କିଛି ଦିନରୁ ସୋସିଆଲ ମିଡିଆରେ କରୋନାକୁ ନେଇ ଅନେକ ପୋଷ୍ଟ ଦେଖିବାକୁ ମିଳୁଛି। ଲୋକେ କରୋନାର ସମ୍ପୂର୍ଣ ଜ୍ଞାନ ନଥିବାରୁ ମଧ୍ୟ ଏହାର ପ୍ରତିରୋଧ ଏବଂ ଘରୋଇ ଉପଚାର ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଏହା ବିପଜ୍ଜନକ ହୋଇ ପରେ। ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ ଫୁସଫୁସ ପହଞ୍ଚିବା ପୂର୍ବରୁ କରୋନା ଭାଇରସ ନଷ୍ଟ ହେଇ ଯାଏ।

ଫେକ୍ଟ କୃସେଣ୍ଡୋ ଏହି ଦାବିକୁ ମିଠା ବୋଲି ପାଇଲା।

କ’ଣ ଦାବି ଏହି ପୋଷ୍ଟର?

୩୦ ଏପ୍ରିଲରେ ଜଣେ ଶେୟାର ଚ୍ୟାଟ ୟୁଜର ଗୋଟିଏ ସ୍କ୍ରିନଶଟ ଶେୟାର କରିଛନ୍ତି ଯେଉଁଥିରେ କରୋନାର ଲକ୍ଷଣ ବିଷୟରେ କୁହା ଯାଇଅଛି। ଏହି ପୋଷ୍ଟ ଅନୁଯାୟୀ ଶୁଖିଲା କାଶ, ଉଚ୍ଚ ଶରୀର ତାପମାନ, ନିଶ୍ଵାସ ପ୍ରଶ୍ଵାସ ପ୍ରଖର, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା ଇତିୟାଦୀ କରୋନାର ଲକ୍ଷଣ ଅଟେ। ଏହା ସହିତ ଏହି ପୋଷ୍ଟରେ ଦାବି କରା ଯାଇଅଛି ଯେ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ ଫୁସଫୁସ ପହଞ୍ଚିବା ପୂର୍ବରୁ କରୋନା ଭାଇରସ ନଷ୍ଟ ହେଇ ଯାଏ।

sc.jpg

ShareChat | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ଆମେ ଉପରୋକ୍ତ ପୋଷ୍ଟକୁ ଦୁଇ ଭାଗରେ ବିଭାଜିତ କରିଲୁ। ପ୍ରଥମେ ଆମେ ପୋଷ୍ଟରେ କରୋନାର ଲକ୍ଷଣ ବିଷୟରେ ସତ୍ୟତା ଜାଣିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟରେ ଯାଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ କରୋନାର ଅନେକ ଲକ୍ଷଣ ବିଷୟରେ ସୂଚନା ମିଳିଲା। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଜର, ଶୁଖିଲା କାଶ ଏବଂ କ୍ଳାନ୍ତି କରୋନାର ସାଧାରଣ ଲକ୍ଷଣ ଅଟେ। ଶରୀରରେ ଯନ୍ତ୍ରଣା, ଗଲା ଖରାପ, ଝାଡ଼ା, ମୁଣ୍ଡବିନ୍ଧା, ସ୍ଵାଦ କିମ୍ବା ଗନ୍ଧ ହରାଇବା, ଚରମ ରୋଗ ଇତିୟାଦୀ କରୋନାର କମ ସାଧାରଣ ଲକ୍ଷଣ ବର୍ଗରେ ଆସେ। ନିଶ୍ଵାସ ନେବାରେ ଅସୁବିଧା, ନିଶ୍ଵାସ ପ୍ରଶ୍ଵାସ, ଛାତି ଯନ୍ତ୍ରଣା କିମ୍ବା ଚାପ ଏବଂ ବାଣୀ ବା ଗତି ହରାଇବା କରୋନାର ଗମ୍ଭୀର ଲକ୍ଷଣ ଅଟେ।

who.jpg

WHO | Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ୱେବସାଇଟ ମାଧ୍ୟମରୁ ସୂଚନା ମିଳିଲା ଯେଉଁଥିରେ କୁହା ଯାଇଅଛି ଯେ ଲେମ୍ବୁ କିମ୍ବା ହଳଦୀ କରୋନା ଭାଇରସ ଠାରୁ ରକ୍ଷା କରିବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ସାଧାରଣତ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଖାଦ୍ୟରେ ଯଥେଷ୍ଟ ଫଳ ଏବଂ ପାରିବା ଖାଇବାର ପରାମର୍ଶ ଦେଇଛି।

covid19-fact-or-fiction--lemon-turmeric.png

WHO | Archive

ଟୁଇଟରରେ ଯାଇ ଏହି ବିଷୟରେ ସର୍ଚ କରିଲା ପରେ ଆମକୁ ପିଆଇବି ଦ୍ଵାରା ଭାଇରାଲ ଦାବିର ଖଣ୍ଡନ କରିଥିବା ଟୁଇଟ ମିଳିଲା। ଏହି ଟୁଇଟରେ କୁହା ଯାଇଅଛି ଯେ କରୋନା ଠାରୁ ଉଦ୍ଧାର ପାଇବା ପାଇଁ ନାକରେ ଲେମ୍ବୁ ରସ ଲଗାଇବା ଦାବି ସହିତ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା ଅଟେ। ଏପରି କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯାହା ଦ୍ଵାରା ପ୍ରମାଣିତ ହେବ ଯେ ଲେମ୍ବୁ ବ୍ୟବହାର କରିଲେ କରୋନା ଭାଇରସ ନଷ୍ଟ ହେଇ ଯାଇଥାଏ।

Archive

ଏହି ବିଷୟରେ ଅଧିକ ସୂଚନା ପାଇଁ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲୁ। ସର୍ଚ କରିଲା ପରେ ଗୋଟିଏ ସରକାରୀ ୱେବସାଇଟରେ କୁହା ଯାଇଅଛି ଯେ ଲୋକେ କୋଭିଡ-୧୯ ରୋକିବା କିମ୍ବା ଚିକିତ୍ସା କରିବା ପାଇଁ ବିକଳ୍ପ ପ୍ରତିକାର ଖୋଜୁଛନ୍ତି। ଏଥିରୁ କିଛି ପ୍ରତିକାର ହର୍ବାଲ ଥେରାପି ଯେପରିକି ଚା, ଅତ୍ୟାବଶ୍ୟକ ତେଲ, ଟିଙ୍କଚର ଏବଂ ରୂପା ଦ୍ରବ୍ୟ ଥିବା ଜିନିଷ ଇତିଯାଦୀ ଅଟେ। ଏହି ଅନୁଛେଦରେ ଏହା ମଧ୍ୟ କୁହା ଯାଇଅଛି ଯେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଯେ ଏହି ବିକଳ୍ପ ଗୁଡ଼ିକ କୌଣସିଟା କୋଭିଡ-୧୯ ପ୍ରତିରୋଧ କିମ୍ବା ଆରୋଗ୍ୟ କରି ପାରିବ। ବାସ୍ତବରେ ଏହା ମଧ୍ୟରୁ କିଛି ଜିନିଷ ସେବନ କରିବା ନିରାପଦ ହୋଇପାରେ।

WS.jpg

Website | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଉଷୁମ ପାଣିରେ ଲେମ୍ବୁ ପକେଇ ସେବନ କରିବା ଦ୍ଵାରା କରୋନା ନଷ୍ଟ ହେବାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁ ଯେ କୋଭିଡକୁ ହରେଇବା ପାଇଁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

Avatar

Title:କ’ଣ ଉଷୁମ ପାଣିରେ ଲେମ୍ବୁ ରସ ପକେଇ ସେବନ କରିଲେ କରୋନା ଭାରସ ନଷ୍ଟ ହୋଇଥାଏ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu

Result: False