
ଆସନ୍ତା ବର୍ଷ ୨୦୨୨ ରେ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଏହି ପ୍ରସଙ୍ଗରେ ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ପୋଷ୍ଟରେ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ଦେଖିବାକୁ ମିଳିଛି ଯେଉହନୀରେ ଲେଖା ଯାଇଛି ଯେ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ଅଯୋଧ୍ୟାର ନାମ ବଦଳାଇବାର ନିଷ୍ପତ୍ତି ନେଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
୨୮ ନଭେମ୍ବରରେ ସତୀଶ କୁମାର ନନ୍ଦ ନାମକ ଜଣେ ଫେସବୁକ ବ୍ୟବହାରକାରୀ ରିପବ୍ଲିକ ଭାରତ ନ୍ୟୁଜ ଚ୍ୟାନାଲର ଏକ ସ୍କ୍ରିନଶଟ୍ ସେୟାର କରି ଦବାଇ କରିଛନ୍ତି, “ଅଖିଲେଶ ଯାଦବଙ୍କର ଇର୍ବାଚନ ପ୍ରତିଶ୍ରୁତ୍ତି ନେଇଛନ୍ତି ଯେ ସେ ଅଜୋଧ୍ୟାର ନାମ ପୁଣି ବଦଳାଇ ଦେବେ।”

ଆମ ଅନୁସନ୍ଧାନ:
ଉପରୋକ୍ତ ପୋଷ୍ଟ ବିଷୟରେ ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ରିପବ୍ଲିକ ଇଣ୍ଡିଆର ୟୁଟ୍ୟୁବ ଛାୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ପାଇଲୁ। ପୁରା ଭିଡିଓ ଗଭୀରତା ସହିତ ଦେଖିଲା ପରେ ଜଣା ପଡିଲା ଯେ ଭାଇରାଲ ହେଉଥିବା ସ୍କ୍ରିନଶଟ୍ ଏହି ଭିଡିଓରୁ ଆସିଛି। ଏହି ଭିଡିଓରେ କୁହା ଯାଇଛି ଯେ ଯୋଗୀ ଆଦିତ୍ୟନାଥ, ଅଖିଲେଶ ଯାଦବଙ୍କ ଉପରେ ଅଭିଯୋଗ ଲଗାଇ ଦାବି କରିଛନ୍ତି ଯେ ଯଦି ଅଖିଲେଶ ଯାଦବ ଆସନ୍ତା ନିର୍ବାଚନରେ ସରକାର ଗାଢନ୍ତି ତେବେ ସେ ଅଯୋଧ୍ୟା ଏବଂ ପ୍ରୟାଗରାଜର ନାମ ବଦଳାଇ ଦେବେ।
ବାସ୍ତବରେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରିପବ୍ଲିକ ୱାର୍ଲ୍ଡକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଯଦି ଅଖିଲେଶ ଯାଦବ ୟୁପିରେ କ୍ଷମତାରେ ଆସନ୍ତି ତେବେ ସେ ଅଯୋଧ୍ୟା ଏବଂ ପ୍ରୟାଗରାଜର ନାମ ବଦଳେଇ ଦେବେ।
ଏହା ପରେ ଆମେ ଅଖିଲେଶ ଯାଦବଙ୍କ ସୋସିଆଲ ମିଡିଆ ଏକାଉଣ୍ଟକୁ ମଧ୍ୟ ଯାଞ୍ଚ କରିଲୁ, କିନ୍ତୁ ଭାଇରାଲ ଦାବି ସମ୍ପର୍କରେ ତାଙ୍କ ଫେସବୁକ କିମ୍ବା ଟୁଇଟର ହେଣ୍ଡେଲରେ କୌଣସି ସୂଚନା ମିଳିଲା ନାହିଁ।
ଫ୍ୟାକ୍ଟ କ୍ରିଷେଣ୍ଡୋ ସମାଜବାଦୀ ପାର୍ଟି ମୁଖପାତ୍ର ଜୁହୀ ସିଂହଙ୍କ ସହିତ ଯୋଗାଯୋଗ କରିଲା। ସେ ଏହି ଅଭିଯୋଗକୁ ସ୍ଵୀକାର କରି କହିଛନ୍ତି ଯେ ଅଖିଲେଶ ଯାଦବ ଏଭଳି ବିବୃତ୍ତି ଦେଇ ନାହାନ୍ତି। ଆମେ କାମ କରୁଥିବା ଲୋକ, ନାମ ପରିବର୍ତନକାରୀ ନୁହେଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଅଖିଲେଶ ଯାଦବ ଅଯୋଧ୍ୟାର ନାମ ପରିବର୍ତ୍ତନ କରିବା ପ୍ରତିଶ୍ରୁତ୍ତି ନେଇ ନାହାନ୍ତି। ଏକ ସାକ୍ଷାତକାରରେ ଯୋଗୀ ଆଦିତ୍ୟନାଥ, ଅଖିଳେଶଙ୍କା ଉପରେ ଅଭିଯୋଗ ଲଗେଇ ଉପରୋକ୍ତ ଦାବି କରିଥିଲେ।

Title:କ’ଣ ନିର୍ବାଚନ ଜିତିବା ପରେ ଅଖିଲେଶ ଯାଦବ ପ୍ରକୃତରେ ଅଯୋଧ୍ୟାର ନାମ ବଦଳାଇବାର ପ୍ରତିଶ୍ରୁତି ନେଇଛନ୍ତି?
Fact Check By: Siddharth SahuResult: False
