
୬ ଜୁଲାଇ ରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ପେଜରେ ଗୋଟିଏ ଡାକ୍ତର ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହେଇଥିବା ଫୋନ ବାର୍ତ୍ତାଳାପ କୁ ପୋଷ୍ଟ କରିଛନ୍ତି। ଏହି ବାର୍ତ୍ତାଳାପରେ ଆମେ ଶୁଣିବା କୁ ପାଇଲୁ ଯେ ଡାକ୍ତର ସେହି ବ୍ୟକ୍ତିଙ୍କୁ କୋରୋନା ସମ୍ବନ୍ଧିତ କିଛି ଜ୍ଞାନ ଦେଉଛନ୍ତି। ଏହି ବାର୍ତ୍ତାଳାପ ଶୁଣିଲା ପରେ ଆମକୁ କିଛି କିଛି କଥାରେ ସନ୍ଦେହ ହେଲା। ଆମେ ଏହି ବାର୍ତ୍ତାଳାପରେ ସନ୍ଦେହ ଜଣକ ବିଷୟ କୁ ବାହାର କରି ଏହାର ତଥ୍ୟ ଯାଞ୍ଚ କରିଲୁ। ଏହି ବାର୍ତ୍ତାଳାପ ରେ ସେହି ଡାକ୍ତର କିଛି ସତ୍ୟ ତଥ୍ୟ ମଧ୍ୟ କହିଛନ୍ତି।
ସତ୍ୟ:
- ଦୁଧ ରେ ହଳଦୀ ମିଶେଇ ସେବନ କରିଲେ ଏବଂ ତୁଲସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢି ଥାଏ।
- ଭିଟାମିନ ସି ସେବନ କରିଲେ ଶରୀର ସୁସ୍ଥ ରହେ।
- ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ ଏହା କୋରୋନା ବିରୁଦ୍ଧ ରେ ଲଢିବା ରେ ସାହାଜ୍ଯତା କରି ଥାଏ।
- କୋରୋନା ମୂହ ଏବଂ ନାକ ରୁ ବାହାରି ଥିବା ବୁନ୍ଦା ମାଧ୍ୟମ ରୁ ବ୍ୟାପୀ ଥାଏ।
- ହାତ ବାରମ୍ବାର ଧୋଇଲେ କୋରୋନା ଭୂତାଣୁ ନଷ୍ଟ ହେଇଥାଏ।
ସନ୍ଦେହଜନକ:
- କେବଳ ୬୫ ବୟସ ଉପର ଲୋକଙ୍କୁ କୋରୋନା ଖ୍ଯାତି ପହଞ୍ଚାଇ ଥାଏ।
- କେବଳ ଆଲେର୍ଜି ରୋଗୀଙ୍କୁ କୋରୋନା ଠାରୁ ବିପଦ ଅଛି। ଅନ୍ୟ ଲୋକେ ସୁରକ୍ଷିତ ରହିବେ।
- କୋରୋନା ବର୍ତମାନ ସଂପ୍ରଦାଯ ବିସ୍ତାର ସ୍ତରରେ ଅଛି।
- ବର୍ତମାନ କୋରୋନା ଦୁର୍ବଳ ହେଇ ସାରିଛି
- ଲୋକେ ପରସ୍ପର ସହିତ ସମ୍ପର୍କ ରଖି ପରରିବେ ଏବଂ ପରସପାର କୁ ଆଲିଙ୍ଗନ ମଧ୍ୟ କରିଲେ କୌଣସି ବିପଦ ନାହିଁ
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଉପରେ ଲେଖା ଯାଇଥିବା ସନ୍ଦେହଜନକ କଥାର ଗୋଟିଏ ଗୋଟିଏ କରି ତଥ୍ୟ ଯାଞ୍ଚ କରିଲୁ।
୧) କେବଳ ୬୫ ବୟସ ଉପର ଲୋକଙ୍କୁ କୋରୋନା ଖ୍ଯାତି ପହଞ୍ଚାଇ ଥାଏ:
