
ଆଧାର କାର୍ଡ ବିଷୟରେ କିଏ ନଜାଣିଛି। ବର୍ତମାନ ସୁଧା ପ୍ରାୟ ସବୁ ଭାରତୀୟ ନାଗରିକ ପାଖରେ ଆଧାର କାର୍ଡ ଅଛି। ୨୦୧୬ ମସିହାରୁ ଆଧାର କାର୍ଡ ନିୟମ ଲାଗୁ ହେଲା ପରେ ଏହା ସମ୍ବନ୍ଧିତ ଅନେକ ନିୟମ ମଧ୍ୟ ଗଢା ଯାଇଅଛି। ମୋବାଇଲ ନମ୍ବର ହେଉୟ ବା ପ୍ୟାନ କାର୍ଡ ବା ବ୍ୟାଙ୍କ ଖାତା ହେଉ, ଆଜି କଲି ସବୁ ଆଧାର ସହିତ ଲିଙ୍କ କରିବା ପାଇଁ ସରକାର ନିୟମ ବାହାର କରିଅଛି। ସୋସିଆଲ ମିଡିଆରେ ବର୍ତମାନ ଭାଇରାଲ ହେଉ ଥିବା ଗୋଟିଏ ଭିଡିଓରେ ଏହି ବାବଦରେ କିଛି ନୂଆ ସୂଚନା ଦେଖିବାକୁ ମିଳିଅଛି।
୨୩ ନଭେମ୍ବର ୨୦୧୯ ରେ ଯୂଟ୍ୟୁବର ନର୍ସିମହା କୃଏସନ୍ସ ପ୍ରେଜେନ୍ତସ ଚ୍ୟାନେଲ ଦ୍ଵାରା ଭାଇରାଲ କରା ଯାଇଥିବା ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଯେଉଁ ପରି ମୋବାଇଲ ବା ବ୍ୟାଙ୍କ ଖାତା ଆଧାର ସହିତ ଲିଙ୍କ କରା ଯାଇଅଛି ସେହି ପରି ବର୍ତମାନ ଆସୁଥିବା ଦିନ ମାନଙ୍କରେ ଲୋକଙ୍କ ଯେଉଁ ଜମି ବାଡ଼ି ରହିଛି ବା ସମ୍ପତି ରହିଛି, ତ ନିଜ ଜମି ବାଡ଼ି ଓ ସମ୍ପତି ସହିତ ଆଧାରକୁ ଲିଙ୍କ କରିବାକୁ ପଡ଼ିବା। ଏହା ନକରିଲେ ସବୁ ଜମି ବାଡ଼ି ସରକାର ପାଖକୁ ଚାଲି ଜୀବ ଓ ଆପଣଙ୍କର ଆଉ ରହିବା ନାହିଁ। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ନିୟମଟି ସରକାର ୧ ଡିସେମ୍ବର ୨୦୧୯ ରୁ ଲାଗୁ କରିବ। ଏହି ଭିଡିଓରେ ଏହା ମଧ୍ୟ କୁହ ଯାଇଅଛି ଯେ ନିଜ ଜମି ବାଡ଼ି ବା ସମ୍ପତିକୁ ଆଧାର ସହିତ ଲିଙ୍କ କରିବା ପାଇଁ ଆଧାର କେନ୍ଦ୍ର ବା ଅନଲାଇନ ମାଧ୍ୟମରୁ କରି ହବ। ଗତ ୩ ଦିନରେ ଏହି ଭିଡିଓକୁ ୪୪,୩୭୨ ଭିୟୁଷ ମିଳି ସାରିଛି।
୨୩ ନଭେମ୍ବର ୨୦୧୭ ମସିହାରେ ମଧ୍ୟ ଯୂଟ୍ୟୁବର “ନ୍ୟୁ ଏନିଥିଙ୍ଗ” ନାମ ଚ୍ଚ୍ୟାନେଲରେ ଜମି ବାଡ଼ିକୁ ଆଧାର ସହିତ ଲିଙ୍କ କରିବା ସୂଚନା ଦିଆ ଯାଇଅଛି।
ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପଢନ୍ତୁ।
ଆମ ଅନୁସନ୍ଧାନ:
ଭାଇରାଲ ହେଇଥିବା ଏହି ଭିଡିଓ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଉଗୁଲରେ ଯାଇ “ଲିଙ୍କ ପ୍ରୋପାର୍ଟି ଟୁ ଆଧାର” ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ବିଷୟ ସହିତ ଜଡ଼ିତ କିଛି ତଥ୍ୟ ଜଣା ପଡିଲା।
୧୯ ଜୁନ ୨୦୧୭ ମସିହାରେ ଇଣ୍ଡିଆ ଟୁଡେ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଇଣ୍ଟର୍ନେଟରେ ଗୋଟିଏ ମିଥ୍ୟା ଚିଠି ଭାଇରାଲ କରା ଯାଉଅଛି ଯେଉଁଥିରେ ସରକାର ଜମି ବାଡ଼ି କୁ ଆଧାର ସହିତ ଲିଙ୍କ କରିବାର ଘୋଷଣା କରିଅଛି। ଏହି ଚିଠିରେ ଏହା ଦାବି କରା ଯାଇଅଛି ଯେ କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟକୁ ଏହି ନିୟମ ଲାଗୁ କରିବା ପାଇଁ ଆଦେଶ ଦେଇଅଛି।

୧୯ ଜୁନ ୨୦୧୭ ରେ ଆଉଟଲୁକ ଇଣ୍ଡିଆ ଅନଲାଇନ ପାତ୍ରୀକାରେ ଏହା ଲେଖା ଯାଇଅଛି ଯେ ପି.ଆଇ.ବି ପ୍ରବକ୍ତା ଫ୍ରାଙ୍କ ନୋରୋନ୍ହା କହିଛନ୍ତି ଯେ ସରକାର ଦ୍ଵାରା ଆଧାରକୁ ଜମି ବାଡ଼ି ସହିତ ଲିଙ୍କ କରିବା ଚିଠି ଗୋଟିଏ ଫେକ ଚିଠି ଏବଂ ଏହି ବିଷୟ ନେଇଁ ଗୋଟିଏ କମ୍ପ୍ଲେନ ମଧ୍ୟ ଡାଖିଲା କରା ଯାଇଅଛି।

ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ନିଜ ଜମି ବାଡ଼ିକୁ ଆଧାର ସହିତ ଲିଙ୍କ କରିବା ଗୋଟିଏ ମିଥ୍ୟା ଖବର। ଏହି ମିଥ୍ୟା ଖବରଟି ଗତ କିଛି ବର୍ଷରୁ ସୋସିଆଲ ମିଡିଆରେ ଭାଇରାଲ ହେଇ ଆସିଛି। ଏହି ଭିଡିଓରେ କରା ଯାଇଥିବା ଦାବି ଯେ ଜମି ବାଡ଼ି ଓ ସମ୍ପତିକୁ ଆଧାର ସହିତ ଲିଙ୍କ ନାକରିଲେ ଏହା ସରକାର ପାଖକୁ ପଳାଇ ଜୀବ ଖବରଟି ସମ୍ପୂର୍ଣ ଭାବେ ମିଥ୍ୟା। ସରକାର ଏପରି କୌଣସି ନିୟମ ବନାଇ ନାହିଁ।

Title:କ’ଣ ଏବେ ନିଜ ଜମି ବାଡ଼ିକୁ ମଧ୍ୟ ଆଧାର ସହିତ ଲିଙ୍କ କରିବାକୁ ପଡ଼ିବା? କ’ଣ ସତରେ ସରକାର ଏପରି ନିୟମ ବାହାର କରିଛନ୍ତି? ଆସନ୍ତୁ ଜାଣିବା।
Fact Check By: Siddharth SahuResult: False