ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମେସେଜ୍ ରେ ଦିଆ ଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଲୋକେ କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ଲାଭ ଉଠାଇ ପାରିବେ। ଏହି ପରି ଅନେକ ମେସେଜ୍ ଆମେ ଗତ କିଛି ମାସ ହେବ ଭାଇରାଲ ହେଉଥିବା ଦେଖିବାକୁ ପାଇଛୁ ଏବଂ ଏହି ପରି ଲିଙ୍କ୍ କୁ ଆମେ ବିଭ୍ରାଟକାରୀ ଏବଂ ବିପଦଜ୍ଜନକ ବୋଲି ପାଇଛୁ।

ମେସେଜ୍ ରେ ଭାଇରାଲ ହେଉଥିବା ଲିଙ୍କ୍ ର ସତ୍ୟତା ଜାଣିବା ପାଇଁ ଆଏମ ଏହି ବିଷୟରେ ଅନୁସନ୍ଧାନ କରିଲୁ। ଆସନ୍ତୁ ଜାଣିବା କ’ଣ ଅଛି ଏହି ଲିଙ୍କ୍ ରେ।

Screenshot_20210819-150207.png

ଆମ ଅନୁସନ୍ଧାନ:

ଏହି ୱେବସାଇଟରେ ଦାବି କରା ଯାଇଅଛି ଯେ ‘ଆଜି ଆପଣଙ୍କୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ୫୦ ହଜାର ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୂତନ କରୋନା ଭାଇରସ ଆକ୍ରାନ୍ତ ରିଲିଫ୍ ପାଣ୍ଠିରୁ ସବସିଡି ଗ୍ରହଣ କରିବାର ’ସୁଯୋଗ ମିଳିଛି। ଭାରତରେ କରୋନା ଭାଇରସ ମାହାମାରୀ ପାଇଁ ଏକ ରିଲିଫ୍ ଯୋଜନା ଅନ୍ତର୍ଗତ ଆମେ ପ୍ରତିଦିନ ୧୦ ହଜାରଭାରତୀୟ ନାଗରିକଙ୍କୁ ନଗଦ ପାଇବାକୁ ସୁଯୋଗ ଦେବା ପାଇଁ ଚୟନ କରୁଛୁ। ଏହି ଲାଭ ଉଠାଇବା ପାଇଁ କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ।”

ସତ୍ୟତା ଜାଣିବା ପାଇଁ ଆମେ ମେସେଜ୍ ରେ ଥିବା ଲିଙ୍କରେ କ୍ଲିକ୍ କରି ଦେଖିଲୁ। ଫଳାଫଳରେ ଆମେ ଦେଖିଲୁ ଯେ ଏହି ଲିଙ୍କ ବିଶ୍ଵସନୀୟ ନୁହେଁ। ଏହା କୌଣସି ସରକାରୀ ୱେବସାଇଟ ନୁହେଁ। ଆମେ ଜାଣିଛୁ ଯେ ସରକାର ଦ୍ଵାରା ପ୍ରାରମ୍ଭ ହୋଇଥିବା ସମସ୍ତ ଯୋଜନା ସରକାରୀ ୱେବସାଇଟ .gov.in ରେ ଶେଷ ହୋଇଥିବା ୱେବସାଇଟରେ ମିଳିଥାଏ। ଏହି ୱେବସାଇଟର ପ୍ରାରମ୍ଭରେ https:// ଣ ଥାଇ http:// ଦେଖିବାକୁ ମିଳିଛି ଯେଉଁଟା ଏକ ସୁରକ୍ଷିତ ୱେବସାଇଟ ନୁହେଁ।

website.jpg

Website | Archive

ଏହି ବିଷୟରେ ଅଧିକ ସୂଚନା ପାଇଁ ଆମେ ଟୁଇଟରରେ ଯାଇ ପିଆଇବି ଫ୍ୟାକ୍ଟ ଚେକ୍ ଟୁଇଟର ହେଣ୍ଡେଲ ସର୍ଚ କରିଲୁ। ଫଳାଫଳରେ ଆମକୁ ୨୦ ମଇ ରେ ପିଆଇବି ଦ୍ଵାରା କରା ଯାଇଥିବା ଏକ ଟୁଇଟ ମିଳିଲା ଯେଉଁଥିରେ ସ୍ପଷ୍ଟ ଭାବରେ କୁହା ଯାଇଅଛି ଯେ “ଏକ ୱ୍ହାଟ୍ସଅପ୍ ମେସେଜ୍ ରେ ଦାବି କରା ଯାଇଅଛି ଯେ @WHO ଦ୍ଵାରା ୧୦ ହଜାର ଲୋକଙ୍କୁ କୋଭିଡ୧୯ ରିଲିଫ୍ ଯୋଜନା ଅନ୍ତର୍ଗତ ନଗଦ ପୁରସ୍କାର ମିଳିବ। ”

ପିଆଇବି ଏହି ମେସେଜ୍ କୁ ମିଥ୍ୟା ବୋଲି ଘୋଷଣା କରି କହିଛି ଯେ ଏହା ବ୍ୟକ୍ତିଗତ ସୂଚନା ପାଇବା ପାଇଁ ଏକ ମନ୍ଦ ପ୍ରୟାସ ଅଟେ।

Archive

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଆମକୁ ୧୮ ଜୁନ୍ ମାସରେ ଏଏନଆଇ ନ୍ୟୁଜ ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ଏହି ୱେବସାଇଟ ଅନୁଯାୟୀ ସାଇବର ସ୍ପେସ ଫାଉଣ୍ଡେସନ୍ ସଂସ୍ଥା ସ୍ପଷ୍ଟ କରିଛି ଯେ ଭାଇରାଲ ହେଉଥିବା ୱେବସାଇଟ କୌଣସି ସରକାରୀ ୱେବସାଇଟ ନୁହେଁ ଏବଂ ଲୋକଙ୍କୁ ସାବଧାନ ରହିବା ପାଇଁ ମଧ୍ୟ ଅନୁରୋଧ କରିଛି। ଏହି ଜାଲରେ ପଡିବା ଦ୍ଵାରା ମୋବାଇଲ ବ୍ୟବହାରକାରୀଙ୍କୁ ଆର୍ଥିକ ଖ୍ଯାତି ହୋଇପାରେ। ଏହି ପରି ଲିଙ୍କ୍ ରେ କ୍ଲିକ୍ କରିବା କିମ୍ବା ଅନଧିକୃତ ଉତ୍ସରୁ କୌଣସି ସଂଲଗ୍ନକଡାଉନଲୋଡ କରିବା ପୂର୍ବରୁ ସର୍ବଦା ଚିନ୍ତା କରିବା ଆବଶ୍ୟକ। ଏହି ପରି ସ୍କାମ ସହିତ ନିଜ ଲଗିନ ପରିଚୟ , ବ୍ୟାଙ୍କିଙ୍ଗ ସୂଚନା ଇତିଯାଡି ସେଯାର ନକରିବା ପାଇଁ ପରାମର୍ଶ ଦିଆ ଯାଇଛି।

ani.jpg

ANI | Archive

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ମେସେଜ୍ ଗୋଟିଏ ସ୍କାମ ଅଟେ। ସରକାର ଦ୍ଵାରା କରୋନା ସବସିଡି ପାଇଁ ଏହି ପରି କୌଣସି ଲିଙ୍କ ସେଯାର କରା ଯାଇ ନାହିଁ।

Avatar

Title:କ’ଣ ପୋଷ୍ଟ ହେଇଥିବା ଲିଙ୍କ୍ ରେ କ୍ଲିକ୍ କରି କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ସୁବିଧା ପାଇ ହେବ?

Fact Check By: Siddharth Sahu

Result: False