କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

False Social

ଏକ ବିରାଟ ଚନ୍ଦ୍ର ସୂର୍ଯ୍ୟର ପରିକ୍ରମା କରୁଥିବା ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଚନ୍ଦ୍ର ଗ୍ରହଣ କରିବା ପୂର୍ବରୁ ଏବଂ ଅନ୍ଧକାର କରିବା ପୂର୍ବରୁ ପୃଥିବୀ ପୃଷ୍ଠରୁ ଅତି ନିକଟରେ ଦେଖା ଯାଉଅଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଦୃଶ୍ୟ ଉତ୍ତର ମେରୁର ଅଟେ। 

ଫେକ୍ଟ କ୍ରିଷେଣ୍ଡୋ ଭାଇରାଲ ହେଉଥିବା ଏହି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲ ଏବଂ ଅନ୍ୟାନ୍ୟସୋସିଆଲ ମିଡିଆରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ହୋକ୍ସଆଏ ନାମକ ଗୋଟିଏ ଟୁଇଟର ଏକାଉଣ୍ଟ ଦ୍ଵାରା କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଟୁଇଟରେ ଲେଖା ଯାଇଅଛି ଯେ “ଏହି କମ୍ପୁଟର ଗ୍ରାଫିକ୍ସ ଏନିମେସନ୍ ବିଷୟରେ ଅନେକ ପ୍ରଶ୍ନ ଅଛି। କେହି ଏହାର ଉତ୍ସ ବିଷୟରେ ଜାଣିଛନ୍ତି କି? ଏହି ଭିଡିଓ ୨୦୧୩ ର ଗୋଟିଏ ଏନିମେସନ୍ କ୍ଲିପ୍ ପରି ଦେଖା ଯାଉଛି। https://www.youtube.com/watch?v=oBDZtt0vWD8

Archive

ଏହି ସୂଚନା ନେଇ ଆମ ମୁଖ୍ୟଶବ୍ଦ ବ୍ୟବହାର କରି ଅନୁସନ୍ଧାନ କରିଲୁ। ଫଳାଫଳରେ ଆମକୁ “ଆଲେକ୍ସି” ନାମକ ଟୁଇଟର ଏକାଉଣ୍ଟ ମିଳିଲା ଯେଉଁଥିରେ ସେ ଦାବି କରିଛନ୍ତି ଯେ ସେ ଏହି ଭିଡିଓକୁ କମ୍ପୁଟର ଗ୍ରାଫିକ୍ସ ସାହାଯ୍ୟରେ ସୃଷ୍ଟି କରିଥିଲେ। ଭିଡିଓଟି ୧୭ ମଇ ରେ ପୋଷ୍ଟ କରା ଯାଇଥିଲା। 

tiktok.jpg

Archive

ତାଙ୍କ ଏକାଉଣ୍ଟରେ ଆମେ ଅନ୍ୟ କମ୍ପ୍ୟୁଟର ଗ୍ରାଫିକ୍ସ ଦ୍ଵାରା ସୃଷ୍ଟି କରା ଯାଇଥିବା ଭିଡିଓ ମଧ୍ୟ ଦେଖିବାକୁ ପାଇଲୁ। 

TT.jpg

ତାଙ୍କ ଟିକଟକ୍ ଏକାଉଣ୍ଟରେ ସେ ନିଜ ଇଂଷ୍ଟାଗ୍ରାମ ଏକାଉଣ୍ଟର ଲିଙ୍କ ମଧ୍ୟ ଦେଇଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଇଂଷ୍ଟାଗ୍ରାମ ମାଧ୍ୟମରେ ଆଲେକ୍ସିଙ୍କ ସହିତ ଯୋଗାଯୋଗ କରିଲା ପରେ ସେ ସୂଚନା ଏଇଛନ୍ତି ଯେ ଏହି ଭିଡିଓ ଅସଲି ନୁହେଁ, ସେ ନିଜେ କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାର କରି ଏହାର ନିର୍ମାଣ କରିଛନ୍ତି। ସେ କହିଲେ “ମୁଁ ୟୁକ୍ରେନ ଦେଶରେ ସ୍ଥିତ ଜଣେ କମ୍ପ୍ୟୁଟର ଗ୍ରାଫିକ୍ସ କଳାକାର ଏବଂ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓକୁ ମୁ ନିଜେ ନିର୍ମାଣ କରିଛି।”

https://lh5.googleusercontent.com/6Xm0-HAyIFPag_YBRq1gRE4Z_-yRThNwzCCAlTS_e5AdKOeJB840gi4OcPgz60yQBKJZZqDunxeSaRwgmprXbgWCFmpkc3izACLZBlbgOSrycLt45JNLmhm7XUQPBrKKAUR-Wks

Archive

ଶେଷକଥା:

ଆମ ଅନୁସନ୍ଧାନରେ ପୋଷ୍ଟର ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଏହି ଭିଡିଓକୁ କମ୍ପ୍ୟୁଟର ଗ୍ରାଫିକ୍ସ ମାଧ୍ୟମରେ ସୃଷ୍ଟି କରା ଯାଇଅଛି। ଏହାର ଉତ୍ତର ମେରୁର ଦୃଶ୍ୟ ହୋଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ଏହି ଭିଡିଓ ଉତ୍ତର ମେରୁରେ ଚନ୍ଦ୍ର ସୂର୍ଯ୍ୟକୁ ଅତିକ୍ରମ କରୁଥିବା ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *