍ରେନ୍ ଯୁଧ୍ୟ ଚାଲିଥିବାରୁ ସୋସିଆଲ ମିଡିଆରେ ଘଟନା ନେଇ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି। ଫ୍ୟାକ୍ଟ କ୍ରିଷେଣ୍ଡୋ ଏହା ମଧ୍ୟରୁ ଅନେକ ପୋଷ୍ଟ ଏବଂ ଭିଡିଓକୁ ମିଥ୍ୟା ବୋଲି ପ୍ରମାଣ କରି ସାରିଛି।  ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସହରର ଧ୍ଵଂସ ହେଇଥିବା ଦୃଶ୍ୟ ଦେଖା ଯାଉଛି। ଦାବି କରା ଯାଇଛି ଯେ ଏହା ରୁଷ-ୟୁକ୍ରେନ୍ ଯୁଧ୍ୟର ଦୃଶ୍ୟ ଅଟେ।  ତେବେ, ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading