କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Missing Context Political

ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂ ଏବେ ମଧ୍ୟ ପୋଲିସ ଗିରଫ କରିବାକୁ ଉଦ୍ଦୟମ କରୁଛି। କିନ୍ତୁ ତାଙ୍କ ନାମରେ ଦେଶରେ ରାଜନୀତି ଚାଲିଛି। ଏହି ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ୧୦ ସେକେଣ୍ଡର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ସେଯାର କରି ଦାବି କରାଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଅମୃତପାଲ ସିଂଙ୍କୁ ସମର୍ଥନ କରୁଛନ୍ତି।

ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ କହୁଛନ୍ତି ଯେ “ଅମୃତପାଲ ସିଂ କହୁଛନ୍ତି ଯଦି ଏହି ଲୋକ ମାନେ ହିନ୍ଦୁ ରାଷ୍ଟ୍ର ବିଷୟରେ କଥାବାର୍ତ୍ତା କରନ୍ତି ତେବେ ମୁଁ ଖାଲିସ୍ତାନ ବିଷୟରେ କାହିଁକି କହିବି ନାହିଁ, ସେ ବହୁତ ସଠିକ୍ କଥା କହିଛନ୍ତି।”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅଶୋକ ଗେହଲୋତଙ୍କ ମୂଳ ଭିଡିଓରୁ ଏକ ଛୋଟ କ୍ଲିପ୍ ପ୍ରସଙ୍ଗ ବାହାରେ ସେୟାର କରା ଯାଉଛି। 

Facebook | Archive

ସମାନ ଭିଡିଓ ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା। ଏହି ଟୁଇଟର କ୍ୟାପସନ୍ ରେ କୁହା ଯାଇଛି ଯେ “ଅମୃତପାଲର ଖାଲିସ୍ତାନ ବିଷୟର ଚିନ୍ତାଧାରାକୁ ସଠିକ୍ କହୁଛନ୍ତି ମାଇନୋଙ୍କର ଅଧୀନରେ ଥିବା ହିନ୍ଦୁ ବିରୋଧୀ ଅଶୋକ ଗେହଲୋତ। ଏମାନେ ପ୍ରଥମେ ଭିଣ୍ଡ୍ରାୱାଲେ ପ୍ରସ୍ତୁତ କରିଥିଲେ ଯାହା ପରେ ଭସ୍ମାସୁର ହୋଇଥିଲା।”

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓକୁ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଏହାର ଏକ ଲମ୍ବ ଭିଡିଓ ୩୧ ମାର୍ଚ୍ଚ ୨୦୨୩ ରେ ଦୈନିକ ଭାସ୍କର ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ସୂଚନା ଦିଆ ଯାଇଛି ଯେ ଏହି ଭିଡିଓ ସେହି ସମୟର ଅଟେ ଯେତେବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଭରତପୁର ଗସ୍ତରେ ଥିଲେ। 

ରିପୋର୍ଟ ଅନୁଯାୟୀ, ଗେହଲୋତ ଜନସାଧାରଣକୁ ସମ୍ବୋଧିତ କରିବାବେଳେ କହିଛନ୍ତି – ପଞ୍ଜାବରେ ଜଣେ ନୂତନ ବ୍ୟକ୍ତି ଆସିଛି… ଅମୃତପାଲ। ସେ କହୁଛନ୍ତି ଯଦି ମୋହନ ଭାଗବତ ଏବଂ ନରେନ୍ଦ୍ର ମୋଦୀ ହିନ୍ଦୁ ରାଷ୍ଟ୍ର ବିଷୟରେ କଥା ହୁଅନ୍ତି ତେବେ ମୁଁ ଖାଲିସ୍ତାନ ବିଷୟରେ କାହିଁକି କହିବି ନାହିଁ? ଆପଣ ମାନେ ତାଙ୍କର ସାହସ ଦେଖନ୍ତୁ। ସେ ସାହସ ପାଇଛନ୍ତି କାରଣ, ତୁମେ ହିନ୍ଦୁ ରାଷ୍ଟ୍ର ବିଷୟରେ କଥା ହେଉଛ? ଆଜି କାଲୀ ଧର୍ମ ନାମରେ ଲୋକଙ୍କୁ ଖୁସି କରିବା ସହଜ ହେଇଛି।

ଏକ କୋଠା ନିର୍ମାଣ ପାଇଁ ସମୟ ଲାଗେ ଏବଂ ଯଦି ଆପଣ ଏହାକୁ ଭାଙ୍ଗିବାକୁ ଚାହାଁନ୍ତି, ଯୋଗୀ ପଠାଉଥିବା ପରି ବୁଲଡୋଜର ପଠାନ୍ତୁ। ଆପଣ ଭାବିପାରିବେ, ଭାଙ୍ଗିପାରିବେ, କିନ୍ତୁ କୋଠା ନିର୍ମାଣ ଏକ କଷ୍ଟକର କାର୍ଯ୍ୟ | ସେଥିପାଇଁ ଅମୃତପାଲ କହିବାକୁ ସାହସ ପାଇଲା। ଇନ୍ଦିରା ଗାନ୍ଧୀ ଖାଲିସ୍ତାନ ଗଠନ କରିବାକୁ ଦେଇ ନଥିଲେ।

ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ୍ ଭିଡିଓ ପ୍ରକୃତରେ ଅସମ୍ପୂର୍ଣ୍ଣ ଏବଂ ମୂଳ ଭିଡିଓର ଏକ ଅଂଶ। ମୂଳ ଭିଡିଓରୁ ଏକ ଛୋଟ ଅଂଶ ସେୟାର କରି ଏକ ବିଭ୍ରାନ୍ତିକର ଦାବି ସହିତ ବିସ୍ତାର କରାଯାଉଛି। ମୂଳ ଭିଡିଓରେ ଅଶୋକ ଗେହଲୋତ କହିଛନ୍ତି, “ଅମୃତପାଲ ସିଂ କହୁଛନ୍ତି ଯେ ଯଦି ସେ ହିନ୍ଦୁ ରାଷ୍ଟ୍ର ବିଷୟରେ କଥାବାର୍ତ୍ତା କରନ୍ତି, ତେବେ ମୁଁ ଖାଲିସ୍ତାନ ବିଷୟରେ କାହିଁକି କହିବି ନାହିଁ। ସେ ଏତେ ସଠିକ୍ ଭାବରେ କହିଛନ୍ତି। ଏହା ଦେଶ ପାଇଁ ଅତ୍ୟନ୍ତ ବିପଜ୍ଜନକ ବିଷୟ। ଆଜି ପର୍ଯ୍ୟନ୍ତ, ଇତିହାସରେ ପ୍ରଥମ ଥର ପାଇଁ ଏକ ପ୍ରବାଦ ଅଛି ଯେ ଯଦି ଆମେ ହିନ୍ଦୁ ରାଷ୍ଟ୍ର ବିଷୟରେ କଥାବାର୍ତ୍ତା କରୁ, ତେବେ ମୁଁ କାହିଁକି କରିବି ନାହିଁ? ଆସନ୍ତାକାଲି ଦକ୍ଷିଣ ରାଜ୍ୟଗୁଡ଼ିକ କହିବା ଆରମ୍ଭ କରିବେ, ୪୦-୫୦ ବର୍ଷ ପୂର୍ବେ ଦକ୍ଷିଣ ରାଜ୍ୟରେ ଏପରି ସ୍ୱର ଉତ୍ତୋଳନ କରାଯାଇଥିଲା ଯାହା ନୂତନ ପିଢୀ ଜାଣି ନାହାଁନ୍ତି। ଦେଶର ଭବିଷ୍ୟତ ବିଷୟରେ ଆମେ ଚିନ୍ତା କରିବା ଉଚିତ୍।”

ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ କ୍ଲିପ୍ ମୂଳ ଭିଡିଓର ଏକ ଛୋଟ ଅଂଶ ଅଟେ ଯେଉଁଥିରେ ପୁରା ସତ୍ୟ ଦର୍ଶାଅ ଯାଇ ନାହିଁ। ଅଶୋକ ଗେହଲୋତଙ୍କ ଏକ ଛୋଟ କ୍ଲିପ୍ କୁ ଏକ ବିଭାରାନ୍ତକାରୀ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଭାଇରାଲ ଭିଡିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ, ଅମୃତଫଳ ସିଂ ଏବଂ ଖାଲିସ୍ତାନର ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *