
୨ ମଇରେ ଟିଏମସି ବାଙ୍ଗାଲ ନିର୍ବାଚନ ଜିତିଲା ପରେ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଅନେକ ହିଂସକ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ମିଥ୍ୟା ଦାବି କରା ଯାଇଅଛି। ଦେଶରେ ରାଜନେତା ଏବଂ ସେଲିବ୍ରେଟି ମାନେ ବାଙ୍ଗାଲର ପରିସ୍ଥିତି ବିଷୟରେ ବିଭ୍ରାନ୍ତକର ତଥ୍ୟ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଭାଇରାଲ ହେଉଥିବା ଗୋଟିଏ ଫୋଟୋରେ ଦାବି କରା ଯାଇଅଛି ଯେ ନିର୍ବାଚନରେ ବିଜେପିକୁ ଭୋଟ୍ ଦେଇଥିବାରୁ ମମତା ବାନେର୍ଜିଙ୍କ ଗୁଣ୍ଡା ମାନେ ଏହି ମହିଳାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି। ଏହି ଫୋଟୋରେ ଜଣେ ମହିଳାଙ୍କ ଶରୀର ତଳେ ଜମିରେ ପଡ଼ିଥିବାର ଦେଖାଯାଇଛି ଏବଂ ତାଙ୍କର ଚେହେରା ଦୃଶ୍ୟମାନ ହେଉ ନାହିଁ।
ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟକୁ ମିଥ୍ୟା ବୋଲି ପାଇଲା।

ଏହି ଫୋଟୋ ପଶ୍ଚିମବଙ୍ଗର ବିଷ୍ଣୁପୁର ଅଞ୍ଚଳର ଭାରତୀୟ ଯୁବା ମୋରଚା ଅଧ୍ୟକ୍ଷ ସୁମିତ୍ରା ଖାନ ମଧ୍ୟ ଟୁଇଟ କରି କହିଛନ୍ତି ଯେ ବିର୍ଭୁମରେ ଟିଏମସି ଗୁଣ୍ଡାମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହିତ ଗଣଦୁଷ୍କର୍ମ କରିଛନ୍ତି। ପଛେ ସେ ତାଙ୍କ ଟୁଇଟ ଡ଼ିଲିଟ କରିଛନ୍ତି କିନ୍ତୁ ଡ଼ିଲିଟ ହେବା ପୂର୍ବରୁ ଆମେ ସେହି ଟୁଇଟ ଆର୍କାଇଭ୍ କରି ଦେଇଥିଲୁ। ତଳେ ଆପଣ ଟୁଇଟ ଦେଖି ପାରିବେ।

ଆମ ଅନୁସନ୍ଧାନ:
ଏହି ଦାବି ଯାଞ୍ଚ କରିବାକୁ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରି ଆମେ ଆମର ଅନୁସନ୍ଧାନ ପ୍ରାରମ୍ଭ କରିଲୁ ଯାହା କୌଣସି ଫଳାଫଳ ଦେଇନଥିଲା। ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ପଶ୍ଚିମବଙ୍ଗ ପୋଲିସ ସେମାନଙ୍କର ଅଫିସିଆଲ ତ୍ଵିଟୀର ହେଣ୍ଡେଲରେ ଏହି ଦାବିକୁ ମିଥ୍ୟା ବୋଲି ଉଲ୍ଲେଖ କରିଛନ୍ତି।
ଏହା ପରେ ଫେକ୍ଟ କୃସେଣ୍ଡୋ ବିର୍ଭୁମ ପୋଲିସର ଏସ.ପି ନାଗେନ୍ଦ୍ରନାଥ ତ୍ରିପାଠୀଙ୍କ ସହିତ ଯୋଗାଯୋଗ କରିଥିଲା।ସେ ଆମକୁ ନିଶ୍ଚିତ କରିଛନ୍ତି ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ। ତାଙ୍କ କହିବା ଅନୁଯାୟୀ “ନିକଟରେ ବିର୍ଭୁମରେ କୌଣସି ମହିଳା ସହିତ ଦୁଷ୍କର୍ମ, ଗଣଦୁଷ୍କର୍ମ କିମ୍ବା ନିର୍ଯାତନା ଭଳି ଘଟଣା ଘଟି ନାହିଁ। ଜିଲ୍ଲାରେ ନିର୍ବାଚନ ପରେ କିମ୍ବା ନିର୍ବାଚନ ପୂର୍ବରୁ ଏଭଳି ରାଜନୈତିକ ସମ୍ପର୍କରେ କୌଣସି ଖବର ଆସି ନାହିଁ। ନିର୍ବାଚନ ପରଠାରୁ ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପକ୍ଷରୁ ଦାବି କରା ଯାଇଅଛି ଯେ ବିର୍ଭୁମରେ ଲୋକଙ୍କ ଘର ଉପରେ ଆକ୍ରମଣ କରା ଯାଊଅଛି କିନ୍ତୁ ଏପରି ଘଟଣା ଘଟି ନାହିଁ। ଆମେ ଏହା କହୁ ନାହୁଁ ଯେ ଏହି ଅଞ୍ଚଳରେ କୌଣସି ହିଂସା ହେଇ ନାହିଁ କିନ୍ତୁ ଘର ଏବଂ ଲୋକଙ୍କ ଉପାଏ ପଥର ଫିଙ୍ଗିବା ଏବଂ ଗଣଦୁଷ୍କର୍ମର କୌଣସି ଅଭିଯୋଗ ହୋଇ ନାହିଁ। କିଛି ଲୋକ ଖୋଲା ପଡ଼ିଆରେ ପଥର ଏବଂ ବୋମା ଫିଙ୍ଗିଛନ୍ତି, କିନ୍ତୁ ସେମାନଙ୍କ ଦ୍ଵାରା କୌଣସି ଗୁରୁତର କ୍ଷତି ହୋଇନାହିଁ।”
ଯେତେବେଳେ ଫେକ୍ଟ କୃସେଣ୍ଡୋ ଫୋଟୋ ବିଷୟରେ ପଚାରିଥିଲା, ସେ କହିଥିଲେ, “ଆମେ ଏହି ଫୋଟୋକୁ କୌଣସି ସ୍ଥାନରେ ପାଇଲୁ ନାହିଁ। ବିର୍ଭୁମର କୌଣସି ସ୍ଥାନରେ ଏପରି ମୃତ ଦେହ ମିଳି ନାହିଁ। ଯଦି ଏହା ଦୁଷ୍କର୍ମ ବ୍ୟତୀତ ଅନ୍ୟ ଏକ ଘଟଣା ହୋଇଥାନ୍ତା, ତେବେ ଏକ ମାମଲା ରୁଜୁ ହୋଇଥାନ୍ତା। କିନ୍ତୁ ବିର୍ଭୁମରେ ସେପରି କିଛି ଘଟି ନାହିଁ। ନିର୍ବାଚନ ଫଳାଫଳ ଘୋଷଣା ହେବା ପରଠାରୁ ଆମେ ପୋଲିସ ସ୍ତରରେ ଶାନ୍ତି ସହିତ ସଭା କରିଆସୁଛୁ। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଏହି ପରିସ୍ଥିତିରେ ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଏବଂ ସୂଚନା ଯାଞ୍ଚ ନକରି ଗୁଜବ ପ୍ରହାର କରନ୍ତୁ ନାହିଁ। ”
ଆମେ ବିର୍ଭୁମର ବିଜେପି ପ୍ରାର୍ଥୀ ତାରାକେଶ୍ଵର ଶାହଙ୍କ ସହିତ ଯୋଗାଯୋଗ କରିଲୁ। ସେ କହିଛନ୍ତି ଯେ ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନୁହନ୍ତି। ନିର୍ବାଚନ ଫଳାଫଳ ପରେ କେବଳ ଗୋଟିଏ ଘଟଣା ସାମନାକୁ ଆସିଛି ଯେଉଁଠାରେ ଜଣେ ବାଳକକୁ ଅନେକ ଲୋକ ମାଡ଼ ମାରିଥିଲେ। ଏହି ସମ୍ପର୍କରେ ଏକ ମାମଲା ରୁଜୁ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରା ଯାଇଅଛି।
ଏହା ପରେ ଆମେ ବିଜେପି ମୁଖପାତ୍ର ସାୟଂତନ ବାସୁଙ୍କ ସହିତ ଯୋଗାଯୋଗ କରିଲୁ। ଆମେ ଯେତେବେଳେ ଭାଇରାଲ ହେଉଥିବା ଫୋଟୋରେ ଥିବା ମହିଳାଙ୍କ ନାମ ବା ଠିକଣା ବିଷୟରେ ଅଧିକ ସୂଚନା ଦେଇ ସାହାଜ୍ଯ କରିବାକୁ କହିଥିଲୁ ସେତେବେଳେ ଆମେ ତାଙ୍କ ଠାରୁ ସ୍ପଷ୍ଟତା ଗ୍ରହଣ କରିନାହୁଁ। ସେ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ପରି ଦାବି କରିଛନ୍ତି ତଥାପି ଘଟଣାର ଘଟଣାର କୌଣସି ଠୋସ ସୂଚନା ପରଦା କରି ନାହାନ୍ତି କିମ୍ବା ସେମାନଙ୍କ ପାର୍ଟି କର୍ମଚାରୀ ମାନଙ୍କ ପାଇଁ ନ୍ୟାୟ ପାଇବା ପାଇଁ ପୋଲିସ ଷ୍ଟେସନରେ କୌଣସି ଅଭିଯୋଗ ଦାଖଲ କରା ଯାଇ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରେ ଆମେ ଭାଇରାଲ ହେଉଥିବା ଫୋଟୋ ସହିତ ଦାବିକୁ ମିଥ୍ୟା ବୋଲି ପାଇଲୁ। ବିର୍ଭୁମ ଜିଲ୍ଲା ଏସପି ନିଜେ କହିଛନ୍ତି ଯ ଏଜିଲ୍ଲାରେ କୌଣସି ଦୁଷ୍କର୍ମ ଘଟଣା ଘଟି ନାହିଁ।

Title:କ’ଣ ଭାଇରାଲ ହେଉଥିବା ଫ୍ଫୋଟୋରେ ମହିଳାଙ୍କ ସହିତ ଟିଏମସି ସମର୍ଥକ ମାନେ ଦୁଷ୍କର୍ମ କରିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