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ସିଡ଼ିସି (CDC) ୱେବସାଇଟ ଯାଇ ଖୋଜିଲୁ। ସିଡ଼ିସି କହିବା ଅନୁଯାୟୀ ବୟସ ବୃଦ୍ଧି ସହିତ କୋରୋନା ବିପଦ ବଢି ଥାଏ। ଏହା କୁ ସ୍ପଷ୍ଟ କୃ ସିଡ଼ିସି କହିଛି ଯେ ୪୦ ବର୍ଷ ଲୋକଙ୍କ ଠାରୁ ୫୦ ବର୍ଷ ଲୋକଙ୍କୁ କୋରୋନା ଠାରୁ ବେସୀ ବିପଦ ଆସିବାର ଦେଖା ଯାଇଅଛି। ସେହି ପରି ୬୦ ବର୍ଷ ଲୋକଙ୍କ ଥାରୋ ୭୦ ବର୍ଷ ଲୋକ ବେସୀ ବିପଦ ଜନକ ସ୍ଥିତି ରେ ଥିବା ମିଳିଛି। ବେସୀ ବିପଦ ୮୫ ବର୍ଷ ବା ଏହା ଠାରୁ ଅଧିକ ବୟସ୍କ ଲୋକଙ୍କ ମଧ୍ୟ ଦେଖିବା କୁ ମିଳିଛି। ଏହା ଦ୍ଵାରା ଆମେ ଜାଣିବା କୁ ପାଇଲୁ ଯେ ଯଦିଓ କୋରୋନା ଠାରୁ ବିପଦ ବୟସ ସହିତ ବଢି ଥାଏ, କିନ୍ତୁ ଏହା କୁହା ଯାଇ ନାହିଁ ଯେ କେବଳ ୬୫ ବୟସ ଲୋକଙ୍କୁ କୋରୋନା ଠାରୁ ବିପଦ ଅଛି ଏବଂ ୬୫ ବୟସ ତଳ ଲୋକ ମାନଙ୍କୁ କୌଣସି ବିପଦ ନାହିଁ।
୨) କେବଳ ଆଲେର୍ଜି ରୋଗୀଙ୍କୁ କୋରୋନା ଠାରୁ ବିପଦ ଅଛି। ଅନ୍ୟ ଲୋକେ ସୁରକ୍ଷିତ ରହିବେ:
ସିଡ଼ିସି କହିବା ଅନୁଯାୟୀ ଯଦି କୌଣସି ବୟସ ଲୋକ କୁ ନିମ୍ନଲିଖିତ ସ୍ୱାସ୍ଥ୍ୟ ସମସ୍ଯା ଅଛି, ତାହାଲେ ତାଙ୍କୁ ମଧ୍ୟ କୋରୋନା ଠାରୁ ବିପଦ ଅଛି।
- କ୍ରୋନିକ କିଡନୀ ରୋଗ
- ଫୁସଫୁସ ରୋଗ
- ଅଙ୍ଗଦାନ କାରଣରୁ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇ ଥିବା ଲୋକେ
- ମେଦବହୁଳତା
- ହୃଦୟ ରୋଗୀ
- ସିକିଲ ସେଲ ରୋଗୀ
ଏହା ଛଡ଼ା ଯେଉଁ ବ୍ୟକ୍ତି ମାନେ ଶ୍ଵାସ, ରକ୍ତଚାପ, ମସ୍ତିସ୍କ, ଯକୃତ, ଗର୍ଭବତୀ ଅଛନ୍ତି ସେମାନଙ୍କୁ କୋରୋନା ଠାରୁ ବିପଦ ଥାଏ।
୩) କୋରୋନା ବର୍ତମାନ ସଂପ୍ରଦାଯ ବିସ୍ତାର ସ୍ତରରେ ଅଛି:
୧୧ ଜୁନ ରେ ପି.ଆଇ.ବି ନିଜ ଟୁଇଟର ହେଣ୍ଡେଲ ରେ ଗୋଟିଏ ଭିଡିଓ ପୋଷ୍ଟ କରିଛି ଯେଉଁ ଥିରେ ଆଇ.ସି.ଏମ.ଆର. ଅଧ୍ୟକ୍ଷ ପ୍ରୋଫେସର ଭାର୍ଗଭ କହିଛନ୍ତି ଯେ କୋରୋନା ସମ୍ପ୍ରଦାୟ ବିସ୍ତାର ହେବା ନେଇ ଅନେକ ବିତର୍କ ରହିଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ସମ୍ପ୍ରଦାୟ ବିସ୍ତାର ହେବା ନେଇ କୌଣସି ସଂଜ୍ଞା ଜାରି କରି ନାହିଁ। ଭାରତର ଜନସଂଖ୍ୟା ତୁଳନା ରେ ଏତେ କୋରୋନା କେସ ହେୟ ନାହିଁ ଯେ ଏହା ସମ୍ପ୍ରଦାୟ ବିସ୍ତାର ବୋଲି କୁହା ଯାଇ ହେବ। ସେ ଜୋର ଦେଇ କହିଛନ୍ତି ଯେ ଭାରତରେ କୋରୋନା କୌଣସି ହିସାବ ରେ ସମ୍ପ୍ରଦାୟ ବିସ୍ତାର ସ୍ତର ରେ ପହଞ୍ଚି ନାହିଁ।
୪) ବର୍ତମାନ କୋରୋନା ଦୁର୍ବଳ ହେଇ ସାରିଛି:
