କ’ଣ ରୂପୀ ମରା ଟୀକା ଦ୍ଵାରା କୋରୋନା ଭାଇରସ କୁ ଖତମ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

False Medical
image.jpg

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ ଖବର ସାମ୍ନାକୁ ଆସୁଛି। ତେବେ କରୋନାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ନାନା କଥା ଶୁଣିବାକୁ ମିଳୁଛି।

ଏହା ମଧ୍ୟରେ ବର୍ତମାନ ସୋସିଆଲ ମିଡିଆରେ କୋରୋନା ପାଇଁ ଅନେକ ଟୀକା ବିଷୟରେ ଶୁଣିବାକୁ ମିଳୁଛି। ୧୫ ମେ ୨୦୨୦ ରେ ଜଣେ ଫେସବୁକ ୟୁଜର ଓଡ଼ିଆ ନ୍ୟୁଜ ୨୪ ପେଜରେ ଗୋଟିଏ ପୋସ୍ତରେ ଏହା ଦାବି କରିଛନ୍ତି ଯେ ରୂପୀ ମରା ଔଷଧ ଦ୍ଵାରା କୋରୋନା ନଷ୍ଟ କରା ଯାଇ ହେବ। ଏହି ଔଷଧର ନାମ ହେଲା ଆଇଭରମେକ୍ଟିନ। 

fb.jpg

Facebook | Archive

ଆମ ଅନୁସନ୍ଧାନ:

ପ୍ରଥମେ ଆମେ ଆଇଭର୍ମେକ୍ଟିନଔଷଧ ବିଷୟରେ ଖୋଜି ବାହାର କରିଲୁ। ଆମେ ଗୁଗୁଲରେ ଯାଇ “ଯୁଜେସ ଅଫ ଆଇହର୍ମେକ୍ଟିନ” ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ସି.ଡି.ସି ୱେବସାଇଟରେ ଏହି ଔଷଧ ବିଷୟରେ ଜ୍ଞାନ ମିଳିଲା। ଏହି ଔଷଧ ଆମ ଶରୀରରେ ଥିବା ପରଜୀବୀ କୁ ନଷ୍ଟ କରିବା ପାଇଁ ବ୍ୟବହାର ହୁଏ। ମିଳିଥିବା ପ୍ରମାଣ ଅନୁସାରେ ଏହି ଔଷଧ ସ୍କେବିଷ ନାମକ ଚରମ ରୋଗ ଚିକିତ୍ସା କରିବାରେ ବ୍ୟବହାର କରା ଯାଏ। କିନ୍ତୁ ଏଫ.ଡି.ଏ (FDA) ଏହି ଔଷଧ ର ବ୍ୟବହାର ର ଅନୁମୋଦନ ଦଦେଇ ନାହିଁ। ଏହି ଔଷଧ ର ବ୍ୟବହାର ସେତେବେଳେ କରା ଯାଏ, ଯେତେବେଳେ ରୋଗୀ FDA ଅନୁମୋଦନ ଔଷଧ ରୁ ଠିକ ହେଇ ପାରି ନଥାଏ। 15 କେ.ଜି ଓଜନ ଥିବା ଶିଶୁ ଏବଂ ଗର୍ଭବତୀ ଥିବା ମହିଳା ମାନଙ୍କ ଦ୍ଵାରା ଏହି ଔଷଧ ବ୍ୟବହାର କେତେ ସୁରକ୍ଷିତ ଏବେ ମଧ୍ୟ ଜଣା ନାହିଁ। 

cdc ivermectin use.jpg

CDC | Archive

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ଏହି ବିଷୟରେ ମୁଖ୍ୟ ଶବ୍ଦ ନେଇ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏନ.ଆଇ.ଏଚ୍. ୱେବ୍ସାଇଟରେ ୧୨ ମେ ୨୦୨୦ ରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ଯଦିଓ ବିଶ୍ଵର ଅନେକ ଦେଶରେ ଏହା ରିପୋଷ୍ଟ ବାହାରି କି ଆସୁଛି ଯେ ଭିନ୍ନ ଭିନ୍ନ ପ୍ରକାର ର ଟୀକା ଦ୍ଵାରା କୋରୋନା ଭାଇରସ ନଷ୍ଟ କରା ଯିବା ସମ୍ଭବ, ତାପରେ ମଧ୍ୟ ବର୍ତମାନ ସମୟ ସୁଧା କୋରୋନା ପାଇଁ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁମୋଦିତ ଔଷଧ ବାହାରି ନାହିଁ। କୋରୋନା ଭାଇରସ ନଷ୍ଟ କରିବା ପାଇଁ ଏହି ସବୁ ଔଷଧର ଯଥେଷ୍ଟ ପ୍ରମାଣ ମିଳି ନାହିଁ। ସଂକ୍ରମଣ ପ୍ରତିରୋଧ, ନିୟନ୍ତ୍ରଣ ପଦକ୍ଷେପ ଏବଂ ସାହାୟକ ଯତ୍ନ ହି କୋରୋନା ବିରୁଦ୍ଧରେ ଲଢିବା ଉପାୟ। 

NIH.jpg

NIH | Archive

ଏହା ପରେ ଆମେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ୱେବ୍ସାଇଟରେ ଯାଇ ଏହି ଖବର ର ଯାଞ୍ଚ କରିଲୁ। ୧୮ ମେ ୨୦୨୦ ରେ ଖାଦ୍ୟ ଏବଂ ଔଷଧ ପ୍ରଶାସନ ୱେବ୍ସାଇଟରେ ସ୍ପଷ୍ଟ ଭାବେ କୁହା ଯାଇଅଛି ଯେ ବର୍ତମାନ ସୁଧା କୋରୋନା ପାଇଁ ଏଫଡ଼ିଏ (FDA) ଅନୁମୋଦିତ ଟୀକା ବାହାରି ନାହିଁ। ଅନ୍ୟ ଅନ୍ୟ ଔଷଧ ନେଇ ଅନୁସନ୍ଧାନ ଚାଲି ଅଛି। FDA ବର୍ତମାନ ଅନେକ ଗବେଷକ ଏବଂ ଔଷଧ ନିର୍ମାତା କମ୍ପାନୀ ସହିତ ମିଶି କୋରୋନା ପାଇଁ ଟିକ୍କା ବା ଔଷଧ ବାହାର କରିବା ପ୍ରକ୍ରିୟା କରୁଛି। 

FDA.jpg

FDA | Archive

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଏଫଡ଼ିଏ (FDA) ଏବଂ ଏନ.ଆ.ଏଚ କହିଛନ୍ତି ଯେ ବର୍ତମାନ ସୁଧା କୋରୋନା ଭାଇରସ ପାଇଁ କୌଣସି ଔଷଧ ବାହାରି ନାହିଁ। କୋରୋନା ଭାଇରସ ନଷ୍ଟ କରିବା ପାଇଁ କୌଣସି ଔଷଧ ବ ଟୀକାର ଯଥେଷ୍ଟ ପ୍ରମାଣ ମିଳି ନାହିଁ। ଆମେ ସମସ୍ତଙ୍କୁ ଅନୁରୋଧ କରୁଛୁଜେ କୌଣସି ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। 

Avatar

Title:କ’ଣ ରୂପୀ ମରା ଟୀକା ଦ୍ଵାରା କୋରୋନା ଭାଇରସ କୁ ଖତମ କରିବା ସମ୍ଭବ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *