
ବର୍ତ୍ତମାନ ପଡ଼ୋଶୀ ଦେଶ ଗୁଡ଼ିକ ସହିତ ଭାରତର ସମ୍ପର୍କ ଠିକଠାକ ନାହିଁ । ଗୋଟିଏ ପକ୍ଷରେ ଚୀନ୍ ସହ ସୀମା ବିବାଦ ତ ଅନ୍ୟ ପକ୍ଷରେ ନେପାଳ ସହିତ ନକ୍ସା ବିବାଦ । ପୁଣି ଏବେ ଚୀନ୍ ଏବଂ ନେପାଳ ପରେ ପରେ ଭୁଟାନ ମଧ୍ୟ ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି । କିଛି ମିଡିଆ ରିପୋର୍ଟରେ ଏହି ଦାବି କରାଯାଇଛି ଯେ, ଭୁଟାନ ଏବେ ଆସାମରେ ଅସୁଥିବା ପାଣିକୁ ରୋକିଦେଇଛି, ଏଥିରେ ରାଜ୍ୟର ବକ୍ସା ଜିଲ୍ଲାରେ କୃଷକ ମାନେ ଚିନ୍ତିତ ଅଛନ୍ତି । ମାତ୍ର ଭୁଟାନ କହିଛି ଯେ, ବନ୍ଧରେ ମରାମତି କାମ ଚାଲୁଅଛି , ଯେଉଁଥିରେ ଆସାମକୁ ବିନା ବାଧାରେ ପାଣି ଯାଇ ପାରିବ । କୋରୋନା ଭୂତାଣୁ କାରଣରୁ ଭୁଟାନ ନିଜର ସୀମାକୁ ବନ୍ଦ କରି ରଖିଛି । ପୁଣି, ଏବେ ଭୁଟାନ ଭାରତୀୟ କୃଷକ ମାନଙ୍କୁ ସେଠାରୁ ବାହାରିଥିବା ନଦୀ ଗୁଡ଼ିକର ପାଣିକୁ ବ୍ୟବହାର କରିବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଦେଇଛି ।
ଆସାମର ବକ୍ସାରେ ୨୬ରୁ ଅଧିକ ଗାଁରେ କୃଷକ ମାନେ ଧାନ ଚାଷ ପାଇଁ ଜମିରେ ପାଣି ମଡ଼ାଇବା ପାଇଁ ଭୁଟାନର ନଦୀ ଗୁଡ଼ିକ ଉପରେ ନିର୍ଭର କରନ୍ତି । କିନ୍ତୁ ପାଣି ରୋକିବା ଦ୍ଵାରା କୃଷକ ମାନେ ଚିନ୍ତିତ ହୋଇ ପଡ଼ିଛନ୍ତି ଏବଂ ଖୁବ କ୍ରୋଧରେ ଅଛନ୍ତି । ଭୁଟାନର ପାଣି ରୋକିବା ଦ୍ଵାରା ପାଖାପାଖି ୬୦୦୦ କୃଷକ ପ୍ରଭାବିତ ହୋଇଛନ୍ତି । ବକ୍ସାର ଲୋକମାନେ ପ୍ରତିବର୍ଷ ଭାରତ ଭୁଟାନ ସୀମାରେ ସ୍ଥିତ ସମୁଦ୍ରପ ଜୋଗଖାର ଅଂଚଳକୁ ଯାଆନ୍ତି ଏବଂ କଳା ନଦୀର ପାଣିକୁ ଆଣି ନିଜ କ୍ଷେତରେ ସିଞ୍ଚନ କରନ୍ତି । କିନ୍ତୁ ଏଥର ଭୁଟାନ କୋରୋନା କାରଣରୁ ନିଜ କ୍ଷେତ୍ରରେ ଭାରତୀୟ କୃଷକ ମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି ।
Facebook | Archive Aama Katha | Archive
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲ ରେ ଯାଇ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୨୬ ଜୁନ ରେ ଇଣ୍ଡିଆ ଟୁଡେ ରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦ ମିଳିଲା। ଏହି ଅନୁଛେଦରେ ଲେଖା ଯାଇଅଛି ଯେ ଅନେକ ରିପୋର୍ଟ ରେ ଏହା ଦାବି କରା ଯାଇଅଛି ଯେ ଭୁଟାନ, ଆସସମର ଚାଷ ଜମି କୁ ଆସୁଥିବା ପାଣି ଅଟକାଇ ଦେଇଛି। ଭୁଟାନ ବିଦେଶ ମନ୍ତ୍ରୀ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ କହି ଛନ୍ତି ଯେ ଏହି ସବୁ ଗୁଜବ ମାଧ୍ୟମ ରୁ ଭୁଲ ବୁଝାମଣା ସୃଷ୍ଟି କରିବା ଚେଷ୍ଟା କରା ଯାଉଅଛି। ଫେସବୁକ ମାଧ୍ୟମରେ ଭୁଟାନ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଏହା ଗୋଟିଏ ଦୁଖଦାଯକ ଅଭିଯୋଗ ଏବଂ ଅନେକ ସମ୍ବାଦ ପତ୍ରିକା ରେ ପ୍ରକାଶିତ ହେଇଥିବା ଏହି ଖବର ସମ୍ପୂର୍ଣ ଭାବେ ଭିତ୍ତିହୀନ ଅଟେ। ଏହି ସମୟରେ ଆସାମ କୁ ଯାଉଥିବା ନଇ ପାଇ ଅଟକାଇବାର କୌଣସି କାରଣ ନାହିଁ। ଭୁଟାନ ଦେଶରୁ ଆସୁଥିବା ଏହି ପାଣି ବକ୍ସା ଓ ଉଦଳଗୁରି ଅଞ୍ଚଲ କୁ ଅନେକ ଦଶକ ଧରି ଲାଭ ହେଉଛି। ଭୁଟାନ ବିଦେଶ ମନ୍ତ୍ରୀ କହିବା ଅନୁଯାୟୀ କୋରୋନା ମାହାମାରୀ କାରଣ ରୁ ଆସାମ ର ଚାଷୀ ମାନେ ଭୁଟାନ ଆସି ଏହି ଜଳସେଚନ ପଥ କୁ ରକ୍ଷଣାବେକ୍ଷଣ କରି ପାରୁ ନାହାନ୍ତି। ଏହି କାରଣରୁ ପାଣି ସମସ୍ଯା ହେଉଛି। ଆସାମ ର ଚାଷୀ ମାନଙ୍କର ଅବସ୍ତା ଦେଖି ସମଦୃପ ଯୋଙ୍ଗଖାର ଅଞ୍ଚଲର ଅଧିକାରୀ ଏବଂ ସ୍ଥାନୀୟ ଲୋକେ ଜଳ ପ୍ରଭାବ ସମସ୍ଯା କୁ ଦୂର କରିବା ପାଇଁ ଆଗେଇଛନ୍ତି।
ଏହା ପରେ ଆମେ ଫେସବୁକ ଯାଇ ଭୁଟାନ ବିଦେଶ ମନ୍ତିଙ୍କ ଅଫିସିଆଲ ଫେସବୁକ ଏକାଉଣ୍ଟ ଖୋଜିଲୁ। ତାଙ୍କ ଫେସବୁକ ଏକାଉଣ୍ଟରେ ବିଦେଶ ମନ୍ତ୍ରୀ ଲେଖିଛନ୍ତି ଯେ ୨୪ ଜୁନ ରେ ଭାରତ ର ଅନେକ ସାମ୍ବାଦିକ ପତ୍ରିକା ରେ ଏହା ଦାବି କରା ଯାଇଅଛି ଯେ ଭୁଟାନ ଆସାମ କୁ ଆସିଥିବା ପାଣି କୁ ଅଟକାଇ ଡେଇଛି। ଏହା ଗୋଟିଏ ଦୁଖଡ ଅଭିଯୋଗ ଏବଂ ଭୁଲ ସୂଚନା ବିସ୍ତାର କରିବା ଉଦ୍ଦେଶ୍ୟ ରେ ଏହି ପରି ଖବର ଗୁଜବ କରା ଯାଇଅଛି ଏବଂ ଭାରତ ଓ ଭୁଟାନ ର ମିତ୍ରତା ମଧ୍ୟରେ ଭୁଲ ବୁଝାମନା ଆଣିବା ଚେଷ୍ଟା କରା ଯାଇଅଛି। କୋରୋନା କାରଣରୁ ଭାରତ ଏବଂ ଭୁଟାନ ସୀମା ବନ୍ଦ ହେଇଥିବା ଯୋଗୁ ଆସାମ ର ଚାଷୀ ମାନେ ଭୁଟାନ ଆସି ଏହି ନଇର ଯତ୍ନ ନେଇ ପାରୁ ଣ ଥିବାରୁ ଜଳ ପ୍ରଭାବ ପ୍ରଭାବିତ ହେଇଛି। ସମଦୃପ ଯୋଙ୍ଗଖାର ଅଧିକାରୀ ଏବଂ ସ୍ଥାନୀୟ ଲୋକେ ଏହି ସମସ୍ଯା ସମାଧାନ କରିବା ପାଇଁ ଆଗେଇଛନ୍ତି।
ଏହା ପରେ ଆମେ ଟୁଇଟର ରେ ଯାଇ ଏହି ବିଷୟରେ ଖୋଜିଲୁ। ହୋଜିଲା ପରେ ଆମକୁ ଆସାମ ରାଜ୍ୟର ମୁଖ୍ୟ ସଚିବଙ୍କ ଟୁଇଟର ହେଣ୍ଡେଲ ରେ ଟୁଇଟ କରିଥିବା ମିଳିଲା। ଟୁଇଟ କରି ମୁଖ୍ୟ ସଚିବ କହିଛନ୍ତି ଯେ ଗଣମାଧ୍ୟମରେ ଭୁଟାନ ଆସାମ କୁ ଆସୁଥିବା ପାଣି କୁ ଅଟକାଇବା କଥା ଭୁଲ ଭାବେ ପ୍ରସାରିତ କରା ଯାଇ ଅଛି। ଏହି ପାଣି ପ୍ରାକୃତିକ ରୂପ ରେ ଅଟକି ଯାଇଥିଲା। ଭୁଟାନ ଲୋକେ ଏହି ଅବରୋଧ କୁ ହଟାଇବା ପାଇଁ ଆଗେଇଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟରେ ଦାବି କରା ଯାଇଥିବା କଥା ଯେ ଭୁଟାନ ଆସାମ କୁ ଆସୁଥିବା ମାଈ ପାଣି ଅଟକାଇ ଦେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ଏହି କଥା ଭୁଟାନ ବିଦେଶ ମନ୍ତ୍ରୀ ଏବଂ ଆସାମ ରାଜ୍ୟ ମୁଖ୍ୟ ସଚିବ ଖଣ୍ଡନ କରି କହିଛନ୍ତି ଯେ ଭୁଟାନ ଉପରେ ଲଗା ଯାଇଥିବା ଅଭିଯୋଗ ଭିତ୍ତିହୀନ ଅଟେ। ଏହି ପ୍ରାକୃତିକ କାରଣ ରୁ ଅଟକି ଯାଇଅଛି। ଭୁଟାନ ରେ ସ୍ଥିତ ସମଦୃପ ଯୋଙ୍ଗଖାର ଅଞ୍ଚଲ ସ୍ଥାନୀୟ ଲୋକେ ଏହି ସମସ୍ଯା ସମାଧାନ କରୁଛନ୍ତି।

Title:କ’ଣ ଭୁଟାନ ନିଜ ଦେଶରୁ ଭାରତର ଆସାମ ରାଜ୍ୟ କୁ ଆସୁଥି ନଇ ପାଣି ଅଟକାଇ ଦେଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False