୧ ଜୁନ ୨୦୨୦ ରେ ଏ.ଏଫ.ପି. ନ୍ୟୁଜ ନିଜ ୟୁଟ୍ୟୁବ କ୍ଗେନାଲ ରେ ଗୋଟିଏ ଭିଡିଓ ପୋଷ୍ଟ କରିଛି ଯେଉଁ ଥିରେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଗୋଟିଏ ସାମ୍ବାଦିକ ସମ୍ମିଳନୀ ରେ କହିଛି ଯେ କୋରୋନା ଭାଇରସ ଦୁର୍ବଳ ହେଇ ନାହିଁ। ଇଟାଲୀ ର ଜଣେ ଡାକ୍ତର ଦାବି କରିଲା ପରେ ଏହି ବିଷୟରେ ବିବାଦ ଆରମ୍ଭ ହେଇଥିଲା। ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ କାର୍ଜ୍ୟକାରୀ ନିର୍ଦେଶକ କହିଛନ୍ତି ଯେ ବର୍ତମାନ ଆମକୁ ଅତ୍ୟନ୍ତ ସତର୍କ ରହିବା ନିହାତି ଦରକାର ଏବଂ ଏପରି ଭାବନା ରଖିବା କଥା ନୁହେଁ ଯେ କୋରୋନା ବର୍ତମାନ ଦୁର୍ବଳ ହେଇ ଯାଇଛି। ଏବେ ମଧ୍ୟ କୋରୋନା ଅନେକ ଲୋକଙ୍କୁ ଶିକାର କରୁଛି ଏବଂ ପ୍ରତ୍ଯେକ ଦିନ ଅନେକ ଲୋକଙ୍କ ମୃତ୍ୟୁ ଖବର ସାମନା କୁ ଆସୁଛି।
୫) ଲୋକେ ପରସ୍ପର ସହିତ ସମ୍ପର୍କ ରଖି ପରରିବେ ଏବଂ ପରସପାର କୁ ଆଲିଙ୍ଗନ ମଧ୍ୟ କରିଲେ କୌଣସି ବିପଦ ନାହିଁ :
ଏହି ବିଷୟରେ ଜାଣିବା ପାଇଁ ଆମେ ସିଡ଼ିସି ୱେବସାଇଟରେ ଯାଇ ସର୍ଚ କରିଲୁ। ସିଡ଼ିସି କହିବା ଅନୁଯାୟୀ ପରସ୍ପର ସହିତ ଘନିଷ୍ଟ ଶାରୀରିକ ସମ୍ପର୍କ ଥିଲେ (୬ ଫିଟ ଭିତରେ) କୋରୋନା ବ୍ୟାପିବାର ସମ୍ଭାବନା ଅଧିକ ଥାଏ। ଛିଙ୍କ, କାସ ବା ବାର୍ତ୍ତାଳାପ କରୁଥିବା ସମୟରେ ପାଟିରୁ ବାହାରିଥିବା ବୁନ୍ଦା ରୁ କୋରୋନା ବ୍ୟାପୀ ଥାଏ। ଏହି ବୁନ୍ଦା ଯେତେବେଳେ ଅନ୍ୟ ଲୋକଙ୍କ ଉପରେ ପଡ଼ି ଥାଏ ବା ଅନ୍ୟ ଲୋକେ ଏହା କୁ ନିଶ୍ଵାସ ନେବା ସମୟରେ ନିଜ ଶରୀର ଭିତରକୁ ନେଇ ଥାନ୍ତି ସେତେବେଳେ କୋରୋନା ଆକ୍ରାନ୍ତ ହେଇ ଥାଏ। ଶେଠୀ ପାଇଁ ସାମାଜିକ ଦୂରତା ରଖୀ କୋରୋନା କୁ ନିୟନ୍ତ୍ରଣ କରା ଯାଇ ସମ୍ଭବ ଅଟେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ ଡାକ୍ତର ସେହି ବ୍ୟକ୍ତି କୁ କୋରୋନା ବିଷୟରେ ଯେଉଁ ସୂଚନା ଦେଇଛନ୍ତି ତାହା ସବୁ ସତ୍ୟ ନୁହେଁ। ଏହା ମଧ୍ୟରୁ କିଛି ମିଥ୍ୟା ମଧ୍ୟ ରହିଛି। ଆମ ଅନୁସନ୍ଧାନ ମାଧ୍ୟମରୁ ଯେଉଁ କଥା ମିଥ୍ୟା ଥିଲା ତାହାକୁ ପ୍ରମାଣ କରିଛୁ। ଆମେ ଜାଣିଲୁ ଯେ ଯେଉଁ ବିଷୟ ଆମକୁ ସନ୍ଦେହଜନକ ଲାଗିଥିଲା ସେହା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ।

Title:ଏହି ଫୋନ ବାର୍ତ୍ତାଳାପ ରେ କୋରୋନା ବିଷୟରେ ଡାକ୍ତର କହୁଥିବା କଥା କେତେ ସତ୍ୟ? ଆସନ୍ତୁ ଜାଣିବା।
Fact Check By: Siddharth SahuResult: Partly False