କ’ଣ ଫୋଟୋରେ ଥିବା ଦୃଶ୍ୟ ବର୍ତ୍ତମାନ ଚାମୋଲିରେ ଘଟିଥିବା ପ୍ରଳୟ ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ଫେବ୍ରୁଆରି ୭ ତାରିଖ ସକାଳେ ନନ୍ଦାଦେବୀ ଗ୍ଲେସିୟର ଏକ ଅଂଶ ହାଙ୍ଗୀ ଯାଇଥିଲା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ଦ୍ଵାରା ଅନେକ ଜଳ ବିଦ୍ୟୁତ ଷ୍ଟେସନ, ଘର ଏବଂ ରାସ୍ତା ଧୋଇ ହେଇ ଯାଇଥିଲା। ଏହି ଗ୍ଲେସିୟର ବିସ୍ଫୋରଣ ପରେ ବର୍ତ୍ତମାନ ୨୬ଟି ମୃତ ଦେହ ଉଦ୍ଧାର କରା ଯାଇଅଛି । ୧୭୧ ଜଣ ଲୋକ ନିଖୋଜ ଅଛନ୍ତି। 

ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଅଛି। ଏହା ମଧ୍ୟରେ ଗୋଟିଏ ଫୋଟୋ ଭାଇରାଲ ହେବାକୁ ଲାଗିଛି ଯେଉଁଥିରେ କିଛି ପ୍ରଳୟ କାରଣରୁ ରାସ୍ତା ଧୋଇ ଯାଇଅଛି ଏବଂ ଲୋକେ ରାସ୍ତାରେ ଅଟକି ଯାଇଅଛନ୍ତି। ପୋଷ୍ଟର ଦାବି ଅନୁଯାୟୀ ଏହି ଫୋଟୋ ଉତ୍ତରାଖଣ୍ଡ ଚାମୋଲୀରେ ହିମସ୍ଖଳନ ଘଟଣା ପର ଫୋଟୋ ଅଟେ। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ହେଉଥିବା ଫୋଟୋର ଗୁଗୁଲ ରିଭର୍ସ ଇଏଜ ସର୍ଚ କରିଲୁ।ସର୍ଚ କରିଲା ପରେ ଆମକୁ ୨୫ ଜୁଲାଇ ୨୦୧୮ ମସିହାରେ ଗୋଟିଏ ୱେବସାଇଟରେ ଏହି ଫୋଟୋ ଦେଖିବାକୁ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଗତ ସପ୍ତାହରେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ମଲାରି ଅଞ୍ଚଳରେ ଏକ ବଡ଼ ଧରଣର ଭୁସ୍ଖଳନ ଘଟିଥିଲା। ଜଙ୍ଗଲର ଅସମାନ ଭୂମି ଏବଂ ପ୍ରଭାବିତ ନଦୀ ଗୁଡ଼ିକ ପ୍ରବଳ ବର୍ଷା ସହିତ ଗ୍ରାମବାସୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ଏହି ଘଟଣାରେ ୪ ଜଣଙ୍କ ମୃତ୍ୟୁ ହେଇଥିବା ଜଣାଯାଇଅଛି। 

better india.jpg

Website | Archive

ଏହି ଅନୁଛେଦରେ ଫୋଟୋ ତଳେ ଏହି ଫୋଟୋର ଉତ୍ସ ଲିଙ୍କ ଦେଖିବାକୁ ମିଳିଲା। ସତ୍ୟତା ଜାଣିବା ପାଇଁ ଆମେ ଏହି ଲିଙ୍କରେ କ୍ଲିକ୍ କରିକି ଦେଖିଲୁ। ଏହା ପରେ ଆମକୁ ଫ୍ଲିକର ୱେବସାଇଟରେ ଡିଆରିଓକ୍ରିଟିକୋ ଡି ଭେନିଯୁଆଲା ନାମକ ଏକାଉଣ୍ଟରେ ୧୮ ଜୁନ ୨୦୧୩ ମସିହାରେ ଏହି ଫୋଟୋ ଦେଖିବାକୁ ମିଳିଲା। ଏହି ଫୋଟୋ ବିଷୟରେ ଉଲ୍ଲେଖ କରା ଯାଇଅଛି ଯେ “୧୮ ଜୁନ ୨୦୧୩ ରେ ପ୍ରକାଶିତ ଫୋଟୋରେ ଭାରତୀୟ ସୁରକ୍ଷା କର୍ମୀ ମାନେ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ଆଲକାନନ୍ଦା ନଦୀ କୁଳରେ ବନ୍ୟା କ୍ଷତିଗ୍ରସ୍ତ ରାସ୍ତା ଉପରେ ଠିଆ ହୋଇଥିବା ବେଳେ ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନଙ୍କୁ ତଦାରଖ କରୁଛନ୍ତି। 

flikr.jpg

Flickr | Archive

୨୪ ଜୁନ ୨୦୧୩ ରେ ହିନ୍ଦୁସ୍ତାନ ଟାଇମ୍ସରେ ମଧ୍ୟ ଏହି ଫୋଟୋ ପୋସ୍ତ କରି ସମ୍ବାଦ ପ୍ରକାଶିତ କରା ଯାଇଅଛି ଯେ ଭୁସ୍ଖଳନ କାରଣରୁ ବଦ୍ରିନାଥ ରାଜପଥ ରାସ୍ତା ଅବରୋଧ ହେଇଯାଇଅଛି। ଏହି କାରଣ ଯୋଗୁ ରିଲିଫ୍ କାର୍ଯ୍ୟକୁ ମଧ୍ୟ ବାଧା ପହଞ୍ଚିଛି। ପ୍ରବଳ ବର୍ଷା ଯୋଗୁ ରୁଦ୍ରପ୍ରୟାଗ ଏବଂ ଗୁପ୍ତକାଶୀ ଅଞ୍ଚଳରେ ଭୁସ୍ଖଳନ ହେଇଛି। ପାଖାପାଖି ୫୦୦୦ ଲୋକେ ବଦ୍ରିନାଥରେ ଅଟକି ରହିଛନ୍ତି, ଯେତେ ପର୍ଯ୍ୟନ୍ତ ହେଲିକପ୍ଟର କାର୍ଜ୍ଯାନୁଷ୍ଠାନ ଆରମ୍ଭ ହୋଇ ନାହିଁ ସେହି ଲୋକଙ୍କୁ ଉଦ୍ଧାର କରା ଯିବା ସମ୍ଭବ ନୁହେଁ। 

HT.jpg

Hindustan Times | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଭାଇରାଲ ହେଉଥିବା ଫୋଟୋ ଉତ୍ତ୍ରାଖଣ୍ଡର ଚାମୋଲି ଅଞ୍ଚଳର ଫୋଟୋ ଥାପି ଏହା ଏକ ପୁରୁଣା ଫୋଟୋ ଅଟେ। ଏହି ଫୋଟୋ ୨୦୧୩ ମସିହାରୁ ଇଣ୍ଟରନେଟ୍ ରେ ଉପଲବ୍ଧ ଅଛି।

Avatar

Title:କ’ଣ ଫୋଟୋରେ ଥିବା ଦୃଶ୍ୟ ବର୍ତ୍ତମାନ ଚାମୋଲିରେ ଘଟିଥିବା ପ୍ରଳୟ ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *