
କିଛି ଦିନ ପୂର୍ବରୁ ସ.ପା ନେତା ଅଖିଲେଶ ଯାଦବ ବିଜୟ ରଥ ଯାତ୍ରା ପାଇଁ ଉତ୍ତରପ୍ରଦେଶର ହାର୍ଦୋଇରେ ଥିଲେ। ସେହି ଦିନ ସରଦାର ବଲ୍ଲଭଭାଇ ପଟେଲଙ୍କର ଜନ୍ମଦିନ ମଧ୍ୟ ଥିଲା। ସେଠାରେ ଏକ ସଭା ଆୟୋଜିତ କରା ଯାଇଥିଲା ଯେଉଁଥିରେ ଅଖିଲେଶ ଯାଦବ ଏକ ଭାଷଣ ଦେଇଥିଲେ।
ତ୍ରିଦୀପ କୁମାର ନନ୍ଦୀ ନାମକ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ଦାବି କରା ଯାଇଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର ଶ୍ରେୟ ମହମ୍ମଦ ଅଲି ଜିନ୍ନାହକୁ ଦେଇଛନ୍ତି। ଭିଡିଓ ସହିତ କୁହା ଯାଇଛି ଯେ “ମହମ୍ମଦ ଅଲି ଜିନ୍ନାହ ଅନେକ ସଂଘର୍ଷ କରି ଦେଶକୁ ସ୍ଵାଧୀନ କରେଇଥିଲେ। ଆପଣ ସତ୍ୟ କହୁଛନ୍ତି ଅଖିଲେଶ ଜି। ଲକ୍ଷ ଲକ୍ଷ ହିନ୍ଦୁ ମାନଙ୍କର ହତ୍ୟା କରି ପାକିସ୍ତାନକୁ ସ୍ଵାଧୀନତା ଡିଲେଇ ଥିବା ବ୍ୟକ୍ତିକୁ ଅନେକ ସଂଘର୍ଷ କାଇବାକୁ ପଡିଥିବା।”
ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଭିଡିଓ ସହିତ କରା ଯାଇଥିବା ଦାବିକୁ ପ୍ରସଙ୍ଗ ବାହାରେ ପାଇଲା।
ସମାନ ଦାବି ସହିତ ଭିଡିଓଟି ଆମକୁ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ମିଳିଲା। ଏହି ଭିଡିଓ ଉତ୍ତରପ୍ରଦେଶର ବିଜେପି ଦଳ ଅଫିସିଆଲ ୱେବସାଇଟର ଟୁଇଟର ହେଣ୍ଡେଲ ରେ ପୋଷ୍ଟ କରା ଯାଇଛି।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଏହି ଭିଡିଓ କ୍ଲିପ୍ ର ମୂଳ ଭିଡିଓକୁ ୟୁଟ୍ୟୁବରେ ସର୍ଚ୍ଚ କରିଲୁ। ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ନ୍ୟୁନ ୪ ନେଶନ୍ ୟୁଟ୍ୟୁବ ଚ୍ୟାନାଲରେ ମୂଳ ଭିଡିଓ ଅପ୍ଲୋଡ୍ ହେଇଥିବା ମିଳିଲା। ପ୍ରାୟ ୧ ଘଣ୍ଟା ସମୟର ଏହି ଭିଡିଓର ୩୪.୧୯ ମିନିଟ ରୁ ନେଇ ୩୫.୧୧ ମିନିଟ ମଧ୍ୟରେ ଆମେ ଭାଇରାଲ କ୍ଲିପ୍ ର ଅଂଶ ଦେଖିଲୁ। ଏହି ଭିଡିଓକୁ ଗଭୀରତା ସହିତ ଶୁଣିଲୁ। ଅଖିଲେଶ ଯାଦବ ଭିଡିଓରେ କହୁଛନ୍ତି, “ସରଦାର ପଟେଲ, ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ, ଜବାହାରଲାଲ ନେହେରୁ ଏବଂ ମହମ୍ମଦ ଅଲି ଜିନ୍ନାହ ସମାନ ସଂସ୍ଥାରୁ ପଢୀ ବାରିଷ୍ଟର ହେଇଥିଲେ। ବେରିଷ୍ଟର ହେଇ ସେମାନେ ସ୍ଵାଧୀନତା ଦେଇଥିଲେ ଏବଂ ଯେତେବେଳେ କାହାକୁ ସଂଘର୍ଷ କରିବାକୁ ପଡିଥିଲା ସେ ପଛକୁ ଫେରିନଥିଲେ।”
ଏହି ଭିଡିଓ ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଅଖିଲେଶ ଯାଦବ କେବଳ ଜିନ୍ନାହଙ୍କୁ ଭାରତର ସ୍ଵାଧୀନତାର ଶେୟ ଦେଇ ନାହାନ୍ତି। ସେ ଗାନ୍ଧୀ, ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ଜିନ୍ନାହଙ୍କ ସମାନ ସଂସ୍ଥାର ଛାତ୍ର ହେଇଥିବା କଥା କହିଥିଲେ। ଭାଇରାଲ ଭିଡିଓରେ ଅଖିଲେଶ ଯାଦବକର ପୁରା ଭାଷଣ ଦେଖାଯାଇ ନାହିଁ।
ଏହି ଘଟଣା ବିଷୟରେ ଆମକୁ ଟାଇମ୍ସ ନାଓ ନବଭାରତର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ଦେଖିବାକୁ ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ସ.ପା ନେତା ଅଖିଲେଶ ଯାଦବ ଉତ୍ତରପ୍ରଦେଶର ହର୍ଡୋଇରେ ସରଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ମହମ୍ମଦ ଅଲି ଜିନ୍ନାହଙ୍କୁ ନେଇ ଏକ ବିବାଦୀୟ ଭାଷଣ ଦେଇଛନ୍ତି। ତାଙ୍କ ଭାଷଣରେ ସେ ମହମ୍ମଦ ଅଲି ଜିନ୍ନାହଙ୍କ ତୁଳନା ଗାନ୍ଧୀ, ନେହେରୁ ଏବଂ ସରଦାର ବଲ୍ଲଭଭାଇ ପଟେଲଙ୍କ ସହିତ କରି କହିଛନ୍ତି ଯେ ସେ ମଧ୍ୟ ଏମାନଙ୍କ ପରି ସ୍ଵତନ୍ତ୍ରତା ସେନାନୀ ଥିଲେ।
ନିମ୍ନରେ ଥିବା ଲିଙ୍କ୍ ରେ କ୍ଲିକ୍ କରି ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଅଖିଲେଶ ଯାଦବଙ୍କର ପୁରା ଭିଡିଓ ସ୍ପଷ୍ଟ ଭାବରେ ଦେଖାଯାଇ ନାହିଁ। ମୂଳ ଭିଡିଓ ଦେଖିଲା ପରେ ଜଣା ପଡିଛି ଯେ ଅଖିଲେଶ ଯାଦବ ନିଜ ଭାଷଣରେ ଭାରତର ସ୍ଵାଧୀନତାର ଶ୍ରେୟ ଜିନ୍ନାହକୁ ଦେଇ ନାହାନ୍ତି। ମୂଳ ଭିଡିଓର ଏକ କ୍ଲିପ୍ କୁ ପ୍ରସଙ୍ଗ ବାହାରେ ସେୟାର କରା ଯାଉଛି।

Title:କ’ଣ ଅଖିଲେଶ ଯାଦବ ନିଜ ଭାଷଣରେ କହିଥିଲେ ଯେ ମହମ୍ମଦ ଅଲି ଜିନ୍ନାହ ଭାରତକୁ ସ୍ଵାଧୀନତା ଦେଇଛନ୍ତି?
Fact Check By: Siddharth SahuResult: False
