ସୋସିଆଲ ମିଡିଆରେ କୃଷି ଆନ୍ଦୋଳନକୁ ନେଇ ଅନେକ ଭିଡିଓ ଏବଂ ଫଟୋ ପୋଷ୍ଟ କରାଯାଉଛି। ଯେଉଁଥିରୁ କିଛି ସତ୍ୟ ହୋଇଥିବା ବେଳେ କିଛି ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପୋଲିସ ଜୟ ଜବାନ ଜୟ କିଷାନ ନାରା ଲଗାଉଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେତ ପୋଲିସ ମଧ୍ୟ କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଉଛନ୍ତି। ତେବେ କଣ ପୋଲିସ ମଧ୍ୟ ଦେଶଦ୍ରୋହି ଏବଂ ଆତଙ୍କବାଦି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

30 ଜାନୁଆରିରେ Ramesh kumar rk ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଭିଡିଓ ପୋଷ୍ଟ କରିଥିଲେ। ପୋଷ୍ଟରେ ଦାବି କରାଯାଇଛି ଯେ, ଏବେ ପୋଲିସକୁ ମଧ୍ୟ ଆତଙ୍କବାଦି ଏବଂ ଦେଶଦ୍ରୋହି କୁହନ୍ତୁ। ପୋଲିସ ମଧ୍ୟ ଶେଷରେ କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଇଲା। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ-FacebookArchive

ତେବେ କଣ ପୋଲିସ ଶେଷରେ ହାରମାନି କୃଷକମାନଙ୍କ ସହ ମିଶି ଜୟ ଜବାନ ଜୟ କିଷାନ ନାରା ଲଗାଉଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 27 ଜାନୁଆରିରେ India tv ପେଜରେ ଭାଇରାଲ ଭିଡିଓ ପ୍ରକାଶିତ ହୋଇଥିଲା। ଯେଉଁଥିରେ ଦେଖାଯାଇଛି ଯେ, କୃଷକମାନଙ୍କୁ ସାନ୍ତ କରାଇବା ପାଇଁ ଦିଲ୍ଲୀ ପୋଲିସ ଏପରି ପଦକ୍ଷପ ନେଇଥିଲେ। ସେ ଭିଡିଓରେ କହୁଥିବାର ଦେଖାଯାଉଛନ୍ତି ଯେ, ଜୟ କିଷାନ ନାରା ଲଗାଅ ନହଲେ ଏମାନେ ଆମ ଉପରେ ଚଢ଼ି ଯିବେ। ତଳେ ନ୍ୟୁଜ ପେଜର ଲିଙ୍କ ଦେଖନ୍ତୁ।

ଏହା ପରେ ଆମକୁ ABP ନ୍ୟୁଜ ପଜରେ ଅନ୍ୟ ଏକ ପୋଷ୍ଟ ମିଳିଲା। ଖବର ଅନୁସାରେ ଦିଲ୍ଲୀ ପୋଲିସର ମିଳିତ ସିପି ଏସ୍ ଏସ୍ ଯାଦବ ସହଯୋଗୀ ପୋଲିସକୁ ବିକ୍ଷୋଭକାରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ମୁକାବିଲା କରିବାକୁ କହୁଛନ୍ତି। ତାଙ୍କୁ ଜୟ ହିନ୍ଦ ସ୍ଲୋଗାନ ଦେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତାଙ୍କର ଆଶ୍ଚର୍ଯ୍ୟଜନକ ଉଦ୍ୟମ ପାଇଁ ସୋସିଆଲ ମିଡିଆରେ ଏହାର ପ୍ରଶଂସା କରୁଥିବାର ମଧ୍ୟ ଦେଖାଯାଇଛି। ଭିଡିଓରେ ଦିଲ୍ଲୀ ସିପି ପୋଲିସ ଏସ ଏସ ଯାଦବ କୃଷକମାନଙ୍କୁ ଶାନ୍ତ କରାଇବା ପାଇଁ ଚେଷ୍ଟା କରାଉଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହି ଭିଡିଓ ସହ ମଧ୍ୟ ଅନ୍ୟ ଏକ ଫୋସ ଖବର ଭାଇରାଲ ହୋଇଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ, କୃଷି ଆନ୍ଦୋଳନରେ ମୋଡ଼ ଖାଇ 200 ପୋଲିସ କର୍ମି ଚାକିରି ଛାଡ଼ି ଦେଲେ। ଏହାର ସ୍ପଷ୍ଟି କରଣ ଫ୍ୟାକ୍ଟ କ୍ରିସକେଣ୍ଡୋ କରିଛି। Fact crescendo ଦିଲ୍ଲୀ ପୋଲିସର ଅତିରିକ୍ତ PRO ଅନିଲ ମିତ୍ତଲ ସହ ସମ୍ପର୍କ କରି ସ୍ପଷ୍ଟ କରିଥିଲେ ଯେ, 200 ଦିଲ୍ଲୀ ପୋଲିସ୍ ଚାଷୀଙ୍କ ସମର୍ଥନରେ ନିଜ ପଦରୁ ଇସ୍ତଫା ଦେଉଥିବା ଖବର ସମ୍ପୂର୍ଣ୍ଣ ଅସତ୍ୟ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓରେ ପୋଲିସ କୃଷକମାନଙ୍କ ସମର୍ଥନରେ ଜୟ ହିନ୍ଦ ସ୍ଲୋଗାନ ଦେଉଥିବା ଦାବି ମିଥ୍ୟା ଅଟେ। ପୋଲିସ କୃଷି ଆନ୍ଦୋଳନକାରିଙ୍କୁ ଶାନ୍ତ କରାଇବା ପାଇଁ ଏପରି ପଦକ୍ଷପ ନେଇଥିଲା।

Avatar

Title:କୃଷି ଆନ୍ଦୋଳନକାରିଙ୍କୁ ସମର୍ଥନ କରି ପୋଲିସ କର୍ମି ମଧ୍ୟ ଜୟ ହିନ୍ଦ ଜୟ କିଷାନ ନାରା ଲଗାଉଛନ୍ତି ?

Fact Check By: Saritadevi Samal

Result: Explainer