ଋଷିଆ ରେ ହେଲିକପ୍ଟର ଦୁର୍ଘଟଣାର ଏକ ପୁରୁଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

False Social

ଜୁନ୍ ୧୫ ତାରିଖରେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ନିକଟରେ ଆର୍ଯ୍ୟାନ ଆଭିଏସନ୍ ଦ୍ୱାରା ପରିଚାଳିତ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ପାଇଲଟ୍ ଏବଂ ଛଅ ଜଣ ତୀର୍ଥଯାତ୍ରୀଙ୍କ ସମେତ ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ହେଲିକପ୍ଟର ଲ୍ୟାଣ୍ଡିଂ କରିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଏକ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଭିଡିଓଟି କେଦାରନାଥ ହେଲିକପ୍ଟର ଦୁର୍ଘଟଣାର ଦୃଶ୍ୟ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୨୦୧୪ ମସିହାରେ ଋଷିଆରେ ହେଇଥିବା ଏକ ହେଲିକପ୍ଟର ଦୁର୍ଘଟଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ପୁଣି କେଦାରନାଥରେ ବିମାନ ଦୁର୍ଘଟଣାରେ ଚାଲିଗଲା ୭ ନୀରିହ ଜୀବନ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୫ ସେପ୍ଟେମ୍ବର ୨୦୧୪ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। 

ଭିଡିଓର କ୍ୟାପସନରେ ଲେଖାଯାଇଛି, “ଋଷର ଗେଲେଣ୍ଡଜିକରେ Mi-8 ହେଲିକପ୍ଟର ର ଭୟଙ୍କର ଦୁର୍ଘଟଣା (ସେପ୍ଟେମ୍ବର-୫-୨୦୧୪)।” ଏହି ଭିଡିଓରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଘଟଣାଟି ୨୦୧୪ ମସିହାରେ ଋଷର ଗେଲେଣ୍ଡଜିକରେ ଘଟିଥିଲା।

ଏହାକୁ ମନେ ରଖି, ଆମେ ଏହି ଘଟଣା ସହିତ ଜଡିତ ଗଣମାଧ୍ୟମ ରିପୋର୍ଟ ଖୋଜିଥିଲୁ। Military ୱେବସାଇଟ ଅନୁଯାୟୀ, ଭିଡିଓଟି ରୁଷରେ ଏକ ଏୟାର ଶୋ ସମୟରେ ଏକ ସାମରିକ Mi-8 Hip ୟୁଟିଲିଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦର୍ଶାଉଛି। ରୁଷୀୟ “PANH ହେଲିକପ୍ଟର” ଏୟାର କମ୍ପାନୀ (ଯାହାର ପ୍ରାୟ 30 ଟି ବିମାନ ବୈଜ୍ଞାନିକ ଏବଂ ଆକାଶ ସେବା ପ୍ରଦାନ କରେ) ର ଏହି ଚପରଟି ୨୦୧୪ ରେ ଗେଲେଣ୍ଡଜିକରେ ଗିଡ୍ରୋଭିସାଲନ୍ ର ଉଦଘାଟନୀ ପର୍ଯ୍ୟାୟରେ ଅଂଶଗ୍ରହଣ କରୁଥିଲା, ଯାହା ଏକ ଅନ୍ତର୍ଜାତୀୟ ହାଇଡ୍ରୋ ଏୟାର ଶୋ ଯେଉଁଥିରେ ୧୮୦ ରୁଷୀୟ କମ୍ପାନୀ ଏବଂ ୧୪ ବିଦେଶୀ ପ୍ରତିନିଧି ଦଳ ଯୋଗ ଦେଇଥିଲେ।

ପତାକା ବହନ କରିବା ପରେ, ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ ଜମିରେ ବାଜି ଓଲଟି ପଡିଥିଲା ଏବଂ ଦୁଇ ଖଣ୍ଡ ହୋଇ ସେଥିରେ ନିଆଁ ଲାଗିଥିଲା। 

ଏକ ଋଷିଆ ନ୍ୟୁଜ୍ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ହେଲିକପ୍ଟରରେ ତିନି ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣ, କମାଣ୍ଡର ଏବଂ ଫ୍ଲାଇଟ୍ ମେକାନିକ୍, ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ। ସହ-ପାଇଲଟ୍ ଇଗୋର ଖୋଡାକଙ୍କୁ ଆମ୍ବୁଲାନ୍ସ ଦ୍ୱାରା ଆଞ୍ଚଳିକ କ୍ଲିନିକାଲ୍ ହସ୍ପିଟାଲକୁ ପଠାଯାଇଥିଲା। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଇଥୟା ଅଟେ।  ୨୦୧୪ ମସିହାରେ ଋଷିଆରେ ହେଇଥିବା ଏକ ହେଲିକପ୍ଟର ଦୁର୍ଘଟଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

Avatar

Title:ଋଷିଆ ରେ ହେଲିକପ୍ଟର ଦୁର୍ଘଟଣାର ଏକ ପୁରୁଣା ଭିଡିଓକୁ କେଦାରନାଥର ଘଟଣା ଦାବି ସହିତ ସେୟାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *