
ଜୁନ ୯, ୨୦୧୭ ମସିହାରେ TV9 Kannada ଚ୍ଯାନେଲ ଏହା ଦାବା କରିଥିଲା ଯେ ଏହି ଜୀବଟି ଓଡ଼ିଶାରେ ୧୦୦ ମେଣ୍ଢାଙ୍କ ହତ୍ୟା ଓ ରାତ୍ରି ସମୟରେ ମଣିଷ କୁ ବି ଘାତ ପହଞ୍ଚାଇଥିଲା। ଏହି ଜୀବ ଦେହର ତଳ ଅଙ୍ଗ ଗୋଟିଏ ଛେଳି ପରିକା ଓ ଦେହ ର ଉପର ଅଙ୍ଗ ମନୁଷ୍ୟ ବୋଲି ଦାବି କରାହୋଇଅଛି ଏବଂ ଏହାର ଚେହେରାଟି ଦେଖିବାକୁ ମଣିଷ ପରିକା କିନ୍ତୁ ମୁଣ୍ଡରେ ଦୁଇଟା ସିଙ୍ଘ ଅଛି ବୋଲି ଦାବି କରା ଯାଇଛି। ଏହି ଜୀବଟି କୁ ଅନ୍ୟ ଗ୍ରହରୁ ଆସିଥିବା “ଏଲିଏନ” ଘୋଷିତ କରା ହୋଇଅଛି।
୨୭ ଏପ୍ରିଲ ୨୦୧୬ ମସିହାରେ ଏହି ଜୀବ ବିଷୟରେ ଗୋଟିଏ ଭିଡିଓ ପୋଷ୍ଟ କରା ଯାଇଥିଲା। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଜେନ ୨୬ ବର୍ଷୀୟ ଯୁବକଟି , ଏହି ଜୀବ ବିଷୟରେ ଅନୁସନ୍ଧାନ କରୁଥିବା ସମୟରେ ଏହି ଜୀବ ତାଙ୍କ ହତ୍ୟା କରିଥିଲା। ବିଦେଶରେ ଦେଖା ଯାଇଥିବା ଏହି ଜୀବଟିର ନାମ ଗୋତ୍ମାନ ରଖା ଯାଇଥିଲା।
ଆମ ଅନୁସନ୍ଧାନ
ଏହି ଭିଡିଓ ପଛରେ ଥିବା ସତ୍ୟ କୁ ଅନୁସନ୍ଧାନ କରିବା ପାଇଁ ପ୍ରଥମେ ଆମେ ଏହି ଭିଡିଓର ପ୍ରତ୍ଯେକ ଫ୍ରେମକୁ ଇନ୍ ଭିଡ଼୍ କ୍ରୋମ ଏକ୍ସଟେନ୍ଶନ ଟୁଲ ସାହାଯ୍ୟରେ ଅଲଗା କରି ପର୍ଯ୍ୟବେକ୍ଷଣ କଲୁ। ଯେତେବେଳେ ଆମେ ରିଭର୍ଷ ଇମେଜ ସର୍ଚ ଇଞ୍ଜିନ୍ ଗୁଗଲ୍ର ସାହାଯ୍ୟତାରେ ଗୋଟିଏ ଫ୍ରେମ୍ କୁ ପର୍ଯ୍ୟବେକ୍ଷଣ କରିଲୁ, ଆମେ ଏହା ସହିତ ଜଡ଼ିତ ଏକ ତଥ୍ୟ ସମ୍ପର୍କରେ ଆସିଲୁ। ୫ ଅକ୍ଟୋବର ୨୦୧୯ ମସିହାରେ Bangalore Mirror ର ତଥ୍ୟ ଅନୁଯାୟୀ ଏହି ଜୀବ “ଗୋତ୍ମାନ” ର ମିଥ୍ୟା ଖବର କିଛି ବର୍ଷ ପୂର୍ବରୁ ଆମେରିକା ଏବଂ ଅଷ୍ଟ୍ରେଲିୟାରେ ଚର୍ଚାରେ ଥିଲା।
ପରାନୋର୍ମଳ ପପେର୍ଷ ଏହା ଦାବି କରିଛି ଯେ ଏହି ଯିବ “ଗୋତ୍ମାନ” କୁ ପ୍ରଥମ ଥର ୧୯୫୭ ମସିହାରେ ୟୁ.ଏସ.ଏ ରେ ଦେଖା ଯାଇଥିଲା। ଏହା ପରଠୁ ଦେଶ ବିଦେଶ ରେ ଏହି ଘଟଣାଟି ବିସ୍ତାର ହୋଚାଲିଛି। ଆହୁରି ଗଭୀରତାରେ ଅନୁସନ୍ଧାନ କରିଲା ପରେ ଆମେ ଜାଣିବାକୁ ଅଆଇଲୁ ଯେ Boom Live ୱେବସାଇଟ୍ ରେ ଏହି ଘଟଣାଟି କୁ ମିଥ୍ୟା ବୋଲି ଘୋଷିତ କର ହାଇଛି। Boom Live ରେ ଏହା ଦାବି କରା ଯାଇଛି ଯେ ଏହି ଜୀବର ଫୋଟୋଟି Deviant Art ୱେବସାଇଟ୍ ରୁ ନିଆ ହୋଈଛି। ଏହି ଚିତ୍ରଟି ୨୦୧୧ ମସିହା ରେ ଚିତ୍ରକାର ଦ୍ଵାରା ଅଙ୍କିତ କରାଯାଇଥିଲା।
ଏହି ଘଟଣାଟି ଓଡ଼ିଶାରେ ହୋଇଥିବାର ମିଥ୍ୟା ଦାବି କରାଯାଇଅଛି। ଏହି ଭିଡିଓରେ ଦେଖା ଯାଇଥିବା ଜୀବର ଓଡ଼ିଶା ସହିତ କିଛି ସମ୍ପର୍କ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଏହା ଜଣା ପଡିଲାଯେ, ଏହି ଭିଡିଓ ରେ ହୋଇଥିବା ଦାବି ସହିତ ସତ୍ୟ ଘଟଣାର ଓଡ଼ିଶାର କୌଣସି ସ୍ଥାନ ସହିତ କୌଣସି ସମ୍ପର୍କ ନାହି। ପ୍ରକୃତ ଘଟଣାଟି ଏହା ଯେ ଏହି ମିଥ୍ୟା ଭିଡିଓଟି ଗତ କିଛି ବର୍ଷ ଧରି ଦେଶ ବିଦେଶ ରେ ବିସ୍ତାର ହୋଇଅଛି।

Title:କ’ଣ ଏହି ଜୀବଟି ଓଡ଼ିଶାରେ ଦେଖା ଯାଇଥିଲା? କିଏ ଏହି ଜୀବ ଆଉ କ’ଣ ସତରେ ଏହାର ଆତଙ୍କ ଓଡ଼ିଶା ବାସୀଙ୍କୁ ଡରାଇ ରଖି ଥିଲା? ଜାଣନ୍ତୁ ସତ୍ୟ ଘଟଣା।
Fact Check By: Siddharth SahuResult: False