କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଜୀବ ଦେଖିବାକୁ ମିଳୁଛି। ଭିଡିଓରେ ଦାବି କରା ଯାଇଅଛି ଯେ ଏହି ଜୀବକୁ ବିହାରର ଦରଭଙ୍ଗା ଜିଲ୍ଲାରେ ଦେଖିବାକୁ ମିଳିଛି। ଭିଡିଓରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ କିଛି ଦିନ ପୂର୍ବରୁ ଆସିଥିବା ବାତ୍ୟାରେ ଏହି ଜୀବ ଆକାଶରୁ ଖସି ଥିଲା। ଏହି ଜୀବ ମନୀଷ, ପଶୁ ଏବଂ ପକ୍ଷୀର ଡିଏନଏ ମିଶ୍ରଣରୁ ସୃଷ୍ଟି ହୋଇଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। 

ShareChat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଭିଡିଓରୁ ଏହି ଜୀବର ଫୋଟୋର ସ୍କ୍ରିନଶଟ୍ ନେଇ ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଅଟିଏ ଫେସବୁକ ପେଜରେ ଏହି ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ୩ ଅକ୍ଟୋବର ୨୦୧୮ ମସିହାରେ ଲାଇରା ମାଗାନୁକୋ ନାମକ ଫେସବୁକ ୟୁଜର ନିଜ ଏକାଉଣ୍ଟରେ ଏହି ଜୀବର ଫୋଟୋ ପୋଷ୍ଟ କରି କହିଛନ୍ତି ଯେ ଏହା ଏକକ ଖଣ୍ଡ ସିଲିକନ୍ ପଦାର୍ଥରେ ତିଆରି ଜୀବ ଅଟେ। 

Archive

ଉପରୋକ୍ତ ସୂଚନା ପାଇଲା ପରେ ଆମେ ଗୁଗୁଲରେ ଲାଇରା ମାଗାନୁକୋ ଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ଫଳାଫଳରେ ଆମକୁ ସେହି ବ୍ୟକ୍ତିଙ୍କର ଇଂଷ୍ଟାଗ୍ରାମ ଏକାଉଣ୍ଟ ମିଳିଲା। ଏହି ଏକାଉଣ୍ଟରେ ମଧ୍ୟ ସେ ଭିଡିଓରେ ଥିବା ଜୀବ ସହିତ ଅନ୍ୟାନ୍ୟ ଜୀବ ଫୋଟୋ ମଧ୍ୟ ପୋଷ୍ଟ କରିଛନ୍ତି। 

Archive

ଗୁଗୁଲରେ ସର୍ଚ କରିଲା ପରେ ଆମକୁ ଲାଇରା ମାଗାନୁକୋଙ୍କ ୱେବସାଇଟ ମିଳିଲା। ଏହି ୱେବସାଇଟରେ ମଧ୍ୟ ଆମେ ଅନ୍ୟାନ୍ୟ ଜୀବଙ୍କର ଫୋଟୋ ଆପଣ ଦେଖି ପାରିବେ। 

ଏହା ପରେ ଆମକୁ ଏହି ଜୀବର ଫୋଟୋ ଗୋଟିଏ ଅନ୍ଲାଇନ୍ ଶପିଙ୍ଗ୍ ୱେବସାଇଟରେ ଦେଖିବାକୁ ମିଳିଲା। ଏହି ୱେବସାଇଟରେ ଭାଇରାଲ ଭିଡିଓରେ ଥିବା ଜୀବ ବିକ୍ରୟ ହେଉଥିବା ଜଣା ପଡିଲା। ଏହି ୱେବସାଇଟ ଅନୁଯାୟୀ ଏହି ଜୀବ ଲାଇରା ମାଗାନୁକୋଙ୍କ ଦ୍ଵାରା ହସ୍ତତନ୍ତ ଅଟେ। ଏହା ସିଲିକନ୍ ପଦାର୍ଥ ବ୍ୟବହାର କରି ସୃଷ୍ଟି କରା ଯାଇଅଛି।

WS.jpg

Website | Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓରେ ଥିବା ଜୀବ ଆକାଶରୁ ଖସି ନାହିଁ ଏବଂ ଏହାର ଏଲିଏନ ହେବା ଦାବି ମଧ୍ୟ ମିଥ୍ୟା ଅଟେ। ଭାଇରାଲ ହେଉଥିବା ଜୀବ ଗୋଟିଏ ସିଲିକନ୍ ରେ ତିଆରି ହୋଇଥିବା ମୂର୍ତ୍ତି ଅଟେ। ଏହାକୁ ଲାଇରା ମାଗାନୁକୋ ନାମକ ବ୍ୟକ୍ତି ନିର୍ମାଣ କରିଛନ୍ତି।

Avatar

Title:କ’ଣ ବିହାରର ଦରଭଙ୍ଗା ଜିଲ୍ଲାରେ ସତରେ ଗୋଟିଏ ଏଲିଏନ ଦେଖିବାକୁ ମିଳିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *