କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

Missing Context Political

ବର୍ତ୍ତମାନ ସୋସିଆଲ ମିଡିଆରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ମୁଁ ସେହି ପୋଲିସ ମାନଙ୍କୁ କହିବାକୁ ଚାହୁଁଛି ଯେ ମୋର ଏହି କଥା ମାନେ ରଖ ଯେ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ ତୁମ ଅତ୍ୟାଚାରକୁ ଭୁଲିବୁ ନାହିଁ। ଆମେ ତୁମ ଦ୍ଵାରା ଦିଆ ଯାଇଥିବା ଯନ୍ତ୍ରଣାକୁ ମାନେ ରଖିବୁ। ଆଲ୍ଲାହ ତୁମକୁ ନଷ୍ଟ କରିବପରିସ୍ଥିତି ବଦଳିବ। ସେତେବେଳେ କିଏ ତୁମ ମାନଙ୍କୁ ଉଦ୍ଧାର କରିବାକୁ ଆସିବ ଯେବେ ଯୋଗୀ  ନିଜ ମଠକୁ ଚାଲି ଯିବେ ଆଉ ମୋଦୀ ପାହାଡକୁ ଚାଲି ଯିବେ?”

ଏହି ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ “ଦେଖନ୍ତୁ ଓବେସି କିପରି ବିଷ ଉଗାଲୁଚି…. ଯଦି ହିନ୍ଦୁ ଏପରି ଆଗକୁ ଏମିତି ସୋଇରହିବ, ନିଶ୍ଚିତ ମୁସଲମାନ ଆସି ତମ ଘରେ ନମ୍ବାଜ ପଧିବେ”

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ପ୍ରସଙ୍ଗ ବାହାରେ ପାଇଲା। 

Facebook | Archive

ଆମ ଅନୁସନ୍ଧାନ: 

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ୟୁଟ୍ୟୁବରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ଓୱେସିଙ୍କର କାନପୁର ରରେଲି ସମୟରେ ଦିଆ ଯାଇଥିବା ଭାଷଣର ଏକ ଅଂଶ ଅଟେ। ୧୩ ଡିସେମ୍ବରରେ ୱାନ୍ ଚ୍ୟାନାଲ ନାମକ ଏକ ଫେସବୁକ ଏକାଉଣ୍ଟରେ ଭାଇରାଲ ଭିଡିଓର ମୂଳ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ପ୍ରାୟ ୪୫ ମିନିଟର ଅଟେ। ଏହି ଭିଡିଓର ୩୯.୦୯ ମିନିଟ ସମୟରୁ ଆପଣ ମାନେ ଭାଇରାଲ ଭିଡିଓର ପ୍ରସଙ୍ଗ ବିଷୟରେ ଜାଣି ପାରିବେ। 

ଅସଦୁଦ୍ଦିନ ଓୱେସି ଏହି ଭିଡିଓରେ କହିଛନ୍ତି, “ସୌକତ ସାହାବ ବଟେଇଛନ୍ତି ଯେ କାନପୁରର ରସୁଲାବାଦ ପୋଲିସ ଥାନାରେ ଏକ ୮୦ ବର୍ଷ ବୃଦ୍ଧ ବ୍ୟକ୍ତି ଯାହାଙ୍କ ନାମ ମହମ୍ମଦ ରଫିକ, ତାଙ୍କୁ ଥାନାରେ ଅତ୍ୟାଚାର କରି ତାଙ୍କ ଉପରେ ପରିସ୍ରା କରା ଯାଇଥିଲା ଏବଂ ଏହି ପ୍ରକାର କାମ ଥାନା ଏସଆଇ ଗଞ୍ଜେନ୍ଦ୍ର ପାଲ ସିଂହ କରିଥିଲେ। ଜଣେ ୮୦ ବର୍ଷ ବୟସ ବୃଦ୍ଧା ବ୍ୟକ୍ତିଙ୍କର ଦାଢି ଟଣା ଯାଉଛି। ଯଦି ଏହି ଘଟନା ସତ୍ୟ ତେବେ ହୃଦୟକୁ କଷ୍ଟ ହୁଏ କି ତୁମେ ଦାଢି ଦେଖି ନିର୍ଣୟ କରିଲେ ଯେ ସେ ବ୍ୟକ୍ତିଏନକେ ଦାଢି ଟଣା ଜୀବ। ଆମ ଦାଢିଥୁ ତୁମ ମାନଙ୍କୁ ଏତେ ଘୃଣା କେଉଁ କାରଣରୁ ଅଛି? ଜଣେ ୮୦ ବର୍ଷ ବୟସ ବୃଦ୍ଧ ବ୍ୟକ୍ତି ସହିତ ତୁମେ ଏପରି ବ୍ୟବହାର କରୁଛ? ମୁଁ ଏପରି ପୋଲିସ ଲୋକ ମାନଙ୍କୁ କହିବାକୁ ଚାହୁଁଛି କି ମୋର ଏହି କଥା ମାନେ ରଖ ସଦା ବେଳେ ଯୋଗୀ ମୁଖ୍ୟମନ୍ତ୍ରୀ ରହିବା ନାହିଁ, ସଦା ବେଳେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ନାହିଁ। ଆଉ ଆମେ ମୁସଲମାନ ମାନେ ଏହି ସମୟରେ ଚୁପ ନିଶ୍ଚୟ ଅଛୁ କିନ୍ତୁ ମାନେ ରଖ ଯେ ଆମେ ତୁମ ଅତ୍ୟାଚାରକୁ ଭୁଲିବୁ ନାହିଁ। ଆମେ ତୁମ ଦ୍ଵାରା ଦିଆ ଯାଇଥିବା ଯନ୍ତ୍ରଣାକୁ ମାନେ ରଖିବୁ। ଆଲ୍ଲାହ ତୁମକୁ ନଷ୍ଟ କରିବପରିସ୍ଥିତି ବଦଳିବ। ସେତେବେଳେ କିଏ ତୁମ ମାନଙ୍କୁ ଉଦ୍ଧାର କରିବାକୁ ଆସିବ ଯେବେ ଯୋଗୀ  ନିଜ ମଠକୁ ଚାଲି ଯିବେ ଆଉ ମୋଦୀ ପାହାଡକୁ ଚାଲି ଯିବେ

https://www.youtube.com/watch?v=M7gDaCGascA&t=2418s

ଭିଡିଓ ବିଷୟରେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଅସାଡୁଦ୍ଦିନ ଓୱେସିଙ୍କ ଅଫିସିଆଲ ଟୁଇଟର ହେଣ୍ଡେଲରେ ସମାନ ଭିଡିଓ ବିଷୟରେ କରା ଯାଇଥିବା ଗୋଟିଏ ଟୁଇଟ ମିଳିଲା। ଏହି ଟୁଇଟ ମାଧ୍ୟମରେ ଅସାଦୁଦ୍ଦିନ ଓୱେସି କହିଛନ୍ତି ଯେ ସେ ହିଂସା ସୃଷ୍ଟି କରି ନାହାନ୍ତି କିମ୍ବା କାହାକୁ ଧମକ ଦେଇ ନାହାନ୍ତି। ସେ ତାଙ୍କ ଭାଷଣରେ ପୋଲିସର ଅତ୍ୟାଚାର ବିଷୟରେ କହିଥିଲେ। “ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ମୋର କାନପୁରରେ ଦେଇଥିବା ୪୫ ମିନିଟ ଭାଷଣର ଭିଡିଓର ୧ ମିନିଟର କ୍ଲିପ୍ ପ୍ରସାରିତ କରା ଯାଇଛି।”

ମୂଳ ଭିଡିଓ ଏବଂ ହାଇରାଲ ଭିଡିଓ ମଧ୍ୟରେ ତୁଳନାକୁ ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅସାଦୁଦ୍ଦିନ ଓୱେସି ନିଜ ଭାଷଣରେ ହିନ୍ଦୁ ମାନଙ୍କୁ ଧମକ ଦେଉ ନାହାନ୍ତି। ମୂଳ ଭିଡିଓରେ ସେ ଉତ୍ତରପ୍ରଦେଶ ପୋଲିସ ବିରୋଧରେ ଭାଷଣ ଦେଇଥିଲେ।

Avatar

Title:କ’ଣ ଭାଇରାଲ ଭିଡିଓରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସାଦୁଦ୍ଦୀନ ଓୱେଶୀ ହିନ୍ଦୁ ମାନଙ୍କୁ ଧମକ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *