
ବର୍ତ୍ତମାନ ସୋସିଆଲ ମିଡିଆରେ କଂଗ୍ରେସ ଦଳ ବୈଠକର ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସୋନିଆ ଗାନ୍ଧୀଙ୍କ ସହିତ ରାହୁଲ ଗାନ୍ଧୀ, ମନମୋହନ ସିଂହ ଏବଂ ଦଳର ଅନ୍ୟ ସଦସ୍ୟ ମଧ୍ୟ ଅଛନ୍ତି। ଏହି ଫୋଟୋରେ ଏକ ବ୍ୟାନର ମଧ୍ୟ ଲାଗିଛି ଯେଉଁଥିରେ ଲେଖା ଯାଇଛି “ଇଣ୍ଡିଆନ ନେସନାଲ୍ କଂଗ୍ରେସ, ଚୋର ଗ୍ରୁପ୍ ସାକ୍ଷାତ।” ଦାବି ଅନୁଯାୟୀ ଫୋଟୋରେ କୋର ଶବ୍ଦକୁ ଚୋର ବୋଲି ଲେଖା ଯାଇଛି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଫୋଟୋ ସହିତ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

ଆମ ଅନୁସନ୍ଧାନ:
ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ପ୍ରଥମେ ଏହାର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ କଂଗ୍ରେସ ଦଳ ଦ୍ଵାରା ୨୦୧୯ ମସିହାରେ ଆୟୋଜିତ ହେଇଥିବା ଏକ ସାମ୍ବାଦିକ ସମ୍ମିଳନୀର ଫୋଟୋ ଅଟେ। ସମାନ ସାମ୍ବାଦିକ ସମ୍ମିଳନୀର ଏକ ଭିଡିଓ କଂଗ୍ରେସ ଦଳର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ୨୫ ମଇ ୨୦୧୯ରେ ପ୍ରସାରିତ ହେଇଥିଲା। ଲୋକସଭା ନିର୍ବାଚନରେ କଠୋର ପରାଜୟ ପରେ କଂଗ୍ରେସ ଦ୍ଵାରା ଏହି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରା ଯାଇଥିଲା।
ଏହି ଭିଡିଓରେ ଆମେ ସମାନ ପ୍ରକାରର ବ୍ୟାନର ମଧ୍ୟ ଦେଖିବାକୁ ପାଇଲୁ। କିନ୍ତୁ ଏହି ବ୍ୟାନରରେ କେଉଁଠାରେ ମଧ୍ୟ “ଚୋର ଗ୍ରୁପ୍ ମିଟିଙ୍ଗ” ବୋଲି ଲେଖା ଯାଇ ନାହିଁ। ଏହି ସମ୍ମିଳନୀ ଏଆଇସିସି ମୁଖ୍ୟାଳୟରେ ଆୟୋଜିତ କରା ଯାଇଥିଲା।
ରାଜ୍ୟ ସଭା ଟିଭିର ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୧୯ ନିର୍ବାଚନରେ ପରାଜୟର ସାମନା କରିଲା ପରେ ସେହି ସମ୍ପର୍କରେ କଂର୍ଷ ଦଳ ଏକ ବୈଠକ ଡକାଇଥିଲା। ସେହି ସମ୍ମିଳନୀରେ ସୋନିଆ ଗାନ୍ଧୀଙ୍କ ସହ ରାହୁଲ ଗାନ୍ଧୀ, ମନମୋହନ ସିଂହ ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଯୋଗଦାନ ଦେଇଥିଲେ। ରାହୁଲ ଗାନ୍ଧୀ ଵହି ସମ୍ମିଳନୀରେ କଂଗ୍ରେସ ସଭାପତି ପିଡ଼ିରୁ ଇସ୍ତଫା ଦେଇଥିଲେ।

ରାଜ୍ୟସଭା ଟିଭିର ୱେବସାଇଟରେ ଭାଇରାଲ ଫୋଟୋର ମୂଳ ଫୋଟୋ ପ୍ରକାଶିତ ହେଇଛି। ଏହି ଫୋଟୋରେ ବ୍ୟାନରରେ କେବଳ “ଇଣ୍ଡିଆନ ନେସନାଲ କଂଗ୍ରେସ” ଲେଖା ଯାଇଛି। ଭାଇରାଲ ଫୋଟୋରେ “ହୋର ଗ୍ରୁପ୍ ମିଟିଙ୍ଗ” ଥିବା ବ୍ୟାନରକୁ ଏଡିଟ୍ କରା ଯାଇଛି। ନିମ୍ନରେ ଆପଣ ଦୁଇଟି ଫୋଟୋର ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କଂଗ୍ରେସ ଦଳର ସାମ୍ବାଦି ସମ୍ମିଳନୀର ଫୋଟୋକୁ ଏଡିଟ୍ କରି ସେୟାର କରା ଯାଉଛି। ଅସଲି ଫୋଟୋରେ ଥିବା ବ୍ୟାନରରେ ଚୋର ଗ୍ରୁପ୍ ମିଟିଙ୍ଗ ଲେଖା ଯାଇ ନାହିଁ।

Title:କ’ଣ ଏକ ସାକ୍ଷାତ ସମୟରେ କଂଗ୍ରେସ ପାର୍ଟିର ବ୍ୟାନରରେ ଚୋର ଗ୍ରୁପ୍ ମିଟିଙ୍ଗ ଲେଖା ଯାଇଅଛି?
Fact Check By: Siddharth SahuResult: False